କଥାଟିଏ ଯାଯାବର, ଦୁଇ ମୂଷା

ସହରୀ ମୂଷା ଗାଁକୁ ବୁଲି ଆସିଥିଲା। ଗାଁ ମୂଷା ସହରୀକୁ କହିଲା- ଭାଇ, ଏଇଠି ଯେତେ ଦିନ ଇଚ୍ଛା ରହ, ତୁମକୁ ଏ ଜୀବନ ବହୁତ ଭଲ ଲାଗିବ।
ତା’ ପରେ ଗାଁ ମୂଷା ସହରୀ ମୂଷାର ଯତ୍ନ ନେଲା। ସେ ଖାଇବ ବୋଲି ବଢ଼ିଆ ଚିନାବାଦାମ ଆଣି ଗଦେଇ ଦେଲା। ହେଲେ ସହରୀ ଭାଇର ମନ ମାନିଲା ନାହିଁ। ସେ କହିଲା- ଭାଇ, ଏଠି ପୋଷଉ ନାହିଁ। ଚାଲ ସହରକୁ ଯିବା। ସେଠି ଦେଖିବ କେମିତି ଆଡ୍ଡା ଚଉଡ଼ାରେ ଚଳିବା।

ତା’ପରେ ଦୁହେଁ ସହରକୁ ଚାଲିଲେ। ସହରୀ ମୂଷା ଗୋଟିଏ ବିରାଟ ଘରେ ଖଞ୍ଜ କରି ରହୁଥିଲା। କିନ୍ତୁ ଗାଁ ମୂଷା ଏମିତି ଘର ଦେଖି ନ ଥିଲା। ସେ କାବା ହୋଇଗଲା। ସହରୀ ମୂଷା ଛାତି ଫୁଲେଇ କହିଲା- ଏଟା ମୋ ଘର। ଏବେ ମୋ ପଛେ ପଛେ ଆସ। ତା’ ପରେ ଦୁହେଁ କେତେ ଗଳା ବାଟ ଦେଇ ଶେଷରେ ଡାଇନି˚ ହଲ୍‌ରେ ପହଞ୍ଚିଲେ। ସେଠି ଟେବୁଲ ଉପରେ ଭଳିକି ଭଳି ଖାଇବା ସଜଡ଼ା ହୋଇ ରହିଥିଲା। ଗାଁ ମୂଷା ଆଖି ଖୋସି ହୋଇଗଲା। ତା’ ପରେ ଦୁଇ ମୂଷା ଖାଦ୍ୟ ଉପରେ କୁଦି ପଡ଼ିଲେ। ସେମାନେ ଅଳ୍ପ କିଛି ଖାଇଛନ୍ତି କି ନାହିଁ କବାଟ ଖୋଲିବାର ଶବ୍ଦ ହେଲା। ସହରୀ ମୂଷା ଚିତ୍କାର କଲା ଭାଗ୍‌। ଦୁହେଁ ଦଉଡ଼ିଲେ। ସହରୀ ମୂଷା କାନ୍ଥର ଗୋଟିଏ ଗାତରେ ପଶିଗଲା ଏବ˚ ଗାଁ ମୂଷା ବିକଳ ହୋଇ କାର୍ପେଟ ତଳେ ଲୁଚିଗଲା। ଜଣେ ଲୋକ କବାଟ ଖୋଲି ଆସିଲା ଏବ˚ ଖାଦ୍ୟ ରଖା ହୋଇଥିବା ସ୍ଥାନକୁ ଟିକିଏ ଚାହିଁଲା ଏବ˚ ତା’ ପରେ ମୂଷାଙ୍କୁ ଖୋଜିବାକୁ ଲାଗିଲା। ଗାଁ ମୂଷା କୌଣସିମତେ ନିଃଶ୍ବାସ ବନ୍ଦ କରି ଲୁଚି ରହିଲା। କିଛି ସମୟ ପରେ ଲୋକଟି ଫେରିଗଲା।
ତା’ ପରେ ସହରୀ ମୂଷା ତା’ ଗାତରୁ ବାହାରି ଆସି ଗାଁ ମୂଷାକୁ କହିଲା- ଏବେ ଚାଲ କେକ୍‌ ଖାଇବା।
ଗାଁ ମୂଷା କହିଲା- ଭାଇ ଜୁହାର। ମୁଁ ଗାଁକୁ ଚାଲିଲି। ଏଠି ଯେମିତି, ସେମିତି ଡରିମରି ଚଳି ହେବ ନାହିଁ।

ସମ୍ବନ୍ଧିତ ଖବର

Comments are closed.