ସିକନ୍ଦର ଯାଇ ପହଞ୍ଚିଲେ ଦାର୍ଶନିକ ଡାଇଓଜିନସଙ୍କ ପାଖରେ। ସମସ୍ତେ ଜାଣନ୍ତି ଡାଇଓଜିନସ ଥିଲେ ଅସାଧାରଣ ପ୍ରାଜ୍ଞ କିନ୍ତୁ ସେ ଜଣେ ଭିକ୍ଷୁକ ଭଳି ଜୀବନ ଯାପନ କରୁଥିଲେ। ସିକନ୍ଦର ଥିଲେ ଦିଗ୍ବିଜୟୀ, ଅଥଚ ସେ ତାଙ୍କ ଜୀବନରେ ମାତ୍ର ଜଣେ ଲୋକକୁ ଭୟ କରୁଥିଲେ ଏବଂ ସେ ଥିଲେ ଡାଇଓଜିନସ। ଡାଇଓଜିନସ କାହାକୁ ଭୟ କରୁ ନ ଥିଲେ ଏବଂ ସମସ୍ତଙ୍କୁ ସିଧା ସିଧା କହୁଥିଲେ।
ଡାଇଓଜିନସଙ୍କ ପାଖରେ ପହଞ୍ଚି ସିକନ୍ଦର କହିଲେ-ଡାଇଓଜିନସ, ଦିନେ ତୁମେ ମୋର ଉଚ୍ଚାଭିଳାଷକୁ ପରିହାସ କରୁଥିଲ! କିନ୍ତୁ ଦେଖ ମୁଁ ଆଜି ବିଶ୍ବବିଜୟୀ ସମ୍ରାଟ।
ଡାଇଓଜିନସ ହସିଲେ ଏବଂ କହିଲେ- ସିକନ୍ଦର ତୁମ ଭଳି ନିର୍ବୋଧ ମୁଁ କେବେ ଦେଖିନାହିଁ। କେବେ ଆଉ ବୁଝିବ ଯେ ତୁମେ ସମ୍ରାଟ ସିନା, ହେଲେ ତୁେମ ପ୍ରକୃତରେ ଜଣେ ଦାସ।
ସିକନ୍ଦର ବିସ୍ମିତ ହେଲେ ଏବଂ କହିଲେ- ତୁମେ ଯେତେବେଳେ କହୁଛ ମୁଁ ଜାଣେ ଏହା ପଛରେ କିଛି ଗୂଢ଼ ଅର୍ଥ ରହିଥିବ। କିନ୍ତୁ ମୋତେ ଟିକିଏ ବୁଝାଇ ଦିଅ।
ଡାଇଓଜିନସ କହିଲେ- ଜଣେ ସମ୍ରାଟ ଭାବେ ତୁମେ ଭାବୁଛ ଯେ ତୁମେ ମାଲିକ। ତୁମେ ଯାହା ଚାହିବ ତାହା କରିପାରିବ। କିନ୍ତୁ ପ୍ରକୃତରେ ତାହା ନୁହେଁ। ତୁମେ ଚାହିେଲ ତୁମର ଏ ସମ୍ରାଟ ପଦ ଓ ଦାୟିତ୍ବକୁ ପାଦରେ ଏଡ଼ାଇ ଚାଲି ଯାଇ ପାରିବ? ମୁଁ ଜାଣେ ପାରିବ ନାହିଁ। କାରଣ ତୁମ ଭଳି ସବୁ ସମ୍ରାଟ ସେମାନଙ୍କ ପଦ ଓ ଅହଂକାରର ଦାସ।