ଖାଲି ଡଙ୍ଗା

କଥାଟିଏ-ଯାଯାବର

ଜଣେ ଜେନ ସନ୍ନ୍ୟାସୀ ଏକାନ୍ତରେ ଧ୍ୟାନ କରିବା ଲାଗି ନଉକାଟିଏରେ ବସି ଗୋଟିଏ ହ୍ରଦର ମଧ୍ୟ ଭାଗକୁ ଚାଲିଗଲେ। ସେଠାରେ କିଛି ସମୟ ଆଖି ବୁଜି ଧ୍ୟାନ କଲା ପରେ ଏକ ଧକ୍କାରେ ତାଙ୍କ ଡଙ୍ଗା ଦୋହଲି ଗଲା ଏବଂ ତାଙ୍କ ଧ୍ୟାନ ଭାଙ୍ଗିଗଲା। ତାଙ୍କୁ ଲାଗିଲା କେହି ଜଣେ ନାଉରିଆ ଭାରସାମ୍ୟ ହରାଇ ତା’ ନିଜ ଡଙ୍ଗାଟିକୁ ଆଣି ତାଙ୍କ ନଉକାରେ ବାଡ଼େଇ ଦେଇଛି।
ରାଗରେ ସେ ଆଖି ଖୋଲି ଦେଖନ୍ତି ତ ଗୋଟିଏ ଖାଲି ଡଙ୍ଗା ଭାସି ଆସି ତାଙ୍କ ନୌକାକୁ ଧକ୍କା ଦେଇଛି। ବୋଧହୁଏ କୂଳରେ ବନ୍ଧା ହୋଇଥିବା ଡଙ୍ଗାଟିଏ ରସିରୁ ଖୋଲି ଯାଇ ପବନ ବଳରେ ଭାସି ଆସିଛି ଓ ତାଙ୍କ ଡଙ୍ଗା ସହ ବାଡ଼େଇ ହୋଇଯାଇଛି।
କିନ୍ତୁ ଏହି ଘଟଣାରେ ସନ୍ନ୍ୟାସୀଙ୍କ ସହସା ଜ୍ଞାନୋଦୟ ହେଲା। ଏବେ ସେ ନିଜ କ୍ରୋଧକୁ ସମ୍ବରଣ କରିବାର ଏକ ଉପାୟ ପାଇଗଲେ। କୌଣସି ବ୍ୟକ୍ତି ବା‌ ଘଟଣା ତାଙ୍କ ମନରେ କ୍ରୋଧ ସୃଷ୍ଟି କରିବା ମାତ୍ରକେ ସେହି ଖାଲି ଡଙ୍ଗା କଥା ତାଙ୍କର ମନେ ପଡ଼ିଗଲା। କ୍ରୋଧ ସୃଷ୍ଟିକାରୀ ସେହି ବ୍ୟକ୍ତି ବା ଘଟଣାଗୁଡ଼ିକୁ ସେ ଅନିର୍ଦ୍ଦିଷ୍ଟ ଭାବେ ଭାସି ବୁଲି ତାଙ୍କୁ ଧକ୍କା ଦେଇଥିବା ଖାଲି ଡଙ୍ଗା ବୋଲି ବିଚାର କଲେ ଓ ସେଭଳି ସ୍ଥିତିରେ ସ୍ମିତ ଭାବେ ହସି ‌େଦଲେ।

ସମ୍ବନ୍ଧିତ ଖବର