ନିଜକୁ ଦେଖିବା

କଥାଟିଏ - ଯାଯାବର

ଥରେ ଦଶ ଜଣ ଦୃଷ୍ଟିହୀନ ବ୍ୟକ୍ତି କୌଣସି ଏକ ସ୍ଥାନକୁ ଯାଉଥିଲେ। ବାଟରେ ନଈଟିଏ ପଡ଼ିଲା। ସମସ୍ତେ କଷ୍ଟମଷ୍ଟେ ନଈ ପାର ହେଲେ। ତା ପରେ କାଳେ ସେମାନଙ୍କ ଭିତରୁ କିଏ ରହିଗଲା କି ବୋଲି ଶଙ୍କାରେ ସେମାନେ ଗଣିବାକୁ ଲାଗିଲେ। ପ୍ରଥମ ଲୋକ ଗଣିବା ପରେ ତାର ହଲକ ଶୁଖିଗଲା ଏବ˚ କହିଲା ଜଣେ କମ୍‌ ପଡୁଛି। କିଏ ତାହା ହେଲେ ରହିଗଲା?

ଏହା ଶୁଣି ଅନ୍ୟମାନେ ମଧୢ ଗଣିଲେ। ପ୍ରତ୍ୟେକ ଥର ସେମାନଙ୍କ ଗଣିବାରେ ଜଣେ କମିଲା। ତହୁଁ ସେମାନେ ବିକଳ ହୋଇ କାନ୍ଦିବାରେ ଲାଗିଲେ।

ଏହି ସମୟରେ ସେଇ ବାଟ ଦେଇ ଯାଉଥିଲେ ଜଣେ ସନ୍ନ୍ୟାସୀ। ସେ ସେମାନଙ୍କୁ କାନ୍ଦିବାର କାରଣ ସ˚ପର୍କରେ ପଚାରିବାରୁ ସେମାନେ ଉତ୍ତର ଦେଲେ ଯେ ସେମାନେ ଦଶ ଜଣ ବାହାରିଥିଲେ, କିନ୍ତୁ ଏବେ ଗଣିଲା ବେଳକୁ ନଅ ହେଉଛି। ଜଣେ କିଏ ହଜିଯାଇଛି।

ସନ୍ନ୍ୟାସୀ ଏହା ଶୁଣି ନିଜେ ଗଣି ଦେଖିଲେ ଦଶ ଜଣ ଯାକ ଅଛନ୍ତି। ସେଇଠୁ ସେ କହିଲେ- ତୁମେମାନେ ଧାଡ଼ିରେ ଛିଡ଼ା ହୁଅ। ମୁଁ ଜଣକ ପରେ ଜଣକୁ ଛୁଇଁବି। ଯାହାକୁ ପ୍ରଥମେ ଛୁଇଁବି ସେ କହିବ ଏକ, ତା ପର ଲୋକ କହିବ ଦୁଇ ଏମିତି ଗଣିବା। ସେମିତି ଗଣାଗଲା ଏବ˚ ଶେଷ ଲୋକ କହିଲା ‘ଦଶ’। ଏବେ ସନ୍ନ୍ୟାସୀ ନିଜ ବାଟରେ ଚାଲିଗଲେ।

ଗପଟି କହିବା ପରେ ଶିକ୍ଷକ କହିଲେ- ଆମେ ସମସ୍ତେ ସେଇ ଦୃଷ୍ଟିହୀନମାନଙ୍କ ଭଳି। ଆମେ ଅନ୍ୟକୁ ତ ଦେଖୁ କିନ୍ତୁ ନିଜକୁ ଗଣିବା ଭୁଲିଯାଉ। ଅନ୍ୟର ଦୋଷ ତ୍ରୁଟି ଦେଖିପାରୁ, ନିଜର ଦେଖିପାରୁନା। ସନ୍ନ୍ୟାସୀ ଯେଉଁ କାମଟି କଲେ ଜଣେ ସଦ୍‌ଗୁରୁ ତାହା କରନ୍ତି। ସେ ତୁମକୁ ନିଜକୁ ଦେଖିବାରେ ଓ ଚିହ୍ନିବାରେ ସାହାଯ୍ୟ କରନ୍ତି।

ସମ୍ବନ୍ଧିତ ଖବର