ମୁଲ୍ଲା ନସିରୁଦ୍ଦିନ ଥରେ ଗୋଟିଏ ପଗଡ଼ି ଧରି ରାଜାଙ୍କ ଦରବାରରେ ପହଞ୍ଚିଲେ। ରାଜାଙ୍କୁ ସେ କହିଲେ ଯେ ସେ ଏହି ପଗଡ଼ିକୁ ବିକ୍ରି କରିବାକୁ ଚାହାନ୍ତି।
ରାଜା ପଚାରିଲେ- ଏହାର ଦାମ କେତେ?
ମୁଲ୍ଲା କହିଲେ- ଏକ ହଜାର ସ୍ବର୍ଣ୍ଣ ମୁଦ୍ରା ବା ଅସରପି।
ଏହା ଶୁଣି ରାଜାଙ୍କ ଜଣେ ପାରିଷଦ କହିଲା- ହଜୁର, ଏ ପଗଡ଼ିର ଦର ଜମାରୁ ଏକ ହଜାର ଅସରପି ହେବା କଥା ନୁହେଁ। ଏ ଲୋକ ଅଧିକ ଦର ହାଙ୍କୁଛି।
ଏହା କହି ସେ ପଗଡ଼ିକୁ ନିଜ ହାତକୁ ଆଣି ତାକୁ ନିକଟରୁ ପରୀକ୍ଷାନିରୀକ୍ଷା କରି ତା’ର ରୂପ, ରଙ୍ଗ ଓ ଆକାର ଆଦି ବାହୁନିବାକୁ ଲାଗିଲା।
ରାଜା ମଧ୍ୟ ପ୍ରଭାବିତ ହୋଇ ମୁଲ୍ଲାଙ୍କୁ ପଚାରିଲେ- ହଇଓ ମୁଲ୍ଲା, ଏ ପଗଡ଼ି ଏମିତି କ’ଣ କି? ଏହାର ଦର ହଜାରେ ଅସରପି ବୋଲି କହୁଛ?
ମୁଲ୍ଲା କହିଲେ- ଛାର ପଗଡ଼ି କଥା ଛାଡ଼ନ୍ତୁ ହଜୁର! ମୁଁ କାହାକୁ ଏହା ବିକ୍ରି କରିବାକୁ ଚାହୁଛି, ସେ କଥା ଭାବନ୍ତୁ। ମୋ ଆଗରେ ବସିଛନ୍ତି ପୃଥିବୀର ସବୁଠାରୁ ଅଧିକ ଧନୀ, ପୁଣ୍ୟବାନ, ବିଚାରବନ୍ତ ଓ ଦୟାଳୁ ରାଜା। ମୁଁ ତା‌ଙ୍କ ଠାରୁ ହଜାରେ ଅସରପି ନେବା କ’ଣ ତାଙ୍କ ସମ୍ମାନଯୋଗ୍ୟ ନୁହେଁ?
ରାଜା ଉଠି ପଡ଼ି କହିଲେ- ସାଧୁ ସାଧୁ! କିଏ ଅଛରେ, ଯାଅ ଦୁଇ ହଜାର ଅସରପି ଆଣି ମୁଲ୍ଲାଙ୍କୁ ଦିଅ।
ଏମିତି ଭାବେ ପଗଡ଼ିଟି ଦୁଇ ହଜାର ସ୍ବର୍ଣ୍ଣ ମୁଦ୍ରାରେ ବିକ୍ରି କରି ନସିରୁଦ୍ଦିନ ବାହାରିଗଲା ବେଳେ ସେହି ପାରିଷଦଙ୍କୁ ଧୀର କଣ୍ଠରେ କହିଗଲେ- ତୁମେ ପଗଡ଼ିର ଖୁଣ କଥା ଜାଣିଛ କିନ୍ତୁ ସୁଲତାନମାନଙ୍କ ଖୁଣ ବିଷୟରେ କିଛି ଜାଣିନା!