ଲେଟୋଙ୍କ ‘ନୂଆ ପୃଥିବୀ’

‘କୋଭିଡ୍‌-୧୯’ ସଂକ୍ରମଣର ଏକ ବି‌େଶଷ ଦିଗଟି ହେଲା ଏୟା ଯେ ଏହା ଯେତିକି ସଂଖ୍ୟକ ସେଲିବ୍ରିଟିଙ୍କୁ ଆକ୍ରାନ୍ତ କଲାଣି, ପୂର୍ବରୁ କୌଣସି ସଂକ୍ରାମକ ରୋଗ ସେଭଳି କରି ନ ଥିଲା। ହଲିଉଡ୍‌ ତାରକା ଇଦ୍ରିସ୍‌ ଏଲବାଙ୍କ ଠାରୁ ଆରମ୍ଭ କରି ବ୍ରିଟେନ୍‌ର ସ୍ବାସ୍ଥ୍ୟମନ୍ତ୍ରୀ ନାଡିନ ଡୋରିସଙ୍କ ପର୍ଯ୍ୟନ୍ତରେ ଏଭଳି ବ୍ୟକ୍ତିଙ୍କ ତାଲିକା ଲମ୍ବି ଚାଲିଛି। ଏଭଳି ଏକ ସ୍ଥିତିରେ ପ୍ରସିଦ୍ଧ ହଲିଉଡ୍‌ ତାରକା ଜାରେଡ୍ ଲେଟୋ ଗଲା ମଙ୍ଗଳବାର ହଠାତ୍‌ ଏକ ନୂଆ ପୃଥିବୀକୁ ଆବିଷ୍କାର କରିଥିବା କଥା ଟ୍ବିଟ୍‌ କରିଥିବା ପଛରେ କାରଣଟି କ’ଣ ହୋଇପାରେ!

କାରଣଟି ହେଉଛି ପ୍ରାୟ ୧୨ ଦିନ ଧରି ଏ ପୃଥିବୀରୁ ସବୁ ପ୍ରକାର ଯୋଗାଯୋଗ (ମାୟା?) ଛିନ୍ନ କରି ଜାରେଡ୍‌ ଲେଟୋ ମାନସିକ ଶାନ୍ତି ସନ୍ଧାନରେ ଏକ ମରୁଭୂମିସ୍ଥିତ ଧ୍ୟାନ କେନ୍ଦ୍ରକୁ ଚାଲିଯାଇଥିଲେ। ସେହି ସମୟରେ ସେ ପୃଥିବୀର ଏଭଳି ଏକ ନିରୋଳା ସ୍ଥାନରେ ଥିଲେ, ଯେଉଁଠି କରୋନା ଭୂତାଣୁ ତ ଦୂରର କଥା କରୋନା ସଂପର୍କିତ ଖବରର ଛାଇ ସୁଦ୍ଧା ପଡ଼ି ନ ଥିଲା। ତେଣୁ ସେ ଯେତେବେଳେ ମାନସିକ ଶାନ୍ତି ଲାଭ କରି ତାଙ୍କ ପୁରୁଣା ଦୁନିଆକୁ ଫେରି ଆସିଲେ, ସେତେବେଳେ ସେ ଦେଖିଲେ ଯେ ତାଙ୍କୁ ଅପେକ୍ଷା କରି ରହିଥିବା ପୃଥିବୀଟି ସେ ଛାଡ଼ି ଯାଇଥିବା ଭଳି ହୋଇ ରହିନାହିଁ। ତେଣୁ ସେ ଏଭଳି ଟ୍ବିଟ୍‌ଟିଏ କରିଛନ୍ତି।

ଏ ପରିପ୍ରେକ୍ଷୀରେ ଆମେ ଆଶା କରିବା ଯେ ସେ ଯେତେବେଳେ ମରୁଭୂମି ଅଭ୍ୟନ୍ତରସ୍ଥ ‌େସହି ଧ୍ୟାନ କେନ୍ଦ୍ରକୁ ଯାଇଥିଲେ, ସେତେବେଳକୁ ତାହା ଅବଶିଷ୍ଟ ବିଶ୍ବକୁ ଆକ୍ରାନ୍ତ କରିଥିବା ଭୂତାଣୁ ଠାରୁ ଦୂରରେ ଥିବ। କିନ୍ତୁ ଏବେ କରୋନାର ରୂପ ଯେଉଁଭଳି ଅତିକାୟ, ଆଶଙ୍କା ଅମୂଳକ ନୁହେଁ ଯେ କୌଣସି ନୂଆ ‘ଧ୍ୟାନ ପ୍ରେମୀ’ଙ୍କ ଜରିଆରେ ସେହି ନିଭୃତ ସ୍ଥାନରେ ମଧ୍ୟ ‘କୋଭିଡ୍‌-୧୯’ ଭୂତାଣୁ ବିଦ୍ୟମାନ ହୋଇ ଯାଇଥିବ। ଯଦି ଏଭଳି ହୁଏ, ତାହା ‘କୋଭିଡ୍‌-୧୯’ର ଏକ ଚମକପ୍ରଦ ବିଜୟ ହେବ ନାହିଁ କି?

ସମ୍ବନ୍ଧିତ ଖବର