ସଂଯମର ତତ୍ତ୍ବ

କଥାଟିଏ-ଯାଯାବର

ଓଶୋ ରଜନୀଶଙ୍କୁ ଜଣେ କେହି ପଚାରିଲେ ଯେ ସେ ସଂଯମୀ ହେବେ କେମିତି?
ଓଶୋ କହିଲେ- ସଂଯମୀ ହେବାକୁ ଇଚ୍ଛା କରି ସଂଯମ ରକ୍ଷା କରିବା ଅସମ୍ଭବ।
ଏହି କଥାକୁ ବୁଝାଇବାକୁ ଯାଇ ସେ ମହାବୀର ଜୈନଙ୍କ ଉଦାହରଣ ‌ଦେଲେ। ମହାବୀର ଶୟନ କଲା ବେଳେ ଯେଉଁ କଡ଼ ମାଡ଼ି ଶୋଉଥିଲେ, ରାତି ସାରା ତହିଁରେ ପରିବର୍ତ୍ତନ କରୁ ନ ଥିଲେ। ତାହାର କାରଣ ଥିଲା ଏହା ଯେ କାଳେ କଡ଼ ଲେଉଟାଇଲେ ତାଙ୍କ ଅଜାଣତରେ ତାଙ୍କ ଶରୀର ଚାପରେ କୌଣସି କୀଟପତଙ୍ଗ ମରି ଯାଇପାରନ୍ତି।
ଏହାକୁ ଯେଉଁମାନେ ଲକ୍ଷ୍ୟ କରି ଚମତ୍କୃତ ହେଲେ ସେମାନେ ସମସ୍ତେ ମହାବୀରଙ୍କ ଶୟନ ବେଳର ନିୟନ୍ତ୍ରଣ ବା ସଂଯମକୁ ଦେଖିଲେ ଓ ତା’ର ପ୍ରଶଂସା କରି ସେମିତି କରିବାକୁ ଚେ‌ଷ୍ଟା କ‌େଲ। କିନ୍ତୁ ମହାବୀରଙ୍କ ମନରେ ଜାତ ହୋଇଥିବା ସେହି ଅତ୍ୟନ୍ତ କରୁଣାବୋଧକୁ ଦେଖିଲେ ନାହିଁ। ସେମାନେ ବୁଝିଲେ ନାହିଁ ଯେ ଯାହା ମନରେ ଏଭଳି ବୋଧ ଜାତ ହେବ ତା’ ଠାରେ ଏଭଳି ସଂଯମ ଆପଣାଛାଏଁ ଆସିଯିବ।
ସେମାନେ ଓଲଟା ଦିଗରେ ଗଲେ। ସେମାନେ ଭାବିଲେ ସଂଯମ ରଖି ଗୋଟିଏ ପଟ ମାଡ଼ି ଶୋଇ ପାରିଲେ ଶରୀରର ଚାପରେ କୀଟପତଙ୍ଗ ମରିବାର ଭୟ ରହିବ ନାହିଁ। ତେଣୁ ସେମାନଙ୍କ ସଂଯମ ସେମାନଙ୍କୁ ରାତି ସାରା ଅନିଦ୍ରା ରଖିଲା। ମହାବୀର କିନ୍ତୁ ରାତି ସାରା ଗୋଟିଏ କଡ଼ ହୋଇ ଶାନ୍ତିରେ ଶୋଉଥିଲେ।
ତେଣୁ ପ୍ରଥମେ ମନରେ ବୋଧର ବିକାଶ କର। ସଂଯମ ଆପଣା ଛାଏଁ ଆସିବ। ମିଠା ଖାଇବାର ଲାଳସା ମରିଗଲେ ମିଠା ନ ଖାଇବା ଲାଗି ପ୍ରତିଜ୍ଞା କରିବାର ଆବଶ୍ୟକତା ନାହିଁ।

ସମ୍ବନ୍ଧିତ ଖବର