ବିଶିଷ୍ଟ ଜୀବ ବିଜ୍ଞାନୀ ଜୁଲିଅାନ ହକ୍ସଲେ ଥରେ ଏଭଳି େଗାଟିଏ ସମ୍ଭାବନାର ଅବତାରଣା କରିଥିଲେ।
ଗୋଟିଏ ସହରକୁ ଜଣେ ଭଦ୍ରଲୋକ ନୂଆ କରି ପହଞ୍ଚିଲେ। ସହରରେ ଦୁଇଟି କ୍ଲବ୍ ଥିଲା। ଗୋଟିଏ ଥିଲା ହେତୁବାଦୀମାନଙ୍କର ଏବଂ ଦ୍ବିତୀୟଟି ଭାଗ୍ୟବାଦୀମାନଙ୍କର। ଭଦ୍ରଲୋକ ଏତେ କଥା ନ ଜାଣି ପ୍ରଥମେ ଭାଗ୍ୟବାଦୀଙ୍କ କ୍ଲବ୍ରେ ପହଞ୍ଚି ସଭ୍ୟ ହେବାକୁ ଇଚ୍ଛା ପ୍ରକଟ କଲେ।
କ୍ଲବ୍ର ମ୍ୟାନେଜର୍ ପଚାରିଲେ- କ’ଣ ପାଇଁ ଆପଣ ସଭ୍ୟ ହେବାକୁ ଚାହାନ୍ତି?
ଭଦ୍ରଲୋକ କହିଲେ- ମୁଁ ଜଣେ ସଂସ୍କୃତି-ସଂପନ୍ନ ଲୋକ। କ୍ଲବ୍ରେ ମିଶିଲେ ସାଙ୍ଗସୁଖ ମିଳିବ। ଆଲୋଚନା ଆଦି ହେବ। ମୋତେ ଭଲ ଲାଗିବ।
ତହୁଁ ମ୍ୟାନେଜର୍ କହିଲେ- ତା’ ମାନେ ଆପଣ ଗୋଟିଏ ବିଚାର ବା ତର୍କ ଦ୍ବାରା ପରିଚାଳିତ ହୋଇ ଏଠାକୁ ଆସିଛନ୍ତି? ଏହା ଭାଗ୍ୟବାଦୀଙ୍କ କ୍ଲବ୍। ତେଣୁ ଆପଣଙ୍କ ଭଳି ଲୋକଙ୍କ ଲାଗି ଆମର ଜାଗା ନାହିଁ।
ଅଗତ୍ୟା ସେହି ଲୋକ ତେଣୁ ଆର କ୍ଲବ୍କୁ ଗଲେ। ସେଠାକାର ମ୍ୟାନେଜର୍ ପଚାରିଲେ- ଆପଣ ଆମ କ୍ଲବ୍ରେ ମିଶିବା ଲାଗି କାହିଁକି ଆଗ୍ରହୀ?
ଭଦ୍ରଲୋକ କହିଲେ- ଆଉ କ’ଣ କରିଥାଆନ୍ତି? ମୋ ଘର ପାଖରେ ତ ଗୋଟିଏ କ୍ଲବ୍ ଅଛି। ସେମାନେ ମୋତେ ଗ୍ରହଣ କରିବାକୁ ମନା କଲେ। ତେଣୁ ଭାଗ୍ୟରେ ଆପଣଙ୍କ କ୍ଲବ୍ ହିଁ ଲେଖା ହୋଇ ରହିଛି।
ତହୁଁ ମ୍ୟାନେଜର୍ କହିଲେ- ତାହା ହେଲେ ଆପଣ ଭାଗ୍ୟରେ ବିଶ୍ବାସ କରନ୍ତି! ଆମେ ହେଲୁ ହେତୁବାଦୀଙ୍କ କ୍ଲବ୍। ତେଣୁ ଆପଣ ଏଠାରୁ ଯାଆନ୍ତୁ।
ଭଦ୍ରଲୋକ ତେଣୁ କୌଣସି କ୍ଲବ୍ର ସଦସ୍ୟ ହୋଇପାରିଲେ ନାହିଁ।
କ୍ଲବ୍ର ସଦସ୍ୟତା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2019/11/footf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)