ଜଣେ ବ୍ୟକ୍ତି କେବଳ ଗୋଟିଏ ଚିନ୍ତାରେ ରହିଲେ, କେମିତି ଅଧିକରୁ ଅଧିକ ଧନ ଉପାର୍ଜନ କରିବେ, ଠୁଳ କରିବେ। ତାଙ୍କ ପତ୍ନୀ କହିଲେ- ତୁମେ ଦିନରାତି ଭୁଲିଯାଇ କାହିଁକି ଏମିତି ଧନ ଠୁଳ କରିବା ପଛରେ ଲାଗିଛ?
ଧନିକ ଉତ୍ତର ଦେଲେ- ମୂର୍ଖ, ଦେଖିପାରୁନାହଁ କି ଆମେ ଧନୀ ହେବା ଦ୍ବାରା କି କି ଲାଭ ହୋଇଛି? ଧନ ପାଖରେ ଥିଲେ ତୁମେ ସୁଖଶାନ୍ତି ଠୁ ଆରମ୍ଭ କରି ସବୁକିଛି ପାଇପାରିବ। ଦରିଦ୍ର ହେଲେ କ’ଣ ହୁଏ ତାହା ତୁମେ ଜାଣିନାହଁ କି?
ପତ୍ନୀ ନିରବ ରହିଲେ।
ଦିନେ ସକାଳେ ଧନିକ ନିଦରୁ ଉଠିବା ବେଳେ ପାଖରେ ଯମରାଜଙ୍କୁ ଦେଖିଲେ। ଯମରାଜ କହିଲେ- ମୋ ସହିତ ଚାଲ। ତୁମ ପରମାୟୁ ପୂରିଗଲା।
ଧନିକ କହିଲେ- ପୂରିଗଲା? ମୋ ବୟସ କେତେ କି? ମୁଁ ତ ପଚାଶ ଛୁଇଁ ନାହିଁ!
ଯମରାଜ କହିଲେ- ତୁମେ ବୋଧହୁଏ ପାଗଳ! ନ ହେଲେ ଏମିତି କଥା କହନ୍ତ ନାହିଁ। ହଉ, ଏବେ ଚାଲ। ଆମ ହାତରେ ସମୟ କମ୍।
ଧନିକ ପ୍ରକୃତିସ୍ଥ ହେଲେ। ତାଙ୍କ ଆଗରେ ତାଙ୍କ ପୃଥିବୀ ଭାଙ୍ଗି ପଡୁଥିଲା। ସେ ଯମଙ୍କୁ କହିଲେ- ମୋ ପାଖରେ ଅଚଳାଚଳ ସ˚ପତ୍ତିି। ସେଥିରୁ ଅଧା ଦେବି। ମାତ୍ର ଦଶ ବର୍ଷ ଆୟୁଷ ବଢ଼ାଇ ଦିଅନ୍ତୁ। ଯମ ମନା କଲେ। ସେଇଠୁ ଧନିକ କହିଲେ ହଉ ସେତକ ନେଇ ବର୍ଷଟିଏ ଦିଅନ୍ତୁ। ଯମ ମନା କଲେ। ଧନିକ କହିଲେ ମାସଟିଏ, ହଉ ନ ହେଲେ ହପ୍ତାଟିଏ, ନ ହେଲେ ଦିନଟିଏ ଆୟୁଷ ବଢ଼ାଇ ଦିଅନ୍ତୁ। ଯମ କହିଲେ ସମୟ ନଷ୍ଟ କରନା। ଆଉ ମାତ୍ର ପାଞ୍ଚ ମିନିଟ୍ ରହିଲା। ବାହାର।
ଏଥର ଧନିକ ଅସହାୟ ଦିଶିଲେ। ଗୋଟିଏ କାଗଜରେ ନିଜର କୁନି ପୁଅ ପାଖକୁ ଚିଠିଟିଏ ଲେଖିଲେ- ପୁଅ, ବଡ଼ ହେଲେ ପଢ଼ିବୁ। ଧନ ଥିଲେ ସବୁ କିଣି ହେବ ବୋଲି ଭାବିଥିଲି। କିନ୍ତୁ ଦେଖୁଛି ମୋ ସବୁ ସ˚ପତ୍ତି ବଦଳରେ ଗୋଟିଏ ବି ଅଧିକ ପ୍ରଶ୍ବାସ କିଣି ପାରିଲି ନାହିଁ।
ସେତେବେଳକୁ ପାଞ୍ଚ ମିନିଟ ସରିଯାଇଥିଲା।
କ’ଣ କିଣି ହେଲା ନାହିଁ!
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)