ଈଶ୍ୱର ହାରିଗଲେ

କଥାଟିଏ - ଯାଯାବର

ଜଣେ ଫକିର ଥିଲେ, ଯାହାଙ୍କ ନାମ ଥିଲା ମନସୁର। ମନସୁର ଥିଲେ ସ୍ନେହ ଓ ପ୍ରେମର ମୂର୍ତ୍ତିମନ୍ତ ରୂପ। କିନ୍ତୁ ସଚରାଚରେ ଯାହା ହୋଇଥାଏ, ମନସୁରଙ୍କ ସହିତ ତାହା ହେଲା। ଖଳ ଲୋକମାନେ ତାଙ୍କ ବିପକ୍ଷରେ ଏକତ୍ର ହେଲେ ଏବ˚ ଲୋକମାନଙ୍କୁ ମତାଇଲେ। ମନସୁରଙ୍କୁ ସେମାନେ ହତ୍ୟା କଲେ।

କୁହାଯାଏ ମନସୁରଙ୍କୁ ଯେମିତି କଲବଲ କରି ହତ୍ୟା କରାଗଲା, ସେମିତି ଦ୍ବିତୀୟ ନଜିର ଇତିହାସରେ ନାହିଁ। ଶହ ଶହ ଲୋକ ତାଙ୍କ ଉପରକୁ ପଥର ଫିଙ୍ଗୁଥିଲେ ଏବ˚ ସେଥିରେ ଲହୁଲୁହାଣ ହୋଇଥିବା ମନସୁରଙ୍କ ଗୋଡ଼ ଦୁଇଟିକୁ ପ୍ରଥମେ କାଟି ଦିଆଗଲା। ତା’ ପରେ ତାଙ୍କର ହାତ ଦୁଇଟିକୁ ଗୋଟିକ ପରେ ଗୋଟିଏ କାଟି ଦିଆଗଲା। ତା’ ପରେ ତାଙ୍କ ଆଖି ଦୁଇଟିକୁ ଫୁଟାଇ ଦିଆଗଲା। ଚିନ୍ତାତୀତ ଭାବେ ନରକୀୟ ଯନ୍ତ୍ରଣା ଦେଇ ତାଙ୍କୁ ହତ୍ୟା କରାଗଲା।

ଯେତେବେଳେ ମନସୁରଙ୍କୁ ଅନ୍ଧ କରିଦିଆଗଲା ସେ ଚିତ୍କାର କରି କହିଲେ- ଈଶ୍ବର ତୁମେ ମୋତେ ହରାଇ ପାରିଲ ନାହିଁ। ମୁଁ ଜିଣିଗଲି।

ଏଥିରେ ତାଙ୍କୁ ଅତ୍ୟାଚାର କରୁଥିବା ଲୋକେ ଟିକିଏ ଅଟକି ଗଲେ। ସେମାନଙ୍କ ଭିତରୁ ଜଣେ ତାଙ୍କ ପେଟକୁ ଲାତ ମାରି କହିଲା- ଆରେ ପାଗଳ, ମରିବାକୁ ବସିଲୁଣି, ଅଥଚ କହୁଚୁ ଯେ ତୁ ଈଶ୍ବରଙ୍କୁ ବି ଜିତିଗଲୁ?

ମନସୁରଙ୍କ ଚେତା ବୁଡ଼ି ଯାଉଥିଲା। ସେ କ୍ଷୀଣ କଣ୍ଠରେ କହିଲେ- ଭାଇ, ଏଇଥି ଲାଗି ମୁଁ ଏ କଥାଟି କହିଲି ଯେ ଆପଣଙ୍କ ଭଳି ଶହ ଶହ ଲୋକ ମୋ ଚାରିପଟେ ବେଢ଼ି ମୋ ସହିତ ଶତ୍ରୁତା ଓ ଘୃଣାର ଆଚରଣ ଓ ଆକ୍ରମଣ କରି ଚାଲିଛନ୍ତି। ଅଥଚ ମୋ ମନରେ ଆପଣମାନଙ୍କ ପ୍ରତି ଲେଶ ମାତ୍ର ଘୃଣା, କ୍ରୋଧ ବା ଶତ୍ରୁ ଭାବ ଆସିପାରିନାହିଁ। ଏବେ ବି ମୁଁ ସମସ୍ତଙ୍କ ପ୍ରତି ପ୍ରେମ ଭାବରେ ଜର୍ଜର। ଏହା ମୋର ଏକ ବିଜୟ ନୁହେଁ କି?

ସମ୍ବନ୍ଧିତ ଖବର