ଅସଲ ସମ୍ରାଟ

କଥାଟିଏ-ଯାଯାବର

ଚୀନ୍‌‌େର ରାଜାଙ୍କ କାନରେ ପଡ଼ିଲା ଯେ ଲାଓତ୍‌ ସେଙ୍କ ଭଳି ଜଣେ ଯୋଗଜନ୍ମା ପ୍ରାଜ୍ଞ ପୁରୁଷ ଭିକାରି ଭଳି କାଳାତିପାତ କରୁଛନ୍ତି। ଖୋଦ୍‌ ରାଜାଙ୍କ ଲାଗି ଏହା ଥିଲା ଲଜ୍ଜାକର ବି‌ଷୟ। ତେଣୁ ରାଜା ଗୋଟିଏ ରଥରେ ସୁନା, ରୁପା ଓ ମୁଦ୍ରା ବୋଝେଇ କରି ଲାଓତ୍‌ ସେଙ୍କ କୁଡ଼ିଆ ଆଗରେ ପହଞ୍ଚିଲେ। ଲାଓତ୍‌ ସେ ସବୁ ଶୁଣିବା ପରେ ମୁଣ୍ଡରେ ହାତ ଦେଇ କହିଲେ- ମହାରାଜ, ମୋ ଜୀବନକୁ ମୁଁ ନିଜ ମାଲିକାନାରେ ଚଳାଉଛି! ଆପଣ ତ ମୋତେ ସତରେ ଭିକାରି କରିବାକୁ ବସିଛନ୍ତି! ଆଉ ଯଦି ମୁଁ ମୋ ନିଜର ମାଲିକ ହୋଇ ରହିବାକୁ ଆପଣ ଚାହାନ୍ତି ନାହିଁ, ତେବେ ଆପଣ କହିଦେଲେ ମୁଁ ଆପଣଙ୍କ ରାଜ୍ୟ ମଧ୍ୟ ତ୍ୟାଗ କରିଦେବି।
ରାଜା ଚମକି ପଡ଼ିଲେ। ସେ କହିଲେ- ଆପଣ ଏ କି କଥା କହୁଛନ୍ତି? ଆପଣ ପୁଣି ମୋ ରାଜ୍ୟ ଛାଡ଼ିଦେବେ? ଆପଣ ଭିକାରି ଭଳି ଚଳୁଛନ୍ତି ଶୁଣି ଆପଣଙ୍କୁ ସୁଖ ଦେବାକୁ ମୁଁ ଅାସିଥିଲି!
ଲାଓତ୍‌ ସେ କହିଲେ- ଅନନ୍ତ କାଳରୁ ଆମେ ‌େଦଖି ଆସିଲେଣି ଯେ ଯାହାକୁ ସୁଖର ସାଧନ ବୋଲି ଆମେ ଭାବିଥାଏଁ, ସେ ସବୁ କେବଳ ଦୁଃଖ ହିଁ ଦିଅନ୍ତି। ତଥାପି ଆମେ ତାକୁ ହିଁ ସୁଖର ଉପାୟ ବୋଲି ଭାବି ଚାଲିଛେ! ଆଉ କେତେ କାଳ ଏମିତି ପ୍ରବଞ୍ଚନା?
ରାଜା ଦୀର୍ଘଶ୍ବାସ ପକାଇ ଫେରିଗଲେ। କିନ୍ତୁ ଫେରିଲା ବେଳେ ଭାବୁଥିଲେ ଅସଲ ସମ୍ରାଟକୁ ଦେଖିଲି, ଯିଏ ସଂପଦକୁ ପାଦରେ ଆଡ଼େଇ ଦେଇପାରେ।

ସମ୍ବନ୍ଧିତ ଖବର