ପାତ୍ର ଅପାତ୍ର

କଥାଟିଏ - ଯାଯାବର

ସହରରେ ରାମ ବାବୁ ଓ ହରି ବାବୁ ନାମରେ ଦୁଇ ଜଣ ଧନୀ ବ୍ୟକ୍ତି ଥିଲେ। ଉଭୟ ବେଶ୍ ଦାନଶୀଳ ଥିଲେ। କିନ୍ତୁ ଲୋକେ କହୁଥିଲେ ରାମ ବାବୁ ଅଧିକ ଉଦାର ହୃଦୟର। ରାମବାବୁଙ୍କ ହାତ ହରି ବାବୁଙ୍କ ତୁଳନାରେ ଅଧିକ ଖୋଲା। କିନ୍ତୁ ସହରର ଜଣେ ଗୁଣୀ ଲୋକ ଅଲଗା ମତ ପ୍ରକାଶ କରୁଥିଲେ। ସେ କହୁଥିଲେ ଯେ ପ୍ରକୃତ ଦାନୀ ହେଉଛନ୍ତି ହରି ବାବୁ।

ଥରେ ଗୁଣୀ ବ୍ୟକ୍ତି ଜଣକ ତାଙ୍କ ବନ୍ଧୁମାନଙ୍କ ସହିତ ଏଭଳି ଆଲୋଚନାରେ ଭାଗ ନେବା ବେଳେ ବନ୍ଧୁମାନେ କହିଲେ, ‘ବୁଝାଅ, ତୁମେ କେମିତି ଏମିତି କହୁଛ?’

ସୁତରାଂ, ଗୁଣୀ ଲୋକ ଜଣକ କହିଲେ- ରାମ ବାବୁଙ୍କୁ ତୁୁମେମାନେ ପ୍ରକୃତରେ ଦାନୀ ବୋଲି କହୁଛ ସିନା, ସେ କିନ୍ତୁ ପାତ୍ର ଓ ଅପାତ୍ର ବିଚାର ନ କରି ଯିଏ ଯେତେବେଳେ ଯାହା ମାଗିଲା, ତାକୁ ଦେଇ ପକାନ୍ତି। ଏହା ଦ୍ବାରା ପାତ୍ରଟି ସିନା ଉପକୃତ ହୁଏ, କିନ୍ତୁ ଅପାତ୍ରଗୁୁଡ଼ିକ ମଦ ପିଅନ୍ତି, ଜୁଆ ଖେଳନ୍ତି। ତାଙ୍କ ଠାରୁ ଅର୍ଥ ନେଇ କିଛି ଲୋକ କେତେ ଅନର୍ଥମୂଳକ କାମ କରନ୍ତି। କିନ୍ତୁ ହରି ବାବୁ ପାତ୍ର ଓ ଅପାତ୍ର ବିଚାର କରି ଦିଅନ୍ତି। ତାଙ୍କ ଦ୍ବାରା ପ୍ରଦତ୍ତ ଅର୍ଥ ଯେମିତି ଠିକଣା ଭାବେ ବ୍ୟବହୃତ ହୁଏ, ତାହା ସେ ଦେଖନ୍ତି। ତୁମେ ପାଣି ଦେଉଛ ବୋଲି ପାତ୍ରରେ ପାଣି ନ ଦେଇ ବାହାରେ ଗଦଗଦ କରି ଢାଳିବା ଯାହା, ରାମ ବାବୁଙ୍କର ଦାନ ହେଉଛି ତାହା।

ସମ୍ବନ୍ଧିତ ଖବର