ରାଜୋଚିତ କାର୍ଯ୍ୟ

କଥାଟିଏ - ଯାଯାବର

ରାଜା ଗୁରୁଙ୍କ ଆଶ୍ରମକୁ ଯାଇ ଗୁରୁଙ୍କୁ ପ୍ରଣାମ କଲେ ଏବଂ କହିଲେ- ଆପଣ ରାଜମୁକାରଙ୍କୁ ପ୍ରଦାନ କରିଥିବା ଶିକ୍ଷା ମୋର ଆଖି ଖୋଲି ଦେଇଛି। ତେଣୁ ମୁଁ ଆପଣଙ୍କ ପାଖରେ କୃତଜ୍ଞ।

ଗୁରୁ କହିଲେ- ଏମିତି କ’ଣ ହେଲା ଯେ ଆପଣଙ୍କ ମନରେ ଏଭଳି ଭାବନା ଆସିଲା।

ରାଜା କହିଲେ- ରାଜକୁମାର ଆଶ୍ରମରୁ ଶିକ୍ଷା ଲାଭ କରି ଫେରିବା ପରେ ମୁଁ ତାଙ୍କୁ ଧରି ରାଜଧାନୀ ପରିକ୍ରମାରେ ବାହାରିଲି। ରାଜକୁମାର ମୋ ଆଗରେ ଖଣ୍ଡେ ଦୂରରେ ଘୋଡ଼ା ପିଠିରେ ବସି ଚାଲିଥି‌େଲ। ଏହି ସମୟରେ ମୁଁ ଦେଖିଲି ଯେ ସେ ହଠାତ୍‌ ଘୋଡ଼ା ପିଠିରୁ ଓହ୍ଲାଇ ପଡ଼ିଲେ ଏବଂ ଜଣେ ବୃଦ୍ଧଙ୍କୁ ଘୋଡ଼ା ପିଠିରେ ବସାଇ ଦେଲେ। ତା’ ପରେ ସେ ଘୋଡ଼ାର ଲଗାମ ଧରି ପାଦରେ ଚାଲି‌େଲ।

ଏହା ମୋତେ ସହସା ଅସନ୍ତୁଷ୍ଟ କରି ପକାଇଲା। ମୁଁ ତୁରନ୍ତ ରାଜପୁତ୍ରଙ୍କୁ ଡାକିଲି ଏବଂ ମୃଦୁ ଭର୍ତ୍ସନା କରି କହିଲି- ୟେ କ’ଣ? ତୁମେ ପରା ଜଣେ ରାଜପୁତ୍ର! ନିଜ ପଦ ଓ କୁଳ ମର୍ଯ୍ୟାଦା ଭୁଲି ଯାଅନାହିଁ।

ରାଜପୁତ୍ର ମୋତେ କହିଲେ- ମୁଁ ତାହା ଭୁଲି ନାହିଁ। ବରଂ ମୁଁ ଯାହା କରିଛି, ତାହା ରାଜୋଚିତ। ଜଣେ ଅସହାୟ ବୃଦ୍ଧ ଚାଲି ପାରୁ ନ ଥିବା ବେଳେ ତାଙ୍କ ପାଖ ଦେଇ ସେଇ ଘୋଡ଼ା‌ ପିଠିରେ ବସି ଜଣେ ତରୁଣ ଯିବା ମର୍ଯ୍ୟାଦାଜନକ ନୁହେ।

ଏ ସଂକ୍ଷିପ୍ତ ଉତ୍ତର ମୋ ଆଖି ଖୋଲିଦେଲା। ଆପଣ ମୋ ପୁତ୍ରକୁ ପ୍ରଦାନ କରିଥିବା ଶିକ୍ଷା ଓ ସଂସ୍କାର ଲାଗି ମୁଁ କୃତଜ୍ଞ।

ସମ୍ବନ୍ଧିତ ଖବର