ଜଣେ ରାଜାଙ୍କ ମନରେ ବହୁ ଦିନରୁ ଗୋଟିଏ ଇଚ୍ଛା ଥିଲା ସେ କେମିତି ଅନ୍ତର୍ଯ୍ୟାମୀ ହୁଅନ୍ତେ। ସମସ୍ତଙ୍କ ଅନ୍ତର କଥା ଜାଣି ପାରନ୍ତେ। ଈଶ୍ବରଙ୍କ ଭଳିଆ ହୋଇପାରନ୍ତେ।
ଯୋଗକୁ ଜଣେ ସିଦ୍ଧ ପୁରୁଷ ଜୁଟିଲେ ଓ ରାଜା ସେହି ଶକ୍ତି ଲାଭ କରିବା ଲାଗି ସିଦ୍ଧ ପୁରୁଷଙ୍କୁୁ ଗୁହାରି କଲେ। ସିଦ୍ଧ ପୁରୁଷ କହିଲେ- ରାଜା, ଏହି ଇଚ୍ଛା ପରିତ୍ୟାଗ କରନ୍ତୁ। କେବଳ ଈଶ୍ବର ଅନ୍ତର୍ଯ୍ୟାମୀ। ଆପଣ ତାହା ହେବାକୁ ଚେଷ୍ଟା କଲେ ବହୁତ ଭୋଗିବେ।
ରାଜା କାକୁତିମିନତି ହେଲେ। ତ ସିଦ୍ଧ ପୁରୁଷ କହିଲେ- ତଥାସ୍ତୁ। କିନ୍ତୁ ଗୋଟିଏ ଦିନ ଲାଗି ଆପଣ ସେଇ କ୍ଷମତା ପାଇବେ। ତା’ ପରେ ଆପଣ ବିଚାର କରିବେ ସେ କ୍ଷମତା ଆପଣ ଅଧିକ କାଳ ଧାରଣ କରିବେ ନା ନାହିଁ!
ରାଜା ସାଙ୍ଗେ ସାଙ୍ଗେ ସେଇ ବିରଳ ଶକ୍ତି ପାଇଗଲେ। କିନ୍ତୁ କିଛି ସମୟ ଭିତରେ ରାଜାଙ୍କ ଅବସ୍ଥା ଅସମ୍ଭାଳ ହୋଇଗଲା। ମଣିଷର ବିଭିନ୍ନ ରୂପ। ସେ ବାହାରେ ଗୋଟାଏ, ଭିତରେ ଗୋଟାଏ। ରାଜା ଯେଉଁମାନଙ୍କୁ ତାଙ୍କର ଅତି ପ୍ରିୟ ବୋଲି ଭାବି ନେଇଥିଲେ, ସେମାନଙ୍କ ମନରେ ବି ଯେ ଏତେ ଛନ୍ଦ କପଟ ଅଛି, ତାହା ସେ ଏବେ ଜାଣି ପାରୁଥିଲେ। ଏହା ତାଙ୍କୁ କ୍ରୋଧିତ କରିବା ଅପେକ୍ଷା ଦୁଃଖିତ କଲା। ମଣିଷର ହଳାହଳ ଭରା ଅନ୍ତରର ପରିଚୟ ସେ ପାଇଗଲେ।
ସ˚ଧୢା ହେବା ଯାଏ ସେ ଆଉ ଅପେକ୍ଷା କରି ପାରିଲେ ନାହିଁ। ସିଦ୍ଧ ପୁରୁଷଙ୍କ ପାଖକୁ ଯାଇ ତାଙ୍କ ଠାରୁ ସେହି ଶକ୍ତି ଫେରସ୍ତ ନେବା ଲାଗି ନିବେଦନ କଲେ।
ଏବେ ରାଜା ବୁଝୁଥିଲେ ଯେ କେବଳ ଈଶ୍ବର କାହିଁକି ଅନ୍ତର୍ଯ୍ୟାମୀ ହୋଇପାରନ୍ତି!