କେତେ ରଙ୍ଗରେ ଦା˚ପତ୍ୟ ଜୀବନ

ଜୟଦେବ ସାହୁ

ପୁରୁଷ ଓ ନାରୀର ସ˚ପର୍କ ଅତି ନିବିଡ଼। ଏ ସମାଜର ସୃଷ୍ଟି ପୁରୁଷ ଓ ନାରୀର ସ˚ପର୍କରୁ। ସେହି ଦୃଷ୍ଟିରୁ ଆଦର୍ଶ ଦଂପତି ହେଉଛନ୍ତି ଏକ ଆଦର୍ଶ ପରିବାର ଓ ସମାଜର ଆଧାର। କୁହାଯାଏ ଦା˚ପତ୍ୟର ସମ୍ଭାବନା ସ୍ବର୍ଗରେ ସ୍ଥିର ହୁଏ। ହିନ୍ଦୁ ବିଶ୍ବାସ ଅନୁସାରେ ଥରେ ଜାୟା ଓ ପତି ହୋଇଗଲେ ସେ ସ˚ପର୍କ ସାତ ଜନ୍ମ ପର୍ଯ୍ୟନ୍ତ ଚାଲେ। ପୁରାଣରେ ଏହି ଆଧାରରେ ସତୀ ନାରୀଙ୍କ ବିବେଚନା କରାଯାଇଛି। ରାବଣ-ମନ୍ଦୋଦରୀ, ସତ୍ୟବାନ-ସାବିତ୍ରୀ ଏବ˚ ରାମ-ସୀତା ହେଉଛନ୍ତି ପୁରାଣ ବା କି˚ବଦନ୍ତିର ଆଦର୍ଶ ଦଂପତିଙ୍କ ଦୃଷ୍ଟାନ୍ତ। ତେବେ ଇତିମଧୢରେ ଦା˚ପତ୍ୟ ସ˚ପର୍କରେ ବିବର୍ତ୍ତନ ଘଟିଛି ଏବ˚ ଅନେକତ୍ର ଏହା ନୂଆ ଭାବେ ପରିଭାଷିତ ହୋଇଛି। ଏବେ ବିବାହ ବିଚ୍ଛେଦର ସ˚ଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯଦିଓ ଏବେ ବି ପାଶ୍ଚାତ୍ୟ ବା ଅନ୍ୟ ଦେଶ ତୁଳନାରେ ଆମର ଏଠାରେ ବିଚ୍ଛେଦର ସ˚ଖ୍ୟା ବହୁତ କମ୍‌।

ଆମେରିକାରେ ଏହା ୫୦% ହୋଇଥିବା ବେଳେ ଭାରତରେ ଏହା ମାତ୍ର ୧.୧%। କିନ୍ତୁ ଭାରତୀୟ ସବୁ ଦଂପତି ଯେ ସୁଖୀ ଜୀବନ ଯାପନ କରନ୍ତି ତାହା ମଧୢ ନୁହେଁ। ତେବେ ଏହା ସତ୍ତ୍ବେ ବିବାହ ବିଚ୍ଛେଦ କମ୍‌ ହେବା ପଛରେ ଥିବା ଯେଉଁ କାରଣଟି କଥା ସମାଜବିଜ୍ଞାନୀମାନେ କହନ୍ତି ତାହା ହେଲା ଅଧିକା˚ଶ ଭାରତୀୟ ମହିଳା ଗୃହିଣୀ ଏବ˚ ଆର୍ଥିକ ରୂପେ ସ୍ବାବଲମ୍ବୀ ନୁହନ୍ତି। ତେବେ ଆଜିକାଲି ଝିଅମାନେ ଉଚ୍ଚଶିକ୍ଷିତା ହୋଇ ଅଧିକ ସ˚ଖ୍ୟାରେ ଆର୍ଥିକ ଭାବେ ସ୍ବାବଲମ୍ବୀ ହେଉଥିବାରୁ ଏବେ ବିଚ୍ଛେଦ ବା ଛାଡ଼ପତ୍ରର ମାମଲା ଅଧିକ ହେଉଥିବାର ଦେଖାଯାଉଛି।
ସ୍ବାମୀ, ସ୍ତ୍ରୀ ଭିତରେ ଦ୍ବନ୍ଦ୍ବର କାରଣ ଅନେକ। ତନ୍ମଧୢରୁ ସ୍ବାମୀଙ୍କର ମଦ୍ୟପାନ, ହି˚ସ୍ର ବ୍ୟବହାର, ସହଯୋଗିତାର ଅଭାବ, ଦାରିଦ୍ର୍ୟ ଓ ଅନଟନ, ପରକୀୟା ପ୍ରୀତି, ଅବିଶ୍ବାସ, ସନ୍ତାନ ସନ୍ତତି ସମସ୍ୟା ପ୍ରଭୃତି ପ୍ରଧାନ। ପତିଙ୍କର ଦାବି ଅନୁସାରେ ଯଦି ପତ୍ନୀ ଯୌନ ଆକା˚କ୍ଷା ପୂର୍ଣ୍ଣ କରି ନ ପାରନ୍ତି ତାହା ଅସୁଖୀ ଦା˚ପତ୍ୟର କାରଣ ହୋଇଥାଏ। ଅନେକ ସମୟରେ ଯୌତୁକକୁ କେନ୍ଦ୍ର କରି କଳହ ଏବ˚ ଦା˚ପତ୍ୟ ଜୀବନରେ ଝଡ଼ ଦେଖାଦିଏ। ଏକ ଡେଟି˚ ଆପ୍‌ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ପ୍ରାୟ ୫୫% ବିବାହିତ ଭାରତୀୟ ସେମାନଙ୍କ ପତି ବା ପତ୍ନୀଙ୍କ ପାଖରେ ଅବିଶ୍ବସ୍ତ। ତେଣୁ ଏଭଳି ପରିସ୍ଥିତି ଦା˚ପତ୍ୟ ଜୀବନକୁ ବିଷମୟ କରି ପକାଏ।

ଘରୋଇ ହି˚ସା ଉପରେ ‘ଇଣ୍ଟରନେସ୍‌ନାଲ ସେଣ୍ଟର ଫର ରିସର୍ଚ୍ଚ ଅନ୍‌ ଵିମେନ୍‌’ର ରିପୋର୍ଟ ଅନୁସାରେ ୮୫% ପୁରୁଷ ସ୍ବୀକାର କରନ୍ତି ଯେ ସେମାନେ ସ୍ତ୍ରୀ ପ୍ରତି ହି˚ସ୍ର ବ୍ୟବହାର କରିଛନ୍ତି, ୫୭% ସ୍ବାମୀ ସ୍ବୀକାର କରନ୍ତି ଯେ ସେମାନେ ପତ୍ନୀ ଉପରେ ଯୌନ ବ୍ୟଭିଚାର କରିଛନ୍ତି ଏବ˚ ୩୨% ସ୍ବାମୀମାନେ ଅନ୍ତଃସତ୍ତ୍ବା ସ୍ତ୍ରୀ ଉପରେ ମଧୢ ହି˚ସ୍ର ଆଚରଣ କରିଛନ୍ତି। ଭାରତରେ ଘରୋଇ ହି˚ସାକୁ ରୋକିବାକୁ ୨୦୦୫ ମସିହାରେ କଡ଼ା ଆଇନ ଆସିଛି। କିନ୍ତୁ ଏହା ସତ୍ତ୍ବେ ଘରୋଇ ହି˚ସା କମୁ ନାହିଁ। ୨୦୨୦ ମାର୍ଚ୍ଚ ୨୫ରୁ ମଇ ୩୧ ତାରିଖ ମଧୢରେ ୧୪୭୭ଟି ମାମଲାର ପଞ୍ଜୀକରଣ ହୋଇଛି। ଅନେକ କ୍ଷେତ୍ରରେ ଏ ସବୁ କାରଣ ନ ଥାଇ ବି କେବଳ ନିରୋଳା ଅହଙ୍କାର ଦା˚ପତ୍ୟ ଜୀବନକୁ ଅସୁଖୀ କରୁଥିବା ଦେଖିବାକୁ ମିଳିଥାଏ। ବିଭିନ୍ନ ଦେଶରେ ଦା˚ପତ୍ୟ ଜୀବନରେ ତିକ୍ତତାକୁ କେନ୍ଦ୍ର କରି ଅାମର ସାହିତ୍ୟର ସୃଷ୍ଟି ହୋଇଛି। ଏହି କ୍ରମରେ ନର୍‌ୱେର ନାଟ୍ୟକାର ହେନ୍‌ରିକ୍‌ ଇବ୍‌ସେନ୍‌ଙ୍କ ‘ଏ ଡଲସ୍‌ ହାଉସ୍‌’ କଥା ସ୍ମରଣକୁ ଆସେ। ଅସୁଖୀ ଦ˚ପତିଙ୍କ ଜୀବନ ଉପରେ ଆଧାରିତ ଏହି ନାଟକଟି ବିଶ୍ବର ଏକ ସର୍ବଶ୍ରେଷ୍ଠ କୃତି ପର୍ଯ୍ୟାୟରେ ଗଣ୍ୟ। ସେକ୍‌ସପିଅରଙ୍କ ନାଟକ ‘ଅଥେଲୋ’ରେ ଦିଶେ କିଭଳି ସନ୍ଦେହର ବୀଜ ଅକାରଣରେ ଦା˚ପତ୍ୟ ଜୀବନକୁ ନଷ୍ଟ କରି ଏକ ଟ୍ରାଜେଡିରେ ପରିଣତ କରିଥାଏ। ସେମିତି ସେକ୍‌ସପିଅରଙ୍କ ଅନ୍ୟ ଏକ ପ୍ରସିଦ୍ଧ ଟ୍ରାଜେଡି ‘ହାମ୍‌ଲେଟ୍‌’ର କଥାବସ୍ତୁ ଦା˚ପତ୍ୟ ଜୀବନର ବିଶ୍ବାସଘାତକତାରୁ ଆଗକୁ ବଢ଼ିଛି।

ଭାରତୀୟ ଲେଖିକା ଅନିତା ଦେଶାଇଙ୍କ ‘କ୍ରାଏ ଦ ପିକକ୍‌’ ଉପନ୍ୟାସ ଦର୍ଶାଇଛି କିଭଳି ଏକ ଅସୁଖୀ ଦା˚ପତ୍ୟ ଜୀବନ ସହନଶୀଳତାର ସମସ୍ତ ସୀମା ଅତିକ୍ରମ କଲା ପରେ ଅତ୍ୟନ୍ତ ବିମର୍ଷକର ଭାବେ ପରିସମାପ୍ତ ହୁଏ। ଯେଉଁମାନେ ଲୋକପ୍ରିୟ ଭାରତୀୟ ଇ˚ରେଜୀ ଉପନ୍ୟାସକାର ଆର‌୍‌ କେ ନାରାୟଣଙ୍କ ଲିଖିତ ‘ଦ ଗାଇଡ’ ପଢ଼ିଥିବେ ବା ଏହାର ଆଧାରରେ ସେହି ସମାନ ନାମରେ ନିର୍ମିତ ସିନେମା ଦେଖିଥିବେ ସେମାନେ ସୁନ୍ଦରୀ ରୋଜିର ଅସୁଖୀ ପତ୍ନୀର ଜୀବନ ସହିତ ସମବେଦନା ଜ୍ଞାପନ କରିଥିବେ। ସେହିଭଳି ହିନ୍ଦୀ ସାହିତ୍ୟରେ ଶିବାନୀଙ୍କ ଲିଖିତ ‘ଚଉଦ ଫେରେ’ ବା ମନ୍ନୁ ଭଣ୍ତାରୀଙ୍କ ‘ଆପ୍‌ କା ବଣ୍ଟିି’ ହେଉଛନ୍ତି ପ୍ରେମହୀନ ଦା˚ପତ୍ୟ ଜୀବନକୁ କେନ୍ଦ୍ର କରି ଦୁଇ ବଳିଷ୍ଠ ଉପନ୍ୟାସ। ସବୁ ଭାଷାରେ ଦା˚ପତ୍ୟ ସ˚ପର୍କର ବିଭିନ୍ନ ବିଭାବକୁ ନେଇ ସାହିତ୍ୟ ସୃଷ୍ଟି କରାଯାଇଛି। ୧୯୩୧ରେ ରଚିତ ଓଡ଼ିଆ ଉପନ୍ୟାସ ‘ବାସନ୍ତୀ’ରେ ମଧୢ ଅସୁଖୀ ଦା˚ପତ୍ୟ ଜୀବନକୁ ପ୍ରଦର୍ଶିତ କରାଯାଇଛି।

ବିବାହକୁ ଦିଲ୍ଲୀର ଲଡୁ ସହିତ ତୁଳନା କରାଯାଇଥାଏ। କୁହାଯାଏ ଏହାକୁ ଯିଏ ଖାଇବ ସିଏ ପସ୍ତାଇବ ଏବ˚ ଯିଏ ନ ଖାଇବ ସିଏ ମଧୢ ପସ୍ତାଇବ। ତେଣୁ ନ ଖାଇ ପସ୍ତାଇବା ଠାରୁ ଖାଇ କରି ପସ୍ତାଇବା ନୀତିକୁ ଅନୁସରଣ କରାଯିବା ଉଚିତ ବୋଲି ସମସ୍ତେ କହନ୍ତି। ଏହା ସତ। କିନ୍ତୁ ଏହା ମଧୢ ସତ ଯେ ଯଦି ଦା˚ପତ୍ୟ ଜୀବନ ପ୍ରକୃତରେ ସୁଖୀ ଓ ସମୃଦ୍ଧ ହୋଇପାରିଲା, ତେବେ ମର୍ତ୍ତ୍ୟରେ ବି ସ୍ବର୍ଗ ବିରାଜମାନ କରିପାରେ।
କଳାହାଣ୍ତି ବିଶ୍ବବିଦ୍ୟାଳୟ, ଭବାନୀପାଟଣା
ମୋ: ୭୯୭୮୯୯୦୦୧୬

ସମ୍ବନ୍ଧିତ ଖବର