ଥରେ ଶିକ୍ଷକ ପିଲାମାନଙ୍କୁ କହିଲେ ମୋ ଠାରୁ କଥାଟିଏ ଶୁଣ।
ଗୋଟିଏ ଗାଈ ତାର ଛୋଟ ବାଛୁରୀକୁ ନେଇ ଯାଉଥିଲା। ହଠାତ୍ ବାଛୁରୀ ତାର ମାଆକୁ କହିଲା, ମାଆ ଦେଖ କେମିତି ସୁନ୍ଦର ଖେତ। ଫସଲ କେମିତି ଛନଛନିଆ ହୋଇଛି। ଖାଇବାକୁ ଇଚ୍ଛା ହେଉଛି।
ଗାଈ କହିଲା- ସେଥିରୁ ଖାଇବା ଲାଗି ଆମକୁ ଅନୁମତି ନାହିଁ। ଏପଟକୁ ଅନା। ଏ ଯେଉଁ ବଡ଼ ଘାସପଡ଼ିଆ ଦେଖୁଛୁ ତହିଁରେ ଯେତେ ଚରିଲେ ବି କ୍ଷତି ନାହିଁ।
କିନ୍ତୁ ବାଛୁରୀ କହିଲା- ମାଆ, ଶୁଖିଲା ଓ ଟାଆଁସା ଘାସରେ କି ଲାଭ? ଏ ଯେଉଁ ଛନଛନିଆ ଫସଲ ହୋଇଛି ତାହା ସିନା ମଜାଦାର।
ଗାଈ ଏଥର ରାଗି ଯାଇ କହିଲା- ଏବେ ମୁଁ ଚାଲିଲି। ତୁ ଯଦି ସେ ଖେତରେ ପଶିବୁ ପଶ। ସ˚ଧୢା ହେବାକୁ ବସିଲାଣି। ପାଖ ଜଙ୍ଗଲରୁ ଗଧିଆ ଦଳ ଆସିଲେ ମୋତେ ଖୋଜିବୁ ନାହିଁ। ଏହା କହି ଗାଈ ତରତର ହୋଇ ଆଗକୁ ଚାଲିଲା। ବାଛୁରୀ କିଛି ଉପାୟ ନ ପାଇ ବିଲକୁ ଚାହିଁ ଚାହିଁ ମାଆ ପଛରେ ବାଧୢ ହୋଇ ଦୌଡ଼ିଲା।
କଥାଟି ଏତିକି। ଏବେ କହ ତୁମର ଅସଲ ଶତ୍ରୁ କିଏ?
ପିଲାଏ ଚୁପ୍ ରହିଲେ।
ଗୁରୁଜି କହିଲେ- ଆରେ ଟିକିଏ ମୁଣ୍ତ ଖର୍ଚ୍ଚ କଲେ ବୁଝି ପାରିଥାଆନ୍ତ। ଆଚ୍ଛା, ବାଛୁରୀ ଲାଗି ଛନଛନିଆ ଖେତର ଲୋଭ କେଉଁଠି ସୃଷ୍ଟି ହେଲା? ଲୋଭ ସୃଷ୍ଟି ହେଲା ତା ମନ ଭିତରେ। ସେଇ ଲୋଭ ତାକୁ ଦିନେ ହଇରାଣରେ ପକାଇଥାଆନ୍ତା। ତା ମାନେ ବାଛୁରୀର ଅସଲ ଶତ୍ରୁ ଥିଲା ତାର ମନ, ଅର୍ଥାତ୍ ସେ ନିଜେ। ତ ଆମ ସମସ୍ତଙ୍କର ଅସଲ ଶତ୍ରୁ ଆମେ ନିଜେ। ନିଜକୁ ନ ଜଗିଲେ ଆମେ ହଇରାଣ ହେବା।