ଜଣେ ସନ୍ନ୍ୟାସୀ ପାହାଡ଼ ଚଢୁଥିଲେ। ଉଦ୍ଦେଶ୍ୟ ଥିଲା ପାହାଡ଼ ଉପରେ ଏକ ନିକାଞ୍ଚନ ସ୍ଥାନରେ ଧ୍ୟାନ କରିବା। ଉଠାଣି ଥିଲା ତୀଖ। ସନ୍ନ୍ୟାସୀ ନିଜର ବିଛଣାପତ୍ର ଓ ଅଳ୍ପ କିଛି ଜିନିଷପତ୍ରର ଗଣ୍ଠିଲି ଧରି କଷ୍ଟେମଷ୍ଟେ ଉଠୁଥିଲେ। ଅଣନିଃଶ୍ବାସୀ ହୋଇଯିବା ଭଳି ଅବସ୍ଥା।
ଏତିକି ବେଳେ ଛୋଟ ପାହାଡ଼ୀ ଝିଅଟିଏ ତାଙ୍କୁ ଅତିକ୍ରମ କରିବାକୁ ବସିଲା। ତା’ ପିଠିରେ ବନ୍ଧା ଏକ ଟୋକେଇରେ ସାନ ପିଲାଟିଏ। ସନ୍ନ୍ୟାସୀ ଏହା ଦେଖି କୌତୂହଳରେ ପଚାରି ଦେଲେ- ଝିଅ, ଏ ବୋଝ ନେଇ ପାହାଡ଼ ଚଢୁଛୁ, ହାଲିଆ ଲାଗୁନି?
ଝିଅଟି ସନ୍ନ୍ୟାସୀଙ୍କୁ ଚାହିଁଲା ଏବଂ କହିଲା- ୟେ ବୋଝ ନୁହେଁ, ୟେ ମୋ ଛୋଟ ଭାଇ!
ହଠାତ୍ ଯେମିତି ସନ୍ନ୍ୟାସୀଙ୍କ ଚୈତନ୍ୟ ଉଦୟ ହେଲା। ଏହି ଘଟଣାକୁ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ସେହି ସନ୍ନ୍ୟାସୀ ଭବାନୀ ଦୟାଲ୍।
ଭବାନୀ ଦୟାଲ୍ ଲେଖିଛନ୍ତି ଯେ କୁନି ଝିଅଟିର ସରଳ ଉତ୍ତର ଅନେକ ପ୍ରଶ୍ନର ଉତ୍ତର ଦେଇଦେଲା। ଲୋକେ ପଚାରନ୍ତି ଜୀବନ କାହିଁକି ଏତେ କଷ୍ଟକର? ମୋତେ କାହିଁକି ଏତେ ଉଦାସ ଲାଗୁଛି? ମୁଁ କାହିଁକି ସନ୍ତୋଷ ପାଇପାରୁ ନାହିଁ? ସବୁର ଉତ୍ତର ସେହି କଥାରେ ରହିଛି।
ଭବାନୀ ଦୟାଲ୍ ଲେଖିଛନ୍ତି- ଓଜନ କଲେ ମୋ’ ଗଣ୍ଠିଲି ଠାରୁ ସେହି ଛୁଆର ଓଜନ ଅଧିକ ହେବ। କିନ୍ତୁ ତା’ର ଭଉଣୀ ଲାଗି ତାହା ବୋଝ ନୁହେଁ। କାରଣ ତା’ ଭାଇ ଲାଗି ତା’ ମନରେ ଅମାପ ପ୍ରେମ। ସେତିକି ଥିଲେ ସବୁ ବୋଝ ହାଲୁକା ଲାଗେ। ଜୀବନ କାଟିବାରେ ଆମର ତ୍ରୁଟି ରହିଯାଉଛି ବୋଲି ଜୀବନ ଆମକୁ ବୋଝ ଭଳି ଲାଗୁଛି। ତ୍ରୁଟି ଜୀବନର ନୁହଁ, ତ୍ରୁଟି ଆମର। ଯେଉଁମାନେ ଜୀବନକୁ ପ୍ରେମର ସହ ଜିଇ ଜାଣନ୍ତି, ସେମାନେ ସର୍ବଦା ଗୀତ ଗୁଣୁଗୁଣାଇ ଆନନ୍ଦରେ ରହନ୍ତି। ଜୀବନ ସେମାନଙ୍କ ଲାଗି ବୋଝରେ ପରିଣତ ହୁଏନାହିଁ।
କଥାଟିଏ-ଯାଯାବର: ଛୋଟ ଝିଅର କଥା
ଜଣେ ସନ୍ନ୍ୟାସୀ ପାହାଡ଼ ଚଢୁଥିଲେ। ଉଦ୍ଦେଶ୍ୟ ଥିଲା ପାହାଡ଼ ଉପରେ ଏକ ନିକାଞ୍ଚନ ସ୍ଥାନରେ ଧ୍ୟାନ କରିବା। ଉଠାଣି ଥିଲା ତୀଖ। ସନ୍ନ୍ୟାସୀ ନିଜର ବିଛଣାପତ୍ର ଓ ଅଳ୍ପ କିଛି ଜିନିଷପତ୍ରର ଗଣ୍ଠିଲି ଧରି କଷ୍ଟେମଷ୍ଟେ ଉଠୁଥିଲେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)