ଫିରୋଜଙ୍କ ସତ

କଥାଟିଏ - ଯାଯାବର

ସନ୍ଥ ଫିରୋଜଙ୍କ ସ˚ପର୍କରେ କଥାଟିଏ।

ଫିରୋଜ ଥିଲେ ଦୟା ଓ କରୁଣାର ଅବତାର। ତା ଛଡ଼ା ସେ ଥିଲେ ଅତ୍ୟନ୍ତ ସତ୍ୟବାଦୀ।

ଦିନେ ହଠାତ୍‌ ଜଣେ ଅପରିଚିତ ଲୋକ ଫିରୋଜଙ୍କ ଘର ଭିତରକୁ ପଶି ଆସି ଶରଣ ମାଗିଲା। ସେ କହିଲା- ମହାତ୍ମା, ମୁଁ ଜଣେ ଚାଷୀ। ମୁଁ ସକାଳୁ ମୋ କାମରେ ଗଲା ବେଳକୁ ବାଟରେ ମୋ ପଡ଼ୋଶୀକୁ ମୁମୂର୍ଷୁ ଅବସ୍ଥାରେ ଦେଖିଲି। କେହି ଜଣେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ରାସ୍ତାରେ ପକାଇ ଦେଇ ଯାଇଥିଲା। ମୋର ଓ ମୋ ପଡ଼ୋଶୀଙ୍କ ଭିତରେ ଜମିବାଡ଼ିକୁ ନେଇ ବିବାଦ ଥିଲା। କିନ୍ତୁ ତାଙ୍କୁ ଏଇ ଅବସ୍ଥାରେ ଦେଖି ମୁଁ ଅଟକିଗଲି। ତାଙ୍କୁ ସାଷ୍ଟମ କରିବାକୁ ଚେଷ୍ଟା କଲା ବେଳକୁ କେହି ଜଣେ ଚିତ୍କାର କଲା ଯେ ମୁଁ ହେଉଛି ଆକ୍ରମଣକାରୀ। ମୁଁ ଭୟରେ ସେଠାରୁ ଦୌଡ଼ିଲି। ଏବେ ମୋ ପଛରେ ରାଜାଙ୍କ ସୈନିକ ପଡ଼ିଛନ୍ତି। ଆପଣ ମୋତେ ଏଠାରେ ଆଶ୍ରୟ ଦିଅନ୍ତୁ। ଆପଣ ଏମିତି ସତ୍ୟବାଦୀ ଯେ ଆପଣ ମନା କଲେ ସେମାନେ ଏଠାରୁ ଫେରିଯିବେ। କିନ୍ତୁ ଆପଣ ମୌନ ରହିଲେ ସେମାନଙ୍କ ମନରେ ସନ୍ଦେହ ଜାତ ହେବ। ଏବେ ଆପଣଙ୍କ ଦୟା। ଏହା କହି କହି ସେ ଆଶ୍ରମର ଗୋଟିଏ କକ୍ଷରେ ଲୁଚିଗଲା।

ଫିରୋଜ ଜାଣିଥିଲେ ଯେ ଲୋକଟି ନିର୍ଦୋଷ। ଏଣେ ସେ ଶରଣାର୍ଥୀ। କିନ୍ତୁ ତାକୁ ନିରାପଦ ଆଶ୍ରୟ ଦେବାକୁ ହେଲେ ମିଛ କହିବାକୁ ହେବ। ସେ ଏମିତି ଭାବୁଥିବା ବେଳେ ସୈନିକମାନେ ପହଞ୍ଚିଯାଇ ଫିରୋଜଙ୍କୁ ପଚାରିଲେ ଆକ୍ରମଣକାରୀକୁ ଦେଖିଛ କି?

ଫିରୋଜ ମନା କଲେ। ତା’ ପରେ ସୈନିକମା‌େ‌ନ ଫେରିଗଲେ। ସେମାନେ ଯିବା ପରେ ଫିରୋଜ ଚାଷୀକୁ କହିଲେ-ତୁମେ ଆକ୍ରମଣକାରୀ ନୁହେଁ। ତେଣୁ ଆକ୍ରମଣକାରୀକୁ ଦେଖିନାହିଁ ବୋଲି କହି ମିଛ କହିନାହିଁ।

ସମ୍ବନ୍ଧିତ ଖବର

Comments are closed.