ୟୁଜିକେ ଥରେ ତାଙ୍କ ଅନୁଗାମୀମାନଙ୍କୁ ପଚାରିଲେ - କହିଲେ ଦେଖି, ଯୀଶୁଖ୍ରୀଷ୍ଟଙ୍କୁ ଆମେମାନେ କାହିଁକି ଭକ୍ତି କରୁଁ? କାହିଁକି ନତ ମସ୍ତକ ହେଉ?
ଜଣେ କହିଲେ- ଯୀଶୁଖ୍ରୀଷ୍ଟ ଏକ ବିଶାଳ ଧର୍ମର ପ୍ରବର୍ତ୍ତକ। ତାଙ୍କର ସାରା ବିଶ୍ବରେ କୋଟି କୋଟି ଅନୁଗାମୀ ଅଛନ୍ତି। ତାଙ୍କ ଭଳି ବ୍ୟକ୍ତିତ୍ବ ଇତିହାସରେ ବିରଳ।
ଆଉ ଜଣେ କହିଲେ- ଯୀଶୁଖ୍ରୀଷ୍ଟଙ୍କ ମହନୀୟତା, ତାଙ୍କର କରୁଣା ବିଷୟରେ ଆମେ କେତେ କେତେ କଥା ଶୁଣୁ। ଗୋଟିଏ ଧର୍ମର ଲୋକେ ସିନା ତାଙ୍କର ଉପାସନା କରନ୍ତି, କିନ୍ତୁ ତାଙ୍କ ପ୍ରତି ସମସ୍ତଙ୍କ ମସ୍ତକ ଶ୍ରଦ୍ଧା ଓ ଭକ୍ତିରେ ନଇଁଯାଏ।
ୟୁଜିକେ କହିଲେ- ଏ ସବୁ ଠିକ କଥା। କିନ୍ତୁ ସ˚ପୂର୍ଣ୍ଣ ଠିକ ନୁହେଁ। ଏବେ ଶୁଣନ୍ତୁ। କେବଳ କେଇ କ୍ଷଣ ଓ କେଇ ଧାଡ଼ି ତାଙ୍କୁ ସର୍ବୋଚ୍ଚ ସ୍ତରକୁ ନେଇଗଲା, ତାଙ୍କୁ ଅତୁଳନୀୟ ମହନୀୟତା ଦେଲା। ଆପଣମାନେ ଚିନ୍ତା କରନ୍ତୁ। ଜଣଙ୍କର ବୟସ ବତିଶ କି ତେତିଶ ବର୍ଷ ହୋଇଥିବ। ବିନା ଅପରାଧରେ ତାଙ୍କୁ ଗୋଟିଏ କ୍ରସ୍ରେ ଚଢ଼ାଇ ଦିଆଯାଇ ତାଙ୍କ ଗୋଡ଼ ହାତରେ କଣ୍ଟା ପିଟା ଯାଉଥିବ। ଅଥଚ ତାଙ୍କ ମୁହଁରୁ ବାହାରୁଥିବ- ହେ ଈଶ୍ବର, ଏମାନେ କ’ଣ କରୁଛନ୍ତି, ଜାଣି ପାରୁ ନାହାନ୍ତି। ଏମାନଙ୍କୁ କ୍ଷମା କର।
କେଉଁଭଳି ବ୍ୟକ୍ତିଙ୍କ ପକ୍ଷରେ ଏହା ସମ୍ଭବ? ସେଭଳି ଏକ ଚରମ ଯନ୍ତ୍ରଣାଦାୟକ କ୍ଷଣରେ ଯାହାଙ୍କ ମୁହଁରୁ ଏଭଳି କ୍ଷମାସୂଚକ ବାକ୍ୟ ବାହାରିପାରେ ସେ କ’ଣ ସାଧାରଣ? ଯାତନା କାଳରେ ତାଙ୍କ ଠାରେ ପ୍ରସ୍ଫୁଟିତ ହୋଇଥିବା ସୌନ୍ଦର୍ଯ୍ୟ ଲାଗି ଆମେ ସମସ୍ତେ ତାଙ୍କ ସାମନାରେ ନତ ମସ୍ତକ ହେଉ।
ଯାତନା କାଳର ସୌନ୍ଦର୍ଯ୍ୟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2019/11/footf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)