ଗୃହବନ୍ଦୀ ତରୁଣ ବର୍ଗ

‘ଲକ୍‌ଡାଉନ୍‌’ କାଳରେ ଆମ ଦେଶ ସମେତ ସାରା ପୃଥିବୀରେ ଯେଉଁ ଏକ ବିଶେଷ ସ୍ଥିତି ସୃଷ୍ଟି ହୋଇଛି, ତାହା ହେଲା ଘର ବାହାରେ ସାମାଜିକ ଦୂରତ୍ବର ପାଳନ ଏବଂ ଘର ଭିତରେ ମାତ୍ରାଧିକ ସାମୀପ୍ୟ। ଏହା ଅନେକ ଭାରତୀୟ ପରିବାରରେ ଏକ ଅତ୍ୟନ୍ତ ନୂଆ ଅନୁଭୂତି ସୃଷ୍ଟି କରିଛି। କ୍ବାର୍ଜ ନାମକ ଏକ ଅନୁଷ୍ଠାନ ଟେଲିଫୋନ୍‌ ଜରିଆରେ ଅନେକ ଭାରତୀୟ ସହରୀ ପରିବାର ସହିତ କଥାବାର୍ତ୍ତା କରି ଯେଉଁ ନିଷ୍କର୍ଷରେ ପହଞ୍ଚିଛି, ତାହା ହେଲା ଦିନର ଏକ ନିର୍ଦ୍ଦିଷ୍ଟ ସମୟରେ ଘରୁ ବାହାରେ ରହୁଥିବା ତରୁଣ ବର୍ଗ (ବିଶେଷ କରି କଲେଜ ପଢୁଆ ପିଲା)ଙ୍କୁ ସମ୍ଭାଳିବା ବାପା ମା’ମାନଙ୍କ ଲାଗି କାଠିକର ପାଠ ରୂପେ ସାବ୍ୟସ୍ତ ହେବାରେ ଲାଗିଛି। ଏବେ ଅଧିକାଂଶ ସହରୀ ପରିବାରରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଚାକିରିଆ ହୋଇଥିବାରୁ ଏବଂ ସେମାନେ ନିଜ ନିଜ ଘରୁ ଇଣ୍ଟରନେଟ୍‌ ଜରିଆରେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ତରୁଣ ସନ୍ତାନମାନଙ୍କ ଆଚରଣ ସେମାନଙ୍କୁ ମନସ୍ତାପରେ ପକାଉଛି। ଏହି ତରୁଣମାନେ ବାହାରେ ବୁଲିବା ଲାଗି ଉଦ୍‌ଗ୍ରୀବ ଥିବା ବେଳେ ପରିସ୍ଥିତିର ତାଡ଼ନା ବାଧା ଦେଉ ଥିବାରୁ ସେମାନେ ବଦ୍‌ ମିଜାଜୀ ହୋଇ ଉଠିଥିବା କଥା ଅନେକ ପିତାମାତା ସ୍ବୀକାର କରିଛନ୍ତି। କେବଳ ସେତିକି ନୁହେଁ ସଂପ୍ରତି ଘରେ ବସି କାର୍ଯ୍ୟ କରାଯା‌ଉଥିବା ବେଳେ ଇଣ୍ଟରନେଟ୍‌ ଉପରେ ତାର ଚାପ ହେତୁ ଅନେକ ସମୟରେ ‌‘ନେଟ୍‌ ଦ୍ବାରା ସଂଚାରର ବେଗ’ ଧିମା ରହୁଛି। ତାହା ମଧ୍ୟ ତରୁଣ ଗୋଷ୍ଠୀଙ୍କ ଲାଗି ବିରକ୍ତିର ବିଶେଷ କାରଣ ହୋଇଛି। ତେବେ ଅନେକ ଯୁବକଯୁବତୀ ଏହି ବଳକା ସମୟର ଫାଇଦା ନେଇ ନୂଆ ପୁସ୍ତକ ପଢ଼ିବା ବା ବାଦ୍ୟ ଯନ୍ତ୍ର ଆଦିର ଅଭ୍ୟାସ କରିବା ମଧ୍ୟ ଦେଖିବାକୁ ମିଳୁଛି ବୋଲି କ୍ବାର୍ଜ ପକ୍ଷରୁ କୁହାଯାଇଛି। ତେବେ, ଏହା ଯେ ଏକ ବିଶେଷ ପରୀକ୍ଷାର ଘଡ଼ି ଏବଂ ‘ଲକ୍‌ଡାଉନ୍‌’ ନିଷ୍ପତ୍ତି ଯଥାର୍ଥ ବୋଲି ଅଧିକାଂଶ ତରୁଣ ତରୁଣୀ ସ୍ବୀକାର ମଧ୍ୟ କରିଛନ୍ତି।

ବିପତ୍ତି କାଳୀନ କଳାବଜାର କାହିଁକି?
ସୁଦାମବନ୍ଧୁ ଭଟ୍ଟମିଶ୍ର

ସମ୍ବନ୍ଧିତ ଖବର