ମୁଲ୍ଲା ନସିରୁଦ୍ଦିନ ଥିଲେ ଭାରି ଗରିବ। ତଥାପି ତାଙ୍କ ପାଖରେ ଯାହା ବି ରହୁଥିଲା ତାକୁ ସେ ପରକୁ ଦେଇ ଦେଉଥିଲେ। ତେଣୁ ତାଙ୍କ ପରିବାର ଭାରି କଷ୍ଟରେ ଚଳୁଥିଲେ।

Advertisment

ଥରେ ତାଙ୍କ ପୁଅ କହିଲା, ବାପା ତୁମେ ଯାହା କଲଣି ଆମକୁ ଚୋରି କରିବାକୁ ହେବ।

ମୁଲ୍ଲା କହିଲେ- ବାଃ କି ବଢ଼ିଆ କଥାଟି କହିଲୁ। ଚାଲ ଚୋରି କରିବା। ମୁଲ୍ଲାଙ୍କ ପୁଅ ଯେମିତି ଆକାଶରୁ ଖସି ପଡ଼ିଲା। ନସିରୁଦ୍ଦିନଙ୍କ ଭଳି ଲୋକ ପୁଣି ଚୋରି ଲାଗି ଆଗ୍ରହୀ।

କିନ୍ତୁ ଉପାୟ ନ ଥିଲା। ଦୁହେଁ ଚୋରି କରିବାକୁ ଗଲେ। ଜଣଙ୍କର ଅମାର ଭାଙ୍ଗି କମାଲ ପଶିଲା। ମୁଲ୍ଲା କହିଲେ- ବାବୁ ତୁ ଥରୁଛୁ କାହିଁକି? ଯା ଭିତରୁ ଗହମ ବସ୍ତାଟି ଧରି ଆ।
ତାଙ୍କ ପୁଅ ସନ୍ତର୍ପଣରେ ଗହମ ବସ୍ତାଟି ଧରି ଆଣିଲା। ମୁଲ୍ଲା କହିଲେ- ଏବେ ଚାଲ।

ପୁଅ କହିଲା- ବାପା ଧୀରେ କୁହ। ଯଦି ଏହାର ମାଲିକ ଉଠିପଡ଼େ ତାହା ହେଲେ କଥା ସରିଲା! ଆମେ ପରା ପର ଜିନିଷ ଚୋରି କରୁଛୁ!

ମୁଲ୍ଲାଙ୍କ ଉତ୍ସାହରେ ହଠାତ୍‌ ଭଟ୍ଟା ପଡ଼ିଗଲା। ସେ କହିଲେ- ପୁଅ, ଶୀଘ୍ର ବସ୍ତାକୁ ତଳେ ରଖ। ଚାଲ ମାଲିକ ପାଖରେ କ୍ଷମା ମାଗିବା।

ପୁଅ କହିଲା- ତୁମେ ବିଚିତ୍ର ଲୋକ! ଏବେ ଖୁସି ହେଉଥିଲ! ଆଉ ଏବେ?

ମୁଲ୍ଲା କହିଲେ- ବାବୁରେ କ୍ଷମା କର। ମୁଁ ଭାବନାର ଯେଉଁ ସ୍ତରରେ ଥିଲି, ସେଠି ମଣିଷ ମଣିଷ ଭିତରେ ଭେଦ ନଥାଏ। ସବୁ ତ ପରମେଶ୍ବରଙ୍କର। ତେଣୁ ମୋର କ’ଣ ବା ତୋର କ’ଣ? ଏଇ ଭାବରେ ଥିଲି ବୋଲି ପର ଜିନିଷ ବୋହି ନେବାକୁ ବାହାରିଥିଲି। କିନ୍ତୁ ପରର ଜିିନିଷ ବୋଲି ତୋ ପାଟିରୁ ଯେମିତି ବାହାରିଗଲା, ମୁଁ ସେଇ ସ୍ତରରୁ ତଳକୁ ଖସିପଡ଼ିଲି। ଆଉ ନୁହେଁ, ବର˚ ଭୋକରେ ମରିବା।