ଜଣେ ଗାୟକ ରାଜାଙ୍କ ଦରବାରରେ ଗୀତ ବୋଲିଲେ। ରାଜା ଗୀତରେ ଚମତ୍କୃତ ହୋଇ ଗାୟକଙ୍କ ଲାଗି ସୁନା ମୋହର ପୁରସ୍କାରର ଘୋଷଣା କଲେ। ଏଥିରେ ଗାୟକ ଉତ୍ସାହିତ ହୋଇ ଆହୁରି ସୁନ୍ଦର ଗୀତ ବୋଲିଲେ। ରାଜା ଏଥର ଖୁସି ହୋଇ ହୀରା ପୁରସ୍କାରର ଘୋଷଣା କଲେ। ଗାୟକ ଆହୁରି ଖୁସି ହୋଇ ଆହୁରି ସୁନ୍ଦର ଗୀତ ବୋଲିଲେ। ରାଜା ଏଥର ମଣି, ମୁକ୍ତା, ଜମି ଜାଗିରି ଆଦି ସବୁର ଘୋଷଣା କରି ଚାଲିଲେ। ସେଇ ଦିନ ଗାୟକ ତାଙ୍କ ଜୀବନର ସବୁଠାରୁ ଚମତ୍କାର ଗୀତ ଗାଇ ସବୁଠାରୁ ଅଧିକ ପୁରସ୍କୃତ ହୋଇ ଘରକୁ ଫେରିଲେ।
ଘରେ ସେ ପତ୍ନୀଙ୍କୁ ସବୁ କଥା କହିଲେ। ପତ୍ନୀଙ୍କ ଖୁସି କହିଲେ ନ ସରେ। କିନ୍ତୁ ଦିନେ ନୁହେଁ ଦୁଇ ଦିନ ନୁହେଁ, ଅନେକ ଦିନ ବିତିଗଲା ପରେ ବି ରାଜା ଘୋଷଣା କରିଥିବା ପୁରସ୍କାର ଭିତରୁ କିଛି ହେଲେ ବି ଗାୟକଙ୍କ ନିକଟରେ ନ ପହଞ୍ଚିବାରୁ ସେ ବ୍ୟସ୍ତ ହୋଇପଡ଼ିଲେ। ତାଙ୍କ ପତ୍ନୀ କିନ୍ତୁ ବୁଝାଇ ଦେଇ କହିଲେ- ବ୍ୟସ୍ତ ହୁଅନା। ରାଜ୍ୟ ସମ୍ଭାଳିବାର ଜଞ୍ଜାଳରେ ରାଜା ଏ ଛୋଟ କଥା ଭୁଲିଯାଇଥିବେ। ତୁମେ ଯାଇ ରାଜାଙ୍କୁ ଦେଖା କର। ଦେଖିବ ସବୁ ଠିକ୍ ହୋଇଯିବ।
ଗାୟକ ସେୟା କଲେ ଓ ରାଜାଙ୍କୁ ଦେଖା କରି ତାଙ୍କ ପ୍ରତିଶ୍ରୁତି କଥା ବିନମ୍ର ଭାବେ ମନେ ପକାଇ ଦେଲେ।
ରାଜା କହିଲେ- ତୁମେ ଭାବୁଛ ଯେ ମୁଁ ପ୍ରତିଶ୍ରୁତି କଥା ଭୁଲିଯାଇଛି। ତାହା ନୁହେଁ। ମୋର ସବୁ ମନେ ଅଛି। କିନ୍ତୁ କଥା ହେଲା, ସେ ଦିନ ତୁମେ ଗୀତ ଗାଇ ମୋ କାନକୁ ଏତେ ଖୁସି ଦେଲ ଯେ ତୁମ କାନକୁ ଖୁସି ଦେବା ଲାଗି ମୁଁ ଏମିତି ପ୍ରତିଶ୍ରୁତିମାନ ଦେଇଥିଲି। ସେଥିରୁ ଆଉ କିଛି ଆଶା କରନା।
ଗାୟକ ମୁହଁ ଶୁଖାଇ ଘରକୁ ଫେରିଲେ।
କାନକୁ ଖୁସି
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)