ଜଣେ ଯୁବକ ପହଞ୍ଚିଲା ଜେନ୍ ଗୁରୁ ନେନେଙ୍କ ପାଖରେ। ସବୁ ଦିନ ପରି ନେ‌େନ ତାଙ୍କ ବଗିଚାରେ ବସିଥିଲେ। ତାଙ୍କ ଯତ୍ନରେ ବଗିଚାର ଗଛଗୁଡ଼ିକରେ ଯେଉଁଭଳି ସୁନ୍ଦର ଫୁଲ ଫୁଟୁଥିଲା, ‌େସମିତି ଆଉ କେଉଁଠି ଫୁଟି ନ ଥିଲା।

Advertisment

ଯୁବକ ତାଙ୍କୁ ନିଜର ପରିଚୟ ଦେଇ ଅଭିପ୍ରାୟ ଜଣାଇଲା। ନେନେ ଏହା ଶୁଣି କହିଲେ- ଓହୋ, ତୁମେ ତାହା ହେଲେ ଚାଷୀ ଘର ପୁଅ। ଭଲ ହେଲା। ଠିକଣା ସମୟରେ ଆସିଛ। ଏ କୁଣ୍ଡଟି ନିଅ। ଏ ଗଛଟି କେଜାଣି କାହିଁକି ଉଧଉ ନାହିଁ। ବାପାଙ୍କୁ ପଚାରି କିଛି ଉପଚାର କର, ଯେମିତି ସୁନ୍ଦର ଫୁଲ ଫୁଟିବ। ତା’ ପରେ ତୁମ କଥା ମୁଁ ବୁଝିବି।

ତେଣୁ, ଯୁବକ ସେଠାରୁ ଗୋଟିଏ ଅଧାମରା ଫୁଲ ଗଛ ନେଇ ଘରକୁ‌ ଫେରିଲା। ବାପାଙ୍କୁ ପଚାରି ସେ କୁଣ୍ଡର ମାଟି ବଦଳାଇଲା, ଭଲ ଗୁଣର ସାର ଦେଲା, ପାଣି ଦେଲା। ତାର ଯତ୍ନ ନେଲା। କିଛି ଦିନ ଭିତରେ ଗଛଟି ଛନଛନିଆ ହୋଇ ସେଥିରେ ସୁନ୍ଦର ଫୁଲ ଫୁଟିଲା। ‌େସ ଏବେ କୁଣ୍ଡଟି ନେଇ ଗୁରୁଙ୍କ ପାଖକୁ ଗଲା।

ଗୁରୁ ଏହା ଦେଖି କହିଲେ- ସାବାସ୍। ଏବେ କୁହ ତ ଗଛର କେଉଁଠି ଫୁଲ ଫୁ‌େଟ?

ଯୁବକଟି ଏଭଳି ଅବାନ୍ତର ପ୍ରଶ୍ନ ଆଶା କରି ନ ଥିଲା। ସେ କହିଲା - ଡାଳରେ!

ଗୁରୁ କହିଲେ- ଭୁଲ। ଅସଲରେ ଫୁଲ ଫୁଟେ ଗଛର ଚେରରେ। ତୁମେ ଗଛର ଚେରର ଯତ୍ନ ନ ନେଲେ ଭଲ ଫୁଲ ଫୁଟିବ ନାହିଁ କି ଆକାରରେ ବଡ଼ ହେବ ନାହିଁ। ଏଥିରେ ତୁମ ଲାଗି ବି ଶିକ୍ଷାଟିଏ ଅଛି। ତୁମେ ଯେଉଁ ମହାନ ଆତ୍ମିକ ଜ୍ଞାନ ଲାଗି ଆସିଛ, ତାହା ପାଇବା ସକାଶେ ତୁମକୁ ନିଜର ମୂଳକୁ ଭଲ ଭାବେ ଦୃଢ଼ କରିବାକୁ ହେବ। ତାହା ନ କଲେ ତୁମ ପାଖରେ ସେ ଜ୍ଞାନର ଫୁଲ ଫୁଟିବ କେମିତି?