ଜଣେ ଜେନ୍‌ ସନ୍ନ୍ୟାସୀ ଥିଲେ। ଥ‌େର ନିଶାର୍ଧରେ ତାଙ୍କ ଘ‌ର ଭିତରକୁ ଚୋର ପଶିଲା। ସେ‌େତବେଳକୁ ସେ ଶୋଇ ନ ଥିଲେ। ସୁତରାଂ, ଚୋର ସହ ଭେଟାଭେଟି ହୋଇଗଲା। ଏଥିରେ ବିଚଳିତ ଚୋର ଏକ ଛୁରୀ ବାହାର କଲା। ଜେନ୍‌ ମାଷ୍ଟରଙ୍କ ଆଖିରେ ଲୁହ ଆସିଗଲା।
ସେ କହିଲେ- ବନ୍ଧୁ, ଏଠି ବସ। ତୁମ ଅସହାୟତା କଥା ମୁଁ ବୁଝି ପାରୁଛି। ତାହା ହୋଇ ନ ଥିଲେ ଯେଉଁ ସମୟରେ ଲୋକେ ନିଦ୍ରା ଯାଆନ୍ତି, ସେହି ସମୟରେ ତୁମେ ଏମିତି ବୁଲନ୍ତ ନାହିଁ; ପାଚେରି ଚଢ଼ି ଘରେ ପଶିବା ଭଳି ଦୁଃସାହସ ଓ କଷ୍ଟ କରନ୍ତ ନାହିଁ। ପୁଣି ମୋ ଭଳି ଜଣେ ଦରିଦ୍ରର ଘରକୁ ପଶିଥିବାରୁ ମୁଁ ଜାଣି ପାରୁଛି ତୁମ ପରିସ୍ଥିତି କିଭଳି ଦୟନୀୟ!
ଚୋରଟି ନିରବ ରହିଲା।
ଜେନ୍‌ ମାଷ୍ଟର ତା’ର ହାତ ଧରି ପକାଇ କହିଲେ- ବନ୍ଧୁ, ଆସ ଏକାଠି ରାତ୍ରି ‌େଭାଜନ କରିବା। ତୁମେ ଖାଇଛଟି?
ଚୋରଟି ପ୍ରକୃତରେ ଉପାସରେ ଥିଲା। ଦୁହେଁ ଖାଇଲେ। ଖାଇବା ପରେ ଜେନ୍‌ ମାଷ୍ଟର ଏକ କାଠ ବାକ୍‌ସ ଖୋଲି ତହିଁରେ ଥିବା କିଛି ପୁରୁଣା ରୁପା ଟଙ୍କା ଧରାଇ ଦେଇ କହିଲେ- ବନ୍ଧୁ, ଏହା ଛଡ଼ା ଆଉ ଦେବା ଲାଗି ମୋ ପାଖରେ କିଛି ନାହିଁ। ମୁଁ ଦୁଃଖିତ।
ଚୋର ଆଖିରୁ କେଇ ବୁନ୍ଦା ଲୁହ ଝରି ପଡ଼ିଲା। ସେ କିଛି ସମୟ ନିରବ ରହି ଧୀରେ କହିଲା- ମହାଶୟ, କିଛି ଦିନ ତଳେ ଆମ ସହରର ସବୁଠାରୁ ବଡ଼ ଧନୀଙ୍କ ଘରେ ପଶି ଧରା ପଡ଼ିଥିଲି। କିଛି ଚୋରି କରି ପାରି ନ ଥିଲି। କିନ୍ତୁ ମୋତେ ଏଭଳି ମାଡ଼ ଦିଆଗଲା ଯେ ମରୁ ମରୁ ବଞ୍ଚି ଯାଇଥିଲି। କିନ୍ତୁ, ଏବେ ଜାଣୁଛି ସେ ପ୍ରକୃତରେ ଧନୀ ନୁହନ୍ତି। ଆପଣ ଏ ସହରର ସର୍ବଶ୍ରେଷ୍ଠ ଧନୀ। କାରଣ ଆପଣ ଅକାତରେ ଦେଇ ପାରନ୍ତି। ଦ୍ବିତୀୟ କଥା ହେଲା, ଆପଣ ଯଦି ଏତେ ଦରିଦ୍ର ହୋଇ ଚୋରି କରୁ ନାହାନ୍ତି, ମୁଁ କାହିଁକି କରୁଛି?
ଏହା କହି ଚୋର ସେହି ଟଙ୍କା ନ ନେଇ ସେଠାରୁ ଚାଲିଗଲା।