ଚୀନ୍‌ର ମହାନ ଦାର୍ଶନିକ ଲାଓତ ସୁ ରହୁଥିଲେ ଗୋଟିଏ ପତ୍ର କୁଡ଼ିଆରେ। ନିଜର ବୋଲି ତାଙ୍କ ପାଖରେ କିଛି ନ ଥିଲା। ସାରା ଦିନ ସେ ଚିନ୍ତନରେ ବୁଡ଼ି ରହୁଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସମ୍ମାନ କରୁଥିଲେ ଏବ˚ ତାଙ୍କ ଜୀବନଯାପନ ଲାଗି ଯତ୍‌ କିଞ୍ଚିତ ସାହାଯ୍ୟ କରୁଥିଲେ, ସେଥିରେ ସେ ଚଳୁଥିଲେ।

Advertisment

ଦିନକର କଥା। ଜଣେ କେହି ଯାଇ ସମ୍ରାଟଙ୍କୁ କହିଲା- ଲାଓତ ସୁ ଅତି ଦାରିଦ୍ର୍ୟରେ ଦିନ କାଟୁଛନ୍ତି। ଏହା ଆମ ରାଜ୍ୟ ଲାଗି ଅପମାନର କଥା। ଏଣୁ ଆପଣ ଲାଓତ୍‌ ସୁଙ୍କ ଲାଗି କିଛି ବ୍ୟବସ୍ଥା କରିବା ଉଚିତ।

ସମ୍ରାଟ ଥିଲେ ଗୁଣୀ। ସେ ଏହା ଶୁଣିବା ମାତ୍ରକେ ଗୋଟିଏ ଘୋଡ଼ା ଗାଡ଼ିରେ ଟଙ୍କା, ସୁନା ଆଦି ବୋଝେଇ କରି ଲାଓତ ସୁଙ୍କ ପାଖରେ ପହଞ୍ଚିଲେ। ଚୀନ କି˚ବଦନ୍ତିରେ ଅଛି ରାଜା ଘୋଡ଼ା ଗାଡ଼ିରୁ ଓହ୍ଲାଇ ପଡ଼ି ଲାଓତ ସୁଙ୍କୁ ପ୍ରଣାମ କରି କହିଲେ- ମହାତ୍ମା, ଆପଣଙ୍କ ଏ ଅବସ୍ଥା ଦେଖି ମୋତେ ଲଜ୍ଜା ଲାଗୁଛି। ଆପଣଙ୍କ ଭଳି ଜଣେ ପ୍ରଚଣ୍ତ ପ୍ରାଜ୍ଞ ଏମିତି ଭିକ୍ଷୁକ ଭଳି ରହିବା ମୋ ଲାଗି ଅସହ୍ୟ। ଏଣୁ ଆପଣଙ୍କ ଅବଶିଷ୍ଟ ଜୀବନ ଯେମିତି ସୁଖରେ କଟେ ସେଥି ଲାଗି ମୁଁ ଏହି ସବୁ ଆଣିଛି।

ଏହା ଶୁଣି ଲାଓତ ସୁ ଟିକିଏ ହସିଲେ ଓ ମୃଦୁ ଭାବେ କହିଲେ- ମହାରାଜ, ଆପଣ ଆଜି ମୋତେ ଯାହା ଦେବାକୁ ଯାଉଛନ୍ତି, ତାହା ଯଦି ମୁଁ ଗ୍ରହଣ କରେ, ତେବେ ମୁଁ ସତରେ ନିଜକୁ ଭିକ୍ଷୁକଟିଏ ଭାବି ସାରା ଜୀବନ ଗ୍ଳାନିରେ ରହିଯିବି। ଏ ପର୍ଯ୍ୟନ୍ତ ମୁଁ ନିଜ ଇଚ୍ଛାରେ ସବୁ କିଛି ବରଣ କରିଛି, ଏ ଦାରିଦ୍ର୍ୟ ମଧୢ। କିନ୍ତୁ ଏ ପର୍ଯ୍ୟନ୍ତ ମୁଁ ମୋ ନିଜର ପ୍ରଭୁ ହୋଇ ରହିଆସିଛି। ଏପରିକି ଲୋକ ଯାହା ଦିଅନ୍ତି ତାହା ନେବା ବା ନ ନେବା ମୋର ଇଚ୍ଛାଧୀନ ହୋଇ ରହିଆସିଛି। ତେଣୁ, ମୋତେ ସେହିଭଳି ହୋଇ ରହିବାକୁ ଦିଅନ୍ତୁ।