ଯୋଦ୍ଧାଙ୍କ ଖଡ୍ଗ
କଥାଟିଏ-ଯାଯାବର
ଜଣେ ପ୍ରସିଦ୍ଧ ଯୋଦ୍ଧା ବିଚାର କଲେ ଯେ ଯୁଦ୍ଧ ଛାଡ଼ିଦେବେ। ତେଣୁ ନିଜ ଖଡ୍ଗକୁ ନଦୀରେ ବିସର୍ଜନ କରି ଜଣେ ସାଧୁଙ୍କ ଶରଣାପନ୍ନ ହେଲେ।
ସାଧୁ ତାଙ୍କୁ ଗ୍ରହଣ କଲେ କିନ୍ତୁ ଏକ ବିଚିତ୍ର ସର୍ତ୍ତ ରଖିଲେ। ସାଧୁ କହିଲେ- ତୁମେ ଆଜିଠାରୁ ମୋର ତଥା ଆଶ୍ରମର ସୁରକ୍ଷା ଦାୟିତ୍ବରେ ରହିଲ ଏବ˚ ସର୍ବଦା ନିଜ ପାଖରେ ଖଣ୍ତାଟିଏ ଅସ୍ତ୍ର ଭାବେ ରଖିବ। ଯୋଦ୍ଧା କିନ୍ତୁ ଖଡ୍ଗ ଧରିବାକୁ ରାଜି ନ ଥିଲେ। କିନ୍ତୁ ଗୁରୁଙ୍କ ଆଦେଶରେ ଅଗତ୍ୟା ବାଧୢ ହୋଇ ଖଡ୍ଗ ଧରିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ଦିନ କଟିଗଲା। ଯୋଦ୍ଧା ଏଇ ସମୟରେ ବିଷମ ପରୀକ୍ଷାର ସମ୍ମୁଖୀନ ହେଲେ। ବିଭିନ୍ନ ଜୀବଜନ୍ତୁଙ୍କ ଦାଉରୁ ନିଜକୁ ତଥା ଆଶ୍ରମକୁ ସୁରକ୍ଷା ଦେବାକୁ ସେ ସ୍ବାଭାବିକ ଭାବେ ଅସ୍ତ୍ର ଉତ୍ତୋଳନ କଲେ। କିନ୍ତୁ ସେଇ ମୁହୂର୍ତ୍ତରେ ପୁଣି ନିଜକୁ ସମ୍ବରଣ କରି ବିନା ଅସ୍ତ୍ର ବ୍ୟବହାରରେ କେମିତି ସମସ୍ୟାର ସମାଧାନ କରାଯିବ ସେ ବାଟକୁ ଖୋଜିଲେ। ସେ ସ୍ବଭାବସୁଲଭ ଭାବେ ଥିଲେ ଜଣେ ଯୋଦ୍ଧା। ସୁତରା˚, ବେଳେ ବେଳେ ତାଙ୍କ ମନକୁ କ୍ରୋଧ ଆସିଯାଉଥିଲା ଏବ˚ ହାତ ନିଜ ଅସ୍ତ୍ର ଉପରକୁ ଚାଲି ଯାଉଥିଲା। କିନ୍ତୁ ପର କ୍ଷଣରେ କ୍ରୋଧକୁ ନିୟନ୍ତ୍ରଣରେ ରଖିବାର ଅଭ୍ୟାସ କଲେ। ଏଭଳି ଭାବେ କ୍ରମେ ସେ ଭୁଲିଗଲେ ଯେ ତାଙ୍କ ଅଣ୍ଟାରେ ଏକ ଖଡ୍ଗ ଝୁଲିଛି ବୋଲି।
ଦିନେ ସାଧୁ ତାଙ୍କୁ ଡକାଇ କହିଲେ- ତୁମେ ଯେତେବେଳେ ଶିଷ୍ୟତ୍ବ ନେବାକୁ ଆସିଥିଲ, ସେତିକି ବେଳେ ତୁମ ହୃଦୟରେ ସେହି ଯୋଦ୍ଧା ବିଦ୍ୟମାନ ଥିଲା, ଯିଏ ଖଡ୍ଗ ପରିତ୍ୟାଗ କଲେ ମଧୢ ଅନ୍ୟ ବାଟେ ତୁମକୁ ଆକ୍ରମଣାତ୍ମକ କରି ରଖନ୍ତା। ଏବେ କିନ୍ତୁ ତୁମ ହୃଦୟରେ ଆଉ ସେ ଯୋଦ୍ଧା ନାହିଁ। ତୁମ ପାଖରେ ଖଡ୍ଗ ଏବେ ଥିବା ଯାହା, ନ ଥିବା ତାହା।