ପ୍ରେମର ବଳ

କଥାଟିଏ - ଯାଯାବର

ଆରବର ରାଜା ଥିଲେ ମହା ପରାକ୍ରମୀ। ତାଙ୍କ ନିଜର ଶାରୀରିକ ବଳ ଥିଲା ଅମାପ। ସୈନ୍ୟ ବଳ ଥିଲା ଅପରିସୀମ ଏବ˚ କ୍ଷମତା ଥିଲା ନିରଙ୍କୁଶ। ଅନ୍ୟ ରାଜ୍ୟର ରାଜାମାନେ ତାଙ୍କୁ ଭୟ କରୁଥିଲେ। କିନ୍ତୁ କେବଳ ପାରସ୍ୟର ରାଜା, ଯେ କି ଥିଲେ ବହୁତ ସାହସୀ ଆରବ ରାଜାଙ୍କ ପାଖରେ ବଶ୍ୟତା ସ୍ବୀକାର କରୁ ନ ଥିଲେ। ତେଣୁ ଆରବ ରାଜା କ୍ଷୁବ୍‌ଧ ଥିଲେ।

ଥରେ ପାରସ୍ୟର ଜଣେ ଚିତ୍ରକର ଆରବର ରାଜାଙ୍କୁ ଦେଖାଇଲା ଜଣେ ଅନିନ୍ଦ୍ୟ ସୁନ୍ଦରୀ କନ୍ୟାଙ୍କ ତୈଳଚିତ୍ର। ସେ ଥିଲେ ପାରସ୍ୟର ଜଣେ ରାଜ ଅମାତ୍ୟଙ୍କ କନ୍ୟା। ଆରବର ରାଜା ସେଇ ସୁନ୍ଦରୀଙ୍କ ପ୍ରେମରେ ଗୋଟାପଣେ ପଡ଼ିଗଲେ ଏବ˚ ତାଙ୍କୁ କୌଣସିମତେ ବିବାହ କରିବାକୁ ଚାହିଁଲେ। କିନ୍ତୁ ରାଜ ଅମାତ୍ୟ ଅସମ୍ମତ ହେଲେ। ଏଥିରେ କ୍ରୋଧାନ୍ବିତ ରାଜା ପାରସ୍ୟ ଆକ୍ରମଣ କଲେ। ପାରସ୍ୟ ଭୂଲୁଣ୍ଠିତ ହେଲା। ବିଧ୍ବ˚ସର ବିଭୀଷିକା ପରେ ଆରବର ରାଜା ସ୍ବୟ˚ ଅମାତ୍ୟଙ୍କ ଘରେ ଉପସ୍ଥିତ ହୋଇ କନ୍ୟାର ସମ୍ମତି ମାଗିଲେ। କିନ୍ତୁ ନିଜ ଦେଶର ଏଭଳି ଅବସ୍ଥା କରିଥିବା ରାଜାଙ୍କୁ ବିବାହ କରିବାକୁ କନ୍ୟା ରାଜି ନ ଥିଲେ। ଆରବ ରାଜା ଅନେକ ବୁଝାଇଲେ, ମିନତି କଲେ, କନ୍ୟା ଆଗରେ ଆଣ୍ଠେଇ ପଡ଼ି ତାଙ୍କୁ କ୍ଷମା କରିଦେବାକୁ ଅନୁରୋଧ କଲେ, ଶେଷରେ ଶସ୍ତ୍ର ତ୍ୟାଗ କଲେ ଏବ˚ ଜୀବନରେ କେବେ ଯୁଦ୍ଧ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଲେ। ତା’ ପରେ ଯାଇ କନ୍ୟା ବିବାହ କରିବାକୁ ରାଜି ହେଲେ। ବିବାହ ପରେ ଆରବର ରାଜା ଆଉ ପୂର୍ବ ଭଳି ରହିଲେ ନାହିଁ। ସେ ପୂରା ବଦଳି ଗଲେ।

ଏଭଳି ଗପଟିଏ କହି ସାରି ଗୁରୁ ଶିଷ୍ୟମାନଙ୍କୁ ପଚାରିଲେ- ଏବେ କୁହ, ବାହୁବଳ, ସୈନ୍ୟ ବଳ, କ୍ଷମତାର ବଳ ଅଧିକ ଶକ୍ତିଶାଳୀ ନା ପ୍ରେମର ବଳ ଅଧିକ ଶକ୍ତିଶାଳୀ?

ସମ୍ବନ୍ଧିତ ଖବର