ସହି ସହି ବଦଳାଇ ଦେଲି

କଥାଟିଏ - ଯାଯାବର

ଜଣେ ବାବାଜି ଥିଲେ। ତାଙ୍କର ସବୁଠାରୁ ବଡ଼ ବଦଗୁଣ ଥିଲା ଦୁଇଟି। ତାହା ହେଲା କ୍ଷଣିକ କୋପ ଏବ˚ ଅନ୍ୟର ତ୍ରୁଟି ଖୋଜିବା। ତେଣୁ ସେ ସର୍ବଦା ଚିଡ଼ିଚିଡ଼ି ହୋଇ ରହୁଥିଲେ। କାରଣ ସବୁବେଳେ ଅନ୍ୟର ଭୁଲ୍‌ ତାଙ୍କ ଆଖିରେ ପଡୁଥିଲା।

ଥରେ କେମିତି କେଜାଣି ସ˚ଯୋଗବଶତଃ ବାବାଜି ଜଣେ ତରୁଣୀଙ୍କୁ ଭେଟିଲେ ଏବ˚ କିଛି ଦିନ ଭିତରେ ସେ ତାକୁ ବିବାହ ମଧୢ କଲେ। ବାବାଜିଙ୍କ ଜୀବନ ଏଣିକି ଟିକିଏ ସୁରୁଖୁରୁରେ ଗଡ଼ିଲା। ଯେଉଁସବୁ କାମ ଲାଗି ସେ ହଇରାଣ ହେଉଥିଲେ, ସେ କାମ ସବୁ କରିବାକୁ ଏଣିକି ଜଣେ ଆସିଯାଇଥିଲା। କିନ୍ତୁ ପ୍ରକୃତିି କି ସହଜେ ଯାଏ? କିଛି ଦିନ ପରେ ବାବାଜି ପୁଣି ସେମିତି ହେଲେ। କିନ୍ତୁ ବାବାଜିଙ୍କ ପତ୍ନୀ ଜଣେ ଅସାଧାରଣ ନାରୀ ଥିଲେ। ସେ ଥିଲେ ଅସମ୍ଭବ ଭାବେ ଧୈର୍ଯ୍ୟଶୀଳା ଏବ˚ ସହନଶୀଳା। ବାବାଜିଙ୍କ ଗଞ୍ଜଣାକୁ ସେ ନିରବରେ ସହିଯାଉଥିଲେ।

ଅନେକ ଦିନ ବିତି ଗଲା। ବାବାଜି ସବୁ ଦିନ କିଛି ଭୁଲ୍‌ ଦେଖାଇ ଗାଳି ମନ୍ଦ କରୁଥିଲେ ଓ ତାଙ୍କ ପତ୍ନୀ ନିରବରେ ସହୁଥିଲେ। କିନ୍ତୁ ଦିନେ ହଠାତ୍‌ ବାବାଜିଙ୍କର ମନେ ହେଲା ଯେମିତି ସେ କେବଳ ଜଣେ ପଥରକୁ ହିଁ ଗାଳିଫଜିତ କରୁଛନ୍ତି। ଏ ସବୁ ଏତେ ଅକାରଣ ଲାଗିଲା ଯେ ସେ ମଧୢ ଆଉ କିଛି ନ କହିବା ଲାଗି ସ୍ଥିର କଲେ। ସେ ମଧୢ ଏବେ ଚୁପ୍‌ ହେବାକୁ ଲାଗିଲେ।

ଏମିତି କିଛି ଦିନ ଗଲା ପରେ ଦିନେ ପତ୍ନୀ କହିଲେ- ତୁମେ ଆଉ ରାଗୁନାହଁ କାହିଁକି? କିଛି କହୁନାହଁ କାହିଁକି?

ବାବାଜି କହିଲେ- ତୁମକୁ କହି କହି ତୁମ ଠାରୁ କିଛି ପ୍ରତିକ୍ରିୟା ନ ପାଇବାରୁ ଲାଗିଲା ଯେମିତି କାନ୍ଥକୁ କହୁଛି। ତେଣୁ ତୁମକୁ କହିବା ଅକାରଣ ବୋଲି ଭାବି କହିବା ଛାଡ଼ିଦେଲି।

ବାବାଜିଙ୍କ ପତ୍ନୀ ହସିଲେ ଓ ଧୀର ଭାବେ କହିଲେ- ତୁମେ କହି କହି ମୁଁ ବଦଳିଲି ନାହିଁ, ଅଥଚ ମୁଁ ସହି ସହି ତୁମକୁ ବଦଳାଇ ଦେଲି!

ସମ୍ବନ୍ଧିତ ଖବର