ଅବସର ନେବାର ବେଳ

କଥାଟିଏ - ଯାଯାବର

ଜଣେ ଶିଳ୍ପପତି ନିଜର ତରୁଣ ପୁତ୍ରକୁ ପରାମର୍ଶ ଦେଲେ ଯେ ସେ ନିଜ ପାରିବାରିକ ଉଦ୍ୟୋଗରେ କାମ ଶିଖୁ। କିନ୍ତୁ ଏତେ ବଡ଼ ଶିଳ୍ପପତିଙ୍କ ପୁଅ ହୋଇଥିବାରୁ ତା ମନରେ ଥିଲା ଅହ˚କାର। ତେଣୁ ସେ କୁଣ୍ଠିତ ଥିଲା। ତେବେ, ବାପାଙ୍କୁ ଅମାନ୍ୟ କରିବାର ସାହସ ନ କରି ସେ କାର୍ଯ୍ୟ କ୍ଷେତ୍ରକୁ ଗଲା ସତ, କିନ୍ତୁ କାମ ଶିଖିଲା ନାହିଁ କି କଲା ନାହିଁ। ଗୋଟିଏ ବିଳାସପୂର୍ଣ୍ଣ ପ୍ରକୋଷ୍ଠରେ ବସି ଆରାମରେ ସମୟ କାଟିଲା, କାହା କଥା ଶୁଣିଲା ନାହିଁ ଏବ˚ କହିଲା- ବେକାର କଥା କୁହନା। ମୋତେ ସବୁ ଜଣା ଅଛି।

କିନ୍ତୁ ପୁଅର ଏତାଦୃଶ ଆଚରଣ ବାବଦରେ ବାପାଙ୍କ ଆଗରେ ଅଭିଯୋଗ କରିବାକୁ କେହି ଉଚିତ ମନେ କଲେ ନାହିଁ। କାରଣ ଯାହା ହେଲେ ବି ସେ ଥିଲା ଭବିଷ୍ୟତର ମାଲିକ। ଶିଳ୍ପପତି ଅନେକ ସମୟରେ ବାହାରେ ରହୁଥିବାରୁ ଏ ବାବଦରେ କିଛି ଜାଣିପାରୁ ନ ଥିଲେ। କିନ୍ତୁ ଦିନେ ସେ ଜାଣିଲେ।

ତା’ ପରେ ସେ ପୁଅକୁ କିଛି ନ କହି ଏକ ଭବ୍ୟ ସମାରୋହର ଆୟୋଜନ କଲେ ଏବ˚ ପୁଅକୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କଲେ। ପୁଅ ଭାବିଲା ଯେ ତାକୁ ଉଦ୍ୟୋଗର ଦାୟିତ୍ବ ଅର୍ପଣ କରାଯିବ। କିନ୍ତୁ ତାକୁ ଚକିତ କରି ବାପା ଉତ୍ସବରେ ଘୋଷଣା କଲେ ଯେ ପୁଅକୁ ଅବସର ଦିଆଗଲା ଏବ˚ ସେ ଅବସରକାଳୀନ ଭତ୍ତା ପାଇବ ଯାହା।

ପୁଅ ପ୍ରତିବାଦ କରି କହିଲା- ମୁଁ କାମ ଆରମ୍ଭ କରିନାହିଁ, ଅବସର ନେବି କେମିତି?

ବାପା କହିଲେ- ଯେହେତୁ ତୁମେ ଭାବୁଛ ଯେ ତୁମେ ସବୁ ଜାଣିଛ, ତୁମର ଆଉ କିଛି ଶିଖିିବାର ନାହିଁ, ତୁମେ ପ୍ରକୃତରେ ବଢ଼ିବା ବନ୍ଦ କରିଦେଇଛ। ଯୁବକମାନେ ବଢ଼ନ୍ତି। ଯେଉଁମାନେ ବଢ଼ନ୍ତି ନାହିଁ, ସେମାନେ ବୃଦ୍ଧ। ତେଣୁ ତୁମକୁ ଅବସର ଦିଆଗଲା। ଯୁବକ ପୁତ୍ର ଲଜ୍ଜିତ ହେଲା ଏବ˚ ନିଜ ଭୁଲ ବୁଝିପାରିଲା।

ସମ୍ବନ୍ଧିତ ଖବର