ଗାଈ ଓ ମାଲିକ

କଥାଟିଏ - ଯାଯାବର

ଥରେ ଗୌତମ ବୁଦ୍ଧ ଏକ ଗଛ ମୂଳରେ ବିଶ୍ରାମ ନେଉଥିଲେ। ସାଙ୍ଗରେ ଥିଲେ ଶିଷ୍ୟମାନେ। ଭୋର ସମୟ। ହଠାତ୍‌ ଜଣେ ଗ୍ରାମବାସୀ ବ୍ୟସ୍ତ ହୋଇ ସେଠାରେ ପହଞ୍ଚିଲା। ସେ ବୁଦ୍ଧଙ୍କୁ ଜାଣି ନ ଥିଲା। ସେ ପଚାରିଲା- ଆଚ୍ଛା ଭିକ୍ଷୁମାନେ ଏଇ ବାଟ ଦେଇ ଗାଈଟିଏ ଯିବା ଦେଖିଛ କି? ଗାଈର ରଙ୍ଗ ଧଳା ଓ ହୃଷ୍ଟପୁଷ୍ଟ। ତା ବେକରେ କୌଣସି ଦଉଡ଼ି ବନ୍ଧା ନ ଥିଲା।

ବୁଦ୍ଧ ସେମିତି ଏକ ଗାଈକୁ ଦେଖିଥିଲେ ପୂର୍ବ ଦିନ ସ˚ଧୢାରେ। ସେ ଗାଈଟି ଗ୍ରାମବାସୀ ଆସିଥିବା ଦିଗରୁ ଆସିଥିଲା ଏବ˚ ବିପରୀତ ଦିଗରେ ସିଧା ଚାଲି ଯାଇଥିଲା। ବୁଦ୍ଧ କହିଲେ- ଭଦ୍ରେ, କାଲି ସ˚ଧୢାରେ ଗାଈଟିକୁ ଦେଖିଥିଲି। ତାହା ଏହି ଦିଗରେ ଚାଲିଗଲା। ଏହା କହି ବୁଦ୍ଧ ତାଙ୍କୁ ଅଙ୍ଗୁଳି ଦ୍ବାରା ଦିଗ ନିର୍ଦ୍ଦେଶ କରିଦେଲେ। ଗ୍ରାମବାସୀ ଜଣକ କାଳ ବିଳମ୍ବ ନ କରି ସେଇ ଦିଗରେ ଦୌଡ଼ିଲା।

ବୁଦ୍ଧ ତାର ଯିବା ବାଟକୁ ଚାହିଁ କହିଲେ- ଆରେ, ସେ ତ ମୋ କଥା ପୂରା ଶୁଣିଲେ ନାହିଁ। ସେ ଗାଈ ବେକରେ ଗୋଟିଏ ଦଉଡ଼ି ଲାଗିଥିଲା।

ଏ କଥା ଶୁଣି ବୁଦ୍ଧଙ୍କ ପଟ୍ଟଶିଷ୍ୟ ଆନନ୍ଦ କହିଲେ- ତଥାଗତ, ଆପଣ ଯେଉଁ ଗାଈ କଥା କହୁଛନ୍ତି, ସେ ଗାଈକୁ ଆମେ ସମସ୍ତେ କାଲି ଦେଖିଥିଲୁ। ତାହା ନିଶ୍ଚୟ ସେହି ଗ୍ରାମବାସୀଙ୍କ ଗାଈ। କିନ୍ତୁ ତା ବେକରେ ତ ଦଉଡ଼ି ଲାଗି ନ ଥିଲା!

ବୁଦ୍ଧ ସ୍ମିତ ହସି କହିଲେ- ଲାଗିଥିଲା। ତୁମେ ଦେଖି ନାହଁ। ମୁଁ ଜାଣିଥିଲି ସେଇ ଦଉଡ଼ି ତାର ମାଲିକଙ୍କୁ ଏବେ ଭିଡ଼ି ନେଇଗଲା।

କିଛି ସମୟ ପରେ ଗ୍ରାମବାସୀ ଫେରିଲେ। ଗାଈ ଆଗେ ଆଗେ ଚାଲିଥିଲା ଏବ˚ ତା ପଛରେ ସେ। ସେ ଗଲା ପରେ ବୁଦ୍ଧ କହିଲେ- ଦେଖିଲ ତ ସେ ଅଦୃଶ୍ୟ ଦଉଡ଼ି କେମିତି ମାଲିକଙ୍କୁ ଭିଡ଼ିଭିଡ଼ି ନେଉଛି!

ସମ୍ବନ୍ଧିତ ଖବର