ବହୁ ବର୍ଷ ପରେ ଅକସ୍ମାତ୍ ଅବସରପ୍ରାପ୍ତ ଇ˚ଜିନିଅରଙ୍କ ପ୍ରିୟ ଅଧୢାପକ ବନ୍ଧୁଙ୍କ ସହିତ ଦେଖା ହୋଇଗଲା। ଇ˚ଜିନିଅର ମହାଶୟ ଜଣକ ତାଙ୍କ ଏକମାତ୍ର ପୁଅର ବ୍ୟବହାରରେ ମର୍ମାହତ ଥିଲେ। ସେ ବନ୍ଧୁଙ୍କୁ ନିଜ ଦୁଃଖ କଥା କହି କାନ୍ଦି ପକାଇଲେ।
ସେ କହିଲେ- ଦେଖ ଭାଇ ମୁଁ ମୋ ଚାକିରି ଜୀବନରେ ବହୁ ପଇସା ରୋଜଗାର କଲି। ଏକାଧିକ ଘର ବାଡ଼ି କରି ପକାଇଲି। ଏ ସବୁ କେଉଁଥି ଲାଗି କଲି? ସବୁ ମୋ ପୁଅ ଲାଗି। ମୋ ମୃତ୍ୟୁ ପରେ ସେ ହିଁ ଏକମାତ୍ର ଉତ୍ତରାଧିକାରୀ। କିନ୍ତୁ ସେ ସେତକ ବୁଝିଲା ନାହିଁ। କୌଶଳ କରି ମାନ ଅଭିମାନ କରି ସବୁ ସ˚ପତ୍ତି ମୋ ହାତରୁ ନେଇ ତା ନିଜ ନାମରେ କରାଇ ନେବା ପରେ ମୋତେ ମୋ ଘରୁ ବି ବାହାର କରିଦେଲା। ଏ ସହରରେ ମୋର ଦୁଇ ଦୁଇଟା ଘର ଥାଉଁ ଥାଉଁ ମୁଁ ଗୋଟିଏ ଛୋଟ ଘରେ ଭଡ଼ା ନେଇ ରହୁଛି।
ଏହା ଶୁଣି ବନ୍ଧୁ କହିଲେ- ତୁମେ ଯେତେବେଳେ ନୂଆ ନୂଆ ସ˚ପତ୍ତି କିଣିବା ଆରମ୍ଭ କରିଥିଲ ସେତିକି ବେଳେ ମୁଁ ଏଭଳି କାହିଁକି କରୁଛ ବୋଲି ପଚାରିବାରେ ତୁମେ କହିଥିଲ ଯେ ଭବିଷ୍ୟତ ଲାଗି କରୁଛ। ମୁଁ ସେତିକି ବେଳେ କହିଥିଲି ଜୀବନକୁ ବୁଝିବା କଷ୍ଟକର। ଜୀବନକୁ ଭଲ ଭାବେ ବୁଝିଲା ବେଳକୁ ତିନି ଚତୁର୍ଥା˚ଶ ଜୀବନ କଟିଯାଇଥାଏ ଏବ˚ ଅବଶିଷ୍ଟ ଏକ ଚତୁର୍ଥା˚ଶ ସମୟ କାହିଁକି ଜୀବନକୁ ନଷ୍ଟ କରିଦେଲି ବୋଲି ଅନୁତାପରେ କଟେ।
ଇ˚ଜିନିଅର ଚୁପ୍ ରହିଲେ।
ସେଇଠୁ ଅଧୢାପକ ବନ୍ଧୁ କହିଲେ- ତୁମେ ତୁମ ପୁଅ ବୟସରେ ଥିଲା ବେଳେ ଯାହା କରିଥିଲ ତୁମ ପୁଅ ଊଣାଅଧିକେ ସେୟା କରୁଛି; ଜୀବନକୁ ନେଇ ପ୍ରମତ୍ତ ଅଛି। ତାର ତିନି ଚତୁର୍ଥାଂଶ ଜୀବନ ଗଲା ପରେ ସେ ବି ତୁମ ଭଳି ଅନୁତପ୍ତ ହେବ।
ସେ ବି ଅନୁତପ୍ତ ହେବ
କଥାଟିଏ-ଯାଯାବର