ସାଧୁ ଓ ଚୋର

କଥାଟିଏ - ଯାଯାବର

ଜଣେ ଚୋର ପହଞ୍ଚିଲା ସାଧୁଙ୍କ ପାଖରେ ଏବଂ କହିଲା- ମହାଭାଗ, ମୁଁ ଗୋଟିଏ ଚୋର। ପିଲାଟି ଦିନରୁ ଚୋରି କରି କରି ଏହା ମୋର ରକ୍ତଗତ ହୋଇଯାଇଛି। ସେଥିଲାଗି କେତେ ଅପମାନ ସହିଲିଣି। ମାଡ଼ ଖାଇଲିଣି। ଅନେକ ଥର ନିଷ୍ପତ୍ତି ନେଲିଣି ଯେ ଏଣିକି ଚୋରି କରିବି ନାହିଁ। କିନ୍ତୁ କିଛି ଫଳ ହେଉନାହିଁ। ଆପଣ ମୋ‌େତ ବାଟ ଦେଖାନ୍ତୁ। ସାଧୁ କହିଲେ- ବେଶ୍ ଯଦି ଚୋରି କରିବାରୁ ନିଜକୁ ରୋକି ପାରୁନାହଁ, ମୁଁ ତୁମକୁ କେବେ ହେଲେ ଚୋରି କରିବାକୁ ମନା କରିବି ନାହିଁ। ‌େଚାରି କରିପାର। କିନ୍ତୁ ମୋତେ କଥା ଦିଅ ଯେ ସର୍ବଦା ସତ କହିବ। ସତ କହିବା ଗୋଟିଏ ସରଳ କାମଟିଏ।

ଚୋର କହିଲା- ତାହା ହେଲେ କ’ଣ ହେବ? ମୋ ଚୋରି ଅଭ୍ୟାସ ଯିବ କେମିତି?

ସାଧୁ କହିଲେ- ଦେଖ କ’ଣ ହେଉଛି।

ଚୋର ସତ କହିବ ବୋଲି ପ୍ରତିଜ୍ଞା କରିଥିଲା ସତ ହେଲେ, ଦେଖିଲା ଯେ ସର୍ବଦା ସତ କହିଲେ ଚୋରି କରିବା ସମ୍ଭବ ହେଉନାହିଁ। ତାକୁ ମିଛ କହିବାକୁ ପଡୁଛି। ମିଛ କହୁଥିବାରୁ ସେ ଗଭୀର ଭାବେ ଅନୁତପ୍ତ ହେଉଥିଲା। ପୁଣି ସତ ସ୍ବୀକାର କରି ଚୋରି ଜିନିଷ ଫେରାଉଥିଲା ବା ଦଣ୍ଡ ମାଗୁଥିଲା। ଏମିତି କିଛି ଦିନ ଗଲା ପରେ ସେ ଦେଖିଲା ଯେ ସତ କହିବାକୁ ବଜାୟ ରଖିବା ଲାଗି ତାର ଚୋରି କରିବା କମି ଗଲାଣି। ଧୀରେ ଧୀରେ ହେଉ ପଛକେ ସେ ଚୋରି କରିବା ପୂରାପୂରି ଛାଡ଼ିଦେଲା।

ସମ୍ବନ୍ଧିତ ଖବର