ତିବ୍ବତର ପ୍ରସିଦ୍ଧ ଧର୍ମ ଗୁରୁ କର୍ମା ପାଙ୍କ ନିକଟକୁ ଜଣେ ଆସି କହିଲେ- ମୋତେ ମୃତ୍ୟୁ ସମ୍ବନ୍ଧରେ କିଛି କହନ୍ତୁ।
କର୍ମା ପା କହିଲେ- ଜୀବନ ସମ୍ବନ୍ଧରେ ପଚାରିବ ଯଦି କିଛି କହିପାରିବି, କିନ୍ତୁ ମୃତ୍ୟୁ ସମ୍ବନ୍ଧରେ କିଛି ଜାଣି ନାହିଁ।
ଆଗନ୍ତୁକ କହିଲେ- ଆପଣ ଜଣେ ସିଦ୍ଧ ପୁରୁଷ। ଆପଣ ପୁଣି ଜାଣି ନାହାନ୍ତି?
କର୍ମା ପା କହିେଲ -ଗପଟିଏ ଶୁଣନ୍ତୁ। ଥରେ ରାତି ଆସି ଭଗବାନଙ୍କ ନିକଟରେ ଅଭିଯୋଗ କଲା ଯେ ସୂର୍ଯ୍ୟ ବୋଲି ଜଣେ ସବୁ ବେଳେ ମୋତେ ଗୋଡ଼ାଉଛି। ମୋତେ ତା’ କବଳରୁ ରକ୍ଷା କର। ମୁଁ ଦୌଡ଼ି ଦୌଡ଼ି ହାଲିଆ ହେଲିଣି।
ଏହା ଶୁଣି ଭଗବାନ ସୂର୍ଯ୍ୟଙ୍କୁ କହିଲେ- ଆରେ ବାବୁ, ତୁମେ କାହିଁକି ରାତି ଦେବୀଙ୍କୁ ହଇରାଣ କରୁଛ?
ଏହା ଶୁଣି ସୂର୍ଯ୍ୟ ଚକିତ ହେଲେ। ସେ କହିଲେ- ଏମିତି କାହାକୁ ସେ କେବେ ଦେଖି ନାହାନ୍ତି କି ଜାଣି ନାହାନ୍ତି। ତାଙ୍କୁ ହଇରାଣ କରିବା କଥା ଦୂରେ ଥାଉ।
ତା’ ପରେ ସୂର୍ଯ୍ୟ ଭଗବାନଙ୍କୁ ଅନୁରୋଧ କରି କହିଲେ- ପ୍ରଭୁ, ମୋତେ ଟିକିଏ ରାତିଙ୍କ ସହ ଭେଟ କରାଇ ଦିଅନ୍ତେ ନାହିଁ? ସାମନା ସାମନି ହୋଇଗଲେ କଥାଟା ପରିଷ୍କାର ହୋଇ ଯାଆନ୍ତା।
କଥା ସେତିିକିରେ ସରିଗଲା। ଈଶ୍ବର ସୂର୍ଯ୍ୟଙ୍କ ସହିତ ରାତିର ଭେଟ କରାଇ ପାରିଲେ ନାହିଁ କି ବ୍ରହ୍ମାଣ୍ଡ ଥିବା ଯାଏ କରାଇ ପାରିବେ ନାହିଁ। କାରଣ ସୂର୍ଯ୍ୟ ଆସିଗଲା ମାତ୍ରକେ ରାତି ଚାଲିଯିବାକୁ ବାଧ୍ୟ ହେବେ।
ଏହା କହି ସାରି କର୍ମା ପା କହିଲେ- ସେମିତି କଥା। ଆମେ ବଞ୍ଚିଥିବା ଯାଏ ମୃତ୍ୟୁ ସହିତ ଭେଟ ହୋଇପାରିବ ନାହିଁ। ତେଣୁ ତା’ ବିଷୟରେ ଜାଣିବା କେମିତି ଓ କାହିଁକି? ଆସ ବଞ୍ଚିଥିବା ଯାଏ ଜୀବନ ବିଷୟରେ ଜାଣିବା।
ଜୀବନକୁ ଜାଣିବା
କଥାଟିଏ ଯାଯାବର
/sambad/media/post_attachments/wp-content/uploads/2019/11/footf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)