ଜଣେ ବ୍ୟକ୍ତି କେମିତି ସା˚ସାରିକ ବନ୍ଧନ ମୁକ୍ତ ହେବେ ସେଇ ଚିନ୍ତାରେ ଇତସ୍ତତଃ ଘୂରି ବୁଲୁଥିବା ବେଳେ ଏକ ବିଚିତ୍ର ଦୃଶ୍ୟ ଦେଖିଲେ। ଦୃଶ୍ୟଟି ଥିଲା ଏହିପରି। ହାତୀଟିଏ ଧରି ଗାଁ ବା ସହର ବୁଲି ବୁଲି ଭିକ୍ଷା କରୁଥିବା ଜଣେ ମାହୁନ୍ତ ଗାଁ ବାହାରେ ହାତୀର ପଛ ଗୋଡ଼କୁ ଏକ ଦଉଡ଼ି ଦ୍ବାରା ଗୋଟିଏ କାଠ ଖୁମ୍ବରେ ବାନ୍ଧି ଦେଇ ତା’ ପାଖରେ ତଳେ ଶୋଇ ବିଶ୍ରାମ ନେଉଥିଲା।
ସେ ବ୍ୟକ୍ତି ଦେଖିଲେ ହାତୀ ଭଳି ଏକ ବିଶାଳ ତଥା ଅମାପ ବଳଶାଳୀ ଜନ୍ତୁକୁ ଯେମିତି ଗୋଟିଏ ଦଉଡ଼ିରେ ବାନ୍ଧି ରଖାଯାଇଛି, ତାହା ବିପଜ୍ଜନକ। କାରଣ ହାତୀ ଚାହିଁଲେ ନିମିଷକେ ସେ ଦଉଡ଼ିକୁ ଛିଣ୍ତାଇ ଦେଇ ପାରିବ। କିନ୍ତୁ ମାହୁନ୍ତ ହାତୀକୁ ସେମିତି ବାନ୍ଧି ଦେଇ ଶାନ୍ତିରେ ଶୋଇ ପଡ଼ିଥିଲା।
ସେ ବ୍ୟକ୍ତି ମାହୁନ୍ତକୁ ସନ୍ତର୍ପଣରେ ନିଦରୁ ଉଠାଇ କହିଲେ- ଭାଇ, ତୁମେ ଏ କି ବିପଜ୍ଜନକ କାର୍ଯ୍ୟ କରୁଛ? ହାତୀଟି ଦଉଡ଼ି ଛିଣ୍ତାଇ ଦେଲେ ତ ପ୍ରଳୟ କରିଦେବ!
ମାହୁନ୍ତ କହିଲା- ସେମିତି ଆଦୌ ହେବ ନାହିଁ। ହାତୀ ଯେତେ ରାଗିଲେ ବି ସେମିତି ହେବ ନାହିଁ। କାରଣ ହାତୀଟି ପିଲା ଥିଲା ବେଳେ ଆମେ ତା’ର ପଛ ଗୋଡ଼ରେ ଲୁହା ଶିକୁଳି ବାନ୍ଧି ଦେଉଥିଲୁ। ସେ ତାକୁ ଛିଣ୍ତାଇବା ଲାଗି ଅନେକ ଚେଷ୍ଟା କରି ବିଫଳ ହେବା ପରେ ବନ୍ଧନର ବଶ୍ୟତା ସ୍ବୀକାର କରିନେଇଛି। ତେଣୁ ଦଉଡ଼ିଟି ଯେତେ ଦୁର୍ବଳ ହେଲେ ବି ସେ ସେଇ ବଶ୍ୟତା ସାମନାରେ ନିର୍ବଳ ହୋଇ ପଡୁଛି।
ଏ କଥାଟିରେ ସେ ବ୍ୟକ୍ତିଙ୍କ ହଠାତ୍ ଚୈତନ୍ୟ ଉଦୟ ହେଲା। ସେ ଭାବିଲେ ସତେ ତ ପିଲା ଦିନରୁ ଅନେକ ସ˚ସ୍କାର ଆମକୁ ସ˚ସାର ସହିତ ବାନ୍ଧି ରଖିଥିବାରୁ ଆମେ ଭାବୁଛୁ ତାହା ଅତୁଟ। କିନ୍ତୁ ଭିତିରେଇ ବୁଝିହେବ ଯେ ବନ୍ଧନର ବିଶେଷ ଟାଣ ନାହିଁ। କେବଳ ବନ୍ଧନର ମର୍ମକୁ ବୁଝିପାରିେଲ ହେଲା।
ବନ୍ଧନର ଟାଣ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)