ଗୋଟିଏ ଗାଁରେ ଥିଲା ଜଣେ ଭାରି କୁହାଳିଆ ଲୋକ। ତା’ର ଏ ସ୍ବଭାବ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲା। ଏମିତି ହେଲା ଯେ ଲୋକେ ତାକୁ ଦେଖିଲେ ବିରକ୍ତ ହେଲେ ଏବ˚ ଲୁଚିଲେ। ଏଣୁ ସେଇ ଲୋକଟି ବନ୍ଧୁହୀନ ହୋଇଗଲା। 
ନିଜ କଥା କାହାକୁ ଶୁଣାଇ ପାରୁ ନ ଥିବାରୁ ତା’ ଭିତରଟା ଆଉଟୁପାଉଟୁ ହେବାରେ ଲାଗିଲା। ତା’ର ସମସ୍ୟାର ସମାଧାନ ଲାଗି ସେ ଗାଁର ଜଣେ ବିଚକ୍ଷଣ ଲୋକଙ୍କୁ ଭେଟିଲା। ବିଚକ୍ଷଣ ଲୋକ କହିଲେ- ଆମ ଅଞ୍ଚଳରେ ଜଣେ ମାତ୍ର ବ୍ୟକ୍ତି ଅଛି ଯିଏ ତୁମର ବନ୍ଧୁ ହୋଇ ରହିପାରିବ। ମୁଁ ତାକୁ ଚିଠିଟିଏ ଲେଖି ଦେଉଛି। ତାକୁ ଦେବ। ତା’ ପରେ ତୁମେ ତା’ ସହିତ ବନ୍ଧୁତା କରିବାରେ ଅସୁବିଧା ହେବନାହିଁ। 
କୁହାଳିଆ ଲୋକ ଚିଠିଟି ନେଇ ସେଇ ଲୋକଙ୍କୁ ଦେଲେ। ସତକୁ ସତ କୁହାଳିଆ ଲୋକ ଜଣେ ଭଲ ବନ୍ଧୁ ପାଇଗଲେ ଏବ˚ ଯେତେ ଗପିଲେ ବି ବନ୍ଧୁ କିଛି ପ୍ରତିକ୍ରିୟା ପ୍ରକାଶ ନ କରି ଶୁଣି ଚାଲିଲେ। 
ଅସଲ କଥା ହେଲା, ବିଚକ୍ଷଣ ଲୋକ ଯାହାର ଠିକଣା ଦେଇଥିଲେ ସେ ଥିଲେ ଏକାଧାରରେ ମୂକ ଓ ବଧିର ଅର୍ଥାତ୍‌ ସେ କିଛି ଶୁଣି ପାରୁ ନ ଥିଲେ କି କହି ପାରୁ ନ ଥିଲେ। 
ଗପଟି କହିସାରି ଶିକ୍ଷକ ପଚାରିଲେ- ପିଲାଏ, ତୁମେ ଏଥିରୁ କ’ଣ ବୁଝିଲ। 
ଜଣେ ପିଲା କହିଲା- ଅଧିକ ଗୁଡ଼ାଏ ଗପିବା ଅନୁଚିତ। ତୁମକୁ କେହି ଭଲ ପାଇବେ ନାହିଁ। ତୁମେ ବନ୍ଧୁହୀନ ହୋଇଯିବ।
ଶିକ୍ଷକ କହିଲେ- ଠିକ୍‌ କଥା କହୁଛ। କିନ୍ତୁ କାାହିଁକି ଏମିତି ହୁଏ?
ପିଲାଏ ନିରବ ରହିଲେ। 
ଶିକ୍ଷକ କହି‌େଲ- ଏଥିରେ ରହିଛି ଶୁଣୁଥିବା ଲୋକର ଦୋଷ। ଅଧିକ ଶୁଣି ପାରିବା ଲାଗି ଯେଉଁ ଧୈର୍ଯ୍ୟ ଓ ନିରହଙ୍କାରୀ ସ୍ବଭାବ ‌େଲାଡ଼ା ତାହା ଆମମାନଙ୍କ ଠାରେ ପ୍ରାୟ ନ ଥାଏ। ଆମେମାନେ ଅଧିକ ଶୁଣି ପାରୁନା। ତେଣୁ କୁହାଳିଆ ଲୋକଟି ବନ୍ଧୁହୀନ ହୋଇଗଲା।