ଦୁଇ ରାଜା

କଥାଟିଏ - ଯାଯାବର

ଦୁଇ ଜଣ ରାଜା ଥିଲେ। ଦୁହେଁ ଥିଲେ ଅହ˚କାରୀ। ତେଣୁ ସେମାନେ ପରସ୍ପର ସହିତ ପ୍ରତିଯୋଗିତାରେ ବ୍ୟସ୍ତ ଥିଲେ ଏବ˚ ଜଣେ ଅନ୍ୟ ଠାରୁ ଯେ ବଡ଼ ତାହା ଦେଖାଇବାକୁ ଚାହୁଁଥିଲେ।

ଥରେ ଗୋଟିଏ ରାଜ୍ୟର ରାଜା ଗୋଟିଏ ବିଶାଳ ଇମାରତ ନିର୍ମାଣ କଲେ ଯାହା ଥିଲା କେବଳ ସେ ରାଜ୍ୟର ନୁହେଁ, ଆଖପାଖ ଅଞ୍ଚଳରେ ଥିବା ସବୁ ଇମାରତ ତୁଳନାରେ ଉଚ୍ଚ। ଏହା ଦେଖି ତାଙ୍କ ପଡେ଼ାଶୀ ରାଜା ସହିପାରିଲେ ନାହିଁ। ଆକ୍ରମଣ କରି ସେ ଇମାରତକୁ ଧୂଳିସାତ୍‌ କରିବା ଅସମ୍ଭବ ଥିଲା। ତେଣୁ କେବଳ ତା ଠାରୁ ଆହୁରି ବଡ଼ ଇମାରତଟିଏ ନିର୍ମାଣ କରିବା ହିଁ ଥିଲା ଶକ୍ତ ଜବାବ। ତେଣୁ ପଡେ଼ାଶୀ ରାଜ୍ୟର ରାଜା ଆହୁରି ବିଶାଳ ଇମାରତ କରିବାକୁ ସ୍ଥିର କଲେ। ତାଙ୍କ ମନ୍ତ୍ରୀ କହିଲେ- ମହାରାଜ, ଆର ରାଜ୍ୟର ରାଜା ସେ ଇମାରତରେ ଏତେ ଧନ ସାରିଛନ୍ତି ଯେ ସେ ଅଭାବଗ୍ରସ୍ତ। ଆପଣ ସେମିତି କରନ୍ତୁ ନାହିଁ। କିନ୍ତୁ ରାଜା ଶୁଣିବାର ଲୋକ ନ ଥିଲେ। ସେ ଆହୁରି ବଡ଼ ଇମାରତଟିଏ କଲେ ସିନା ରାଜକୋଷ ଶୂନ୍ୟ ହୋଇଗଲା।

ଏତେ ବଡ଼ ଇମାରତଟିଏ ପଡେ଼ାଶୀ ରାଜା ତିଆରି କରିଛନ୍ତିି ବୋଲି ଜାଣିବା ପରେ ଏ ରାଜା ଆଉ ସହିପାରିଲେ ନାହିଁ। ସେ ପ୍ରତିଶୋଧ ନେବା ଲାଗି ପଡେ଼ାଶୀ ରାଜ୍ୟ ଉପରେ ଆକ୍ରମଣ କଲେ। ଦୁଇ ଦରିଦ୍ର ରାଜା ଶେଷ ପର୍ଯ୍ୟନ୍ତ ଲଢ଼ିଲେ। ଶେଷରେ ପଡେ଼ାଶୀ ରାଜ୍ୟର ରାଜା ଜିତିଲେ। ସେ ଜିତିଛନ୍ତି ବୋଲି ଗର୍ବରେ ଫାଟି ପଡୁଥିବା ବେଳେ ତାଙ୍କ ଗୁଣୀ ମନ୍ତ୍ରୀ ଚେତାଇ ଦେଇ କହିଲେ- ମହାରାଜ ଆମେ ଖୁସି ହେବାର କାରଣ ନାହିଁ। ସେ ରାଜ୍ୟ ଓ ଆମେ ନିଜ ଅହ˚କାରର ଲଢେ଼ଇରେ ଦରିଦ୍ର ହୋଇସାରିଥିଲେ। ଏବେ ବିଧ୍ବସ୍ତ ହୋଇଯାଇଛେ। ଆପଣ ଜିତିଛନ୍ତି ସତ, କିନ୍ତୁ ସେଥିଲାଗି ଯାହା ମୂଲ୍ୟ ଦେଇଛନ୍ତି ତା ତୁଳନାରେ ଜିତିବା କିଛି ନୁହେଁ।

ସମ୍ବନ୍ଧିତ ଖବର