ଗୋଟିଏ ଗାଁରେ ରହୁଥିଲେ ଦୁଇଟି ପିଲା। ଖେଳାଖେଳିରେ ଦୁହିଁଙ୍କର ଅଦ୍ଭୁତ ପ୍ରତିଭା ଥିଲା। ସେ ଦୁହେଁ ବହୁତ ଲମ୍ବା ଦୂରତା ଖୁବ୍‌ ବେଗରେ ଅନାୟାସରେ ଦୌଡ଼ି ପାରୁଥିଲେ।

Advertisment

ଥରେ ଜଣେ କ୍ରୀଡ଼ା ପ୍ରଶିକ୍ଷକ ଆସି ଜଣେ ପିଲାର ପ୍ରତିଭା ଦେଖି ତାକୁ ସହରକୁ ନେଇଗଲେ। ତା ଲାଗି ରହିବା, ଖାଇବା ଓ ପ୍ରଶିକ୍ଷଣର ବ୍ୟବସ୍ଥା କଲେ। ତା ଲାଗି ସବୁ ପ୍ରକାର ସରଞ୍ଜାମ ଓ ଜୋତା ଆଦି ଯୋଗାଡ଼ କରିଦେଲେ। ଗାଁ ଲୋକେ କହିଲେ ଯେ ତାର ଭାଗ୍ୟ ଫିଟିଗଲା।

ଗାଁରେ ରହିଯାଇଥିବା ପିଲାଟି କିନ୍ତୁ ତାର ସ୍ବପ୍ନକୁ ପରିତ୍ୟାଗ କରି ନଥିଲା। ସେ ବି ସ୍ବପ୍ନ ଦେଖିଥିଲା ଯେ ସେ ଆନ୍ତର୍ଜାତିକ ସ୍ତରର ଦୌଡ଼ାଳି ହେବ। ସେଥିଲାଗି ସେ ଗାଁରେ ଅଭ୍ୟାସ ଆରମ୍ଭ କଲା। ଖାଲି ପାଦରେ ଦୌଡ଼ିଲା। ତା ଲାଗି ଷ୍ଟାଡିଅମର ଟ୍ରାକ୍‌ ନ ଥିଲା। ସେ ଖାଲ ଢିପ ଭରା ପଡ଼ିଆରେ ଦୌଡ଼ିଲା, ଗାଁ ରାସ୍ତାରେ କିଲୋମିଟର କିଲୋମିଟର ଅତିକ୍ରମ କଲା। ଗାଁ ସ୍କୁଲର ଖେଳ ଶିକ୍ଷକ ଯାହା ଜାଣିଥିଲେ ସେତିକି ଶିଖାଇଲେ।

ଥରେ ଏକ ବିଶ୍ବ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ଲାଗି ଦେଶକୁ ପ୍ରତିନିଧିତ୍ବ କରିବା ଲାଗି ସୁଯୋଗ ଆସିଲା। ଦେଶର ବଛାବଛା ଦୌଡ଼ାଳି ଏକାଠି ହେଲେ। ସେତିକି ବେଳକୁ ସହରରେ ଅଭ୍ୟାସ କରୁଥିବା ପିଲାଟିର କଥା ପ୍ରଚାର ମାଧୢମ ଦ୍ବାରା ଅଧିକା˚ଶ ଜାଣି ଯାଇଥିଲେ। ସମସ୍ତେ ଭାବିଥିଲେ ସେ ପ୍ରଥମ ହେବ। କିନ୍ତୁ ଦେଖାଗଲା ତାର ଗାଁର ସାଙ୍ଗ ହିଁ ତାକୁ ଟପି ପ୍ରଥମ ହେଲା। କହିବା ବାହୁଲ୍ୟ ଏମିତି ଦିନ ଆସିଲା ସେଇ ପିଲା ବିଶ୍ବ ଚା˚ପିଅନ ହେଲା। ବିଶ୍ବ ପ୍ରସିଦ୍ଧ ହେବା ପରେ ଜୀବନ ଚମକପ୍ରଦ ଭାବେ ବଦଳିଯିବା ସତ୍ତ୍ବେ ସେ ନିଜ ଗାଁକୁ ଫେରିଲା ଅଭ୍ୟାସ ଜାରି ରଖିବା ଲାଗି। କାରଣ ସେ ବୁଝିଥିଲା ଯେ ପ୍ରତିକୂଳ ପରିସ୍ଥିତି ହିଁ ତାକୁ ଏ ସାମର୍ଥ୍ୟ ଦେଇଥିଲା।

ସେ ପିଲା ହେଉଛି କେନିଆର କି˚ବଦନ୍ତୀୟ ଧାବକ କିପ୍‌ କିନୋ।