ଜେନ୍ ଗୁରୁ ନେନେଙ୍କୁ ଜଣେ ଅନୁଗାମୀ ପଚାରିଲେ- ନେନେ, ଏ ସଂସାର ବନ୍ଧନରୁ ମୁକ୍ତ ହେବି କିପରି?
ନେନେ ତାଙ୍କ ଆଡ଼କୁ ଚାହିଁ ହସିଲେ ଏବଂ ଏଣୁତେଣୁ ହୋଇ ଗଣ୍ଠି ପଡ଼ିଥିବା ଗୋଟିଏ ଅଲରା ସୂତା ପିଣ୍ଡୁଳା ଆଣି ସେହି ବ୍ୟକ୍ତିଙ୍କୁ ଦେଇ କହିଲେ- ତୁମ ପ୍ରଶ୍ନର ଉତ୍ତର ପରେ େଦବି। ଏବେ ମୋତେ ଯାହା ହଇରାଣ କରୁଛି, ତାର ସମାଧାନ କର।
ଅନୁଗାମୀ ଜଣକ ତାଙ୍କ ହାତରୁ ସୂତା ପିଣ୍ଡୁଳାଟି ନେଇ ଆଗ୍ରହର ସହିତ ପଚାରିଲେ- କ’ଣ ହେଲା?
ନେନେ କହିଲେ- ଏ ଗଣ୍ଠି ସବୁ ଖୋଲ।
ଅନୁଗାମୀ ବହୁତ ଚେଷ୍ଟା କଲେ। କିନ୍ତୁ ଏମିତି ଗଣ୍ଠି ପଡ଼ିଥିଲା ଯେ ଖୋଲିବା ଥିଲା ଅସମ୍ଭବ ବ୍ୟାପାର। କିଛି ସମୟ ପରେ ବିରକ୍ତ ହୋଇ ନେନେଙ୍କୁ କହିଲେ- ଏମିତି ଅଲରା ଗଣ୍ଠି କିଏ ପକାଏ?
ନେନେ କହିଲେ- ତୁମେ ଏହି କଥାଟି ତ କାହିଁ ମୋତେ ପ୍ରଶ୍ନ ପଚାରିଲା ବେଳେ ଚିନ୍ତା କରି ନ ଥିଲ?
ଅନୁଗାମୀ କହିଲେ- କେଉଁ କଥା?
ନେନେ କହିଲେ- ତୁମେ ନିଜ ଜୀବନକୁ କାହିଁକି ଏମିତି ଗଣ୍ଠିରେ ଭରି ଦେଲ ଯେ ତହିଁରୁ ଫିଟିବା ଲାଗି ବାଟ ଖୋଜୁଛ? ପ୍ରଥମ କଥା ହେଲା- ଗଣ୍ଠି ପକାଅ ନାହିଁ। ତାହା ହିଁ ସୂତ୍ର। ମୋତେ ମୁକ୍ତି ଲାଗି ବାଟ ପଚାରିଲେ ମୁଁ ଉତ୍ତର ଦେବି ବାନ୍ଧି ହେଲ କାହିଁକି? ବାନ୍ଧି ହେଲେ ସିନା ମୁକ୍ତି ଲାଗି ବାଟ ଖୋଜିବ!