ପ୍ରାଚୀନ କାଳରେ ଚୀନରେ ଲାଓତ୍‌ ସେ ନାମକ ଦାର୍ଶନିକ ଥିଲେ। ଥରେ ତାଙ୍କ ପାଖକୁ ଆସିଲେ ଜଣେ ସାଧାରଣ ଲୋକ। ସେ କହିଲେ- ଆପଣ ଯାହା ଉପଦେଶ ଦେଲେ ତାହା ମୁଁ ବୁଝିପାରୁନାହିଁ। ମୋତେ ଆଉ ଥରେ ବୁଝାଇ ଦିଅନ୍ତୁ। ଲାଓତ୍‌ ସେ ତାଙ୍କୁ ଘର ଭିତରକୁ ଡାକି ନେଲେ ଓ ପୁଣି ସବୁ କିଛି ବୁଝାଇ ଦେଲେ। ଲୋକ ଜଣକ ଚାଲିଗଲେ।

Advertisment

ପର ଦିନ ସେ ପୁଣି ଆସିଲେ ଓ ଲାଓତ୍‌ ସେଙ୍କୁ ସେହି କଥା କହିଲେ। ଲାଓତ୍‌ ସେ ପୂର୍ବ ଭଳି ତାକୁ ଘର ଭିତରକୁ ଡାକିନେଲେ ଓ ପୁଣି ଥରେ ବୁଝାଇ ଦେଲେ। ଏମିତି ଲୋକଜଣକ ଏକୋଇଶ ଦିନ ଧରି ପ୍ରତିଦିନ ଲାଓତ୍‌ ସେଙ୍କ ପାଖକୁ ଆସୁଥିଲେ ଓ ସେଇ ସମାନ କଥା କହୁଥିଲେ ଏବ˚ ଲାଓତ୍‌ ସେ ତାଙ୍କୁ ଅବିଚଳିତ ଭାବେ ବୁଝାଇ ଦେବା ପରେ ସେ ଚାଲିଯାଉଥିଲେ।

ବାଇଶତମ ଦିନ ଲାଓତ୍‌ ସେ ତାଙ୍କୁ ଅପେକ୍ଷା କରି ରହିଲେ। କିନ୍ତୁ ସେ ଆସିଲେ ନାହିଁ। ଏଥର ଲାଓତ୍‌ ସେ ତାଙ୍କ ଘରକୁ ଗଲେ ଏବ˚ ଘର ଆଗରେ ଛିଡ଼ା ହୋଇ ତାଙ୍କୁ ଡାକିଲେ ଓ ପଚାରିଲେ- ଆଜି ବୁଝିବା ଲାଗି ଆସିବ ନାହିଁ କି?

ଲୋକଜଣକ ଘରୁ ବହାରି ଆସି କହିଲେ -ଲାଓତ୍‌ ସେ, ଗଲା କାଲି ମୁଁ ପ୍ରକୃତରେ ଆପଣଙ୍କ ଉପଦେଶକୁ ପୂରା ବୁଝିଗଲି। ସେଥି ଲାଗି କାଲି ଠାରୁ ମୁଁ ଆଉ ପୂର୍ବର ସେହି ଲୋକ ହୋଇ ରହିନାହିଁ। ବୁଝିବା ସ˚ପୂର୍ଣ୍ଣ ହେବା ବେଳକୁ ମୁଁ ବି ବଦଳିଯାଇଛିି। ଆପଣ ଯାହା ହେବାକୁ କହୁଥିଲେ, ସେଭଳି ହୋଇ ଯାଇଛି।

ଏହାର ମର୍ମ ହେଲା କୌଣସି ଉତ୍ତମ ଉପଦେଶକୁ ବୁଝିବା ସେତେବେଳେ ସ˚ପୂର୍ଣ୍ଣ ହୁଏ, ଯେତେବେଳେ ବୁଝୁଥିବା ଲୋକ କାୟମନୋବାକ୍ୟରେ ତା ସହିତ ବଦଳିଯାଏ। ଖାଲି ଅର୍ଥ ବୁଝିଗଲେ ବୁଝିବା ସ˚ପୂର୍ଣ୍ଣ ହୁଏନାହିଁ।