ଦାନୀ ରାଜା

କଥାଟିଏ - ଯାଯାବର

ଜଣେ ମହାଦାନୀ ସମ୍ରାଟ ଥିଲେ। କୁହାଯାଉଥିଲା ଯେ ତାଙ୍କ ଭଳି ଦାନୀ ମର୍ତ୍ତ୍ୟମଣ୍ତଳରେ କେହି ହେଲେ ନ ଥିବେ। କିନ୍ତୁ ଜଣେ ପରିବ୍ରାଜକ କହିଲେ- ସମ୍ରାଟ, ଆଉ ଜଣେ ରାଜା ଅଛନ୍ତି ସେ ଆପଣଙ୍କ ଠାରୁ ଅଧିକ ଦାନୀ।

ସମ୍ରାଟ ପଚାରିଲେ- ସେ ରାଜ୍ୟର ରାଜା ପ୍ରତିଦିନ କେତେ ସ୍ବର୍ଣ୍ଣ ମୁଦ୍ରା ଦାନ ଭାବେ ଦିଅନ୍ତି?

ପରିବ୍ରାଜକ କହିଲେ- ତାଙ୍କ ଦାତା ପଣକୁ କଳିବା କଷ୍ଟକର। ନିଜ ଆଖିରେ ନ ଦେଖିଲେ ଏ ବିଷୟରେ ଜାଣି ପାରିବେ ନାହିଁ।

ସୁତରା˚, ସମ୍ରାଟ ଓ ପରିବ୍ରାଜକ ସେ ରାଜ୍ୟକୁ ଗଲେ। ସେ ରାଜ୍ୟ ଥିଲା ଗୋଟିଏ ନିହାତି ଛୋଟ ରାଜ୍ୟ। ସେ ରାଜ୍ୟରେ କେହି ଅତିଶୟ ଧନୀ ନ ଥିଲେ କି ଅତି ଗରିବ ବି ନ ଥିଲେ। ସମସ୍ତେ ଥିଲେ ସ୍ବଚ୍ଛଳ। ରାଜ୍ୟର ରାଜାଙ୍କୁ ଦେଖା କରିବାକୁ ସମ୍ରାଟ ରାଜପ୍ରାସାଦକୁ ଗଲେ। କିନ୍ତୁ ସେଠାରେ ରାଜାଙ୍କ ରାଜପ୍ରାସାଦ ନ ଥିଲା। ସେ ଏକ ସାଧାରଣ ଘରେ ରହୁଥିଲେ। ରାଜା ନିଜେ ସକାଳ ଓଳି ଜମି କାମ କରିବାକୁ ଯାଇଥିଲେ। ଉପର ବେଳା ରାଜା ଦରବାର ଚଳାଉଥିଲେ।

ଅପରାହ୍‌ଣରେ ସମ୍ରାଟ ରାଜାଙ୍କୁ ଦେଖା କଲେ ଓ ଆପଣା ପରିଚୟ ଦେଲେ। ରାଜା ଖୁସି ହୋଇ ଯଥାସମ୍ଭବ ସମ୍ବର୍ଦ୍ଧନା ଜ୍ଞାପନ କଲେ। କଥା ପ୍ରସଙ୍ଗରେ ରାଜା କହିଲେ- ସମ୍ରାଟ, ଆମ ବ˚ଶରେ ଗୋଟିଏ କଥା ଏକ ସ˚ସ୍କାର ଭଳି ପୁରୁଷ ପୁରୁଷ ଧରି ରହି ଆସିଛି। ତାହା ହେଲା କୌଣସି ଜିନିଷ ତୁମର ନୁହେଁ। ତେଣୁ କୌଣସି ଜିିନିଷ ଉପରେ ତୁମର ଦାବି ନାହିଁ।

ଏଇ ସ˚ସ୍କାର ଅନୁସାରେ ଆମେ ରାଜ୍ୟ ଚଳାଉ। ଆମେ ଅନ୍ୟକୁ ସର୍ବସ୍ବ ଦେଇ ଦେଇପାରୁ। ଏଠି ଅନ୍ୟକୁ ଦେବା ରକ୍ତଗତ।

ସମ୍ରାଟ ଏବେ ବୁଝିପାରୁଥିଲେ ଯେ ସର୍ବସ୍ବ ଦେବାକୁ ପ୍ରସ୍ତୁତ ଥିବା ଲୋକ ପ୍ରତ୍ୟହ କେତେ ସୁବର୍ଣ୍ଣ ଦାନ କରନ୍ତି ବୋଲି ପଚାରିବା ନିର୍ବୋଧତା ଥିଲା।

ସମ୍ବନ୍ଧିତ ଖବର