ଜଣେ ଭକ୍ତ ଦିନ ଦିନ ଧରି ପ୍ରାର୍ଥନା, ପୂଜା ଆଦିରେ ଲାଗି ରହିବା ପରେ ଦିନେ ତା’ ମନରେ ଟିକିଏ ସନ୍ଦେହ ଆସିଲା। ସେ ଭାବିଲା- ସତରେ ଈଶ୍ବର ଅଛନ୍ତି ତ? ଯଦି ନ ଥିବେ ତେବେ ମୋର ଏତେ ପରିଶ୍ରମ ବୃଥା ହୋଇଯିବ। ତେଣୁ ସେ ବୁଦ୍ଧତ୍ବ ପାଇଥିବା ଗୌତମଙ୍କ ପାଖକୁ ଯାଇ କହିଲା- ମହାତ୍ମା, ମୁଁ ଜଣେ ଆସ୍ତିକ। କିନ୍ତୁ ମୋ ମନରେ ହଠାତ୍ ସନ୍ଦେହ ଆସିଲା ଯେ ସତରେ ଈଶ୍ବର ଅଛନ୍ତି ତ? ଆପଣ ମୋର ସନ୍ଦେହ ଦୂର କରନ୍ତୁ।
ବୁଦ୍ଧ ଉତ୍ତର ଦେଲେ ଈଶ୍ବର ନାହାନ୍ତି। ଏହା ଶୁଣି ଭକ୍ତଜଣକ ହତାଶାରେ ଫେରିଲା।
ତା’ର କିଛି ଦିନ ପରେ ଜଣେ ନାସ୍ତିକ ମନରେ ସେମିତି ଟିକିଏ ସନ୍ଦେହ ଆସିଲା। ସେ ଭାବିଲା- ମୁଁ ନାସ୍ତିକ ସତ। କିନ୍ତୁ ଯଦି ଈଶ୍ବର ସତରେ ଥାଆନ୍ତିି ତେବେ?
ସେ ମଧୢ ବୁଦ୍ଧଙ୍କ ପାଖକୁ ଯାଇ ପଚାରିଲା- ମୁଁ ଜଣେ ନାସ୍ତିକ। କିନ୍ତୁ ମୋ ମନରେ ଏବେ ପ୍ରଶ୍ନ ଉଠୁଛି ଯେ ଯଦି ଈଶ୍ବର ଥାଆନ୍ତି ତେବେ?
ଗୌତମ ବୁଦ୍ଧ କହିଲେ- ଈଶ୍ବର ଅଛନ୍ତି।
ଏ ଦୁଇ ପ୍ରକାର କଥା ବୁଦ୍ଧଙ୍କ ମୁହଁରୁ ବାହାରିଛି ବୋଲି ଚାରିଆଡ଼େ ରଟିଗଲା। ତାଙ୍କୁ ସମସ୍ତେ ଘେରି ଯାଇ ପ୍ରଶ୍ନ କଲେ ଆପଣ ଗୋଟିଏ ପ୍ରଶ୍ନର ଦୁଇଟି ଅଲଗା ଅଲଗା ଉତ୍ତର ଦେଲେ କେମିତି?
ବୁଦ୍ଧ କହିଲେ- ପ୍ରକୃତରେ ସେ ପ୍ରଶ୍ନ ଦୁଇଟି ମୂଲ୍ୟହୀନ। କାରଣ ଈଶ୍ବର ଅଛନ୍ତି ନା ନାହାନ୍ତି ତାକୁ କଦାପି କୌଣସି ଉତ୍ତର ଦ୍ବାରା ସାବ୍ୟସ୍ତ କରିହେବନାହିଁ। ପୁଣି ଜଣେ ଆସ୍ତିକ ହେଉ ଅବା ନାସ୍ତିକ; ମନରେ ଯଦି ସନ୍ଦେହ ପଶି ସେମାନେ କିଛି ଉତ୍ତର ପାଇବା ଲାଗି ବ୍ୟାକୁଳ, ତାହାର ଅର୍ଥ ସେମାନଙ୍କ ମନ ଅଧିକ ବିଶ୍ଳେଷଣ ଲାଗି ପ୍ରସ୍ତୁତ। ମୋ ଠାରୁ ସେମାନେ ଯେଉଁ ଉତ୍ତର ପାଇଲେ ତାହା ସେମାନଙ୍କୁ ଗଭୀର ଚିନ୍ତନକୁ ଯିବାକୁ ବାଧ୍ୟ କରିବ। ତହିଁରୁ ହିଁ ସେମାନଙ୍କ ଆତ୍ମ ନିରୀକ୍ଷଣ ଓ ଅନ୍ତର୍ମନକୁ ଯାତ୍ରାର ପ୍ରକ୍ରିୟା ପ୍ରାରମ୍ଭ ହେବ।
କଥାଟିଏ-ଯାଯାବର: ଆସ୍ତିକ ଓ ନାସ୍ତିକଙ୍କ ପ୍ରଶ୍ନ
ଜଣେ ଭକ୍ତ ଦିନ ଦିନ ଧରି ପ୍ରାର୍ଥନା, ପୂଜା ଆଦିରେ ଲାଗି ରହିବା ପରେ ଦିନେ ତା’ ମନରେ ଟିକିଏ ସନ୍ଦେହ ଆସିଲା। ସେ ଭାବିଲା- ସତରେ ଈଶ୍ବର ଅଛନ୍ତି ତ? ଯଦି ନ ଥିବେ ତେବେ ମୋର ଏତେ ପରିଶ୍ରମ ବୃଥା ହୋଇଯିବ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)