ଦୁଇଟି ତତ୍ତ୍ବ

କଥାଟିଏ - ଯାଯାବର

ଦୁଇ ଜଣ ଯୁବକ ଥିଲେ। ଜଣେ ଥିଲେ ବୃକ୍ଷ-ତତ୍ତ୍ବର ପ୍ରବକ୍ତା ତ ଆର ଜଣକ ତୃଣ-ତତ୍ତ୍ବର ଉପାସକ। ଥରେ ରାଜାଙ୍କ ପାଖରେ ଦୁହେଁ ପହଞ୍ଚିଲେ। ସେମାନେ ଥିଲେ ନିଜ ବିଦ୍ୟାରେ ଧୁରୀଣ। ସେମାନେ ରାଜାଙ୍କୁ ପଚାରିଲେ- କେଉଁ ତତ୍ତ୍ବଟି ଅଧିକ ଭଲ କହନ୍ତୁ। ରାଜା ଅନେକ ଚିନ୍ତା କରିବା ପରେ ମଧୢ ଉପସ˚ହାରରେ ପହଞ୍ଚି ନ ପାରି ବୃଦ୍ଧ ମହାମନ୍ତ୍ରୀଙ୍କ ପରାମର୍ଶ ଲୋଡ଼ିଲେ।

ବୃକ୍ଷ-ତତ୍ତ୍ବଟି ଥିଲା ଏୟା ଯେ ମଣିଷ ଗୋଟିଏ ଦାମ୍ଭିକ ବୃକ୍ଷ ଭଳି। ସବୁ ପ୍ରକାର ଝଡ଼ଝଞ୍ଜାର ସେ ସାମନା କରିବାରେ ସମର୍ଥ ହେବ। ଯଦି ସେ ନ ପାରିଲା, ତେବେ ସେ ଭାଙ୍ଗି ପଡ଼ିବ ସିନା ନଇଁ ଯିବ ନାହିଁ। ତେଣୁ ତା’ ପାଇଁ ହାରିଯିବା ଅର୍ଥ ମରିଯିବ।। ତୃଣ ତତ୍ତ୍ବଟିର ଅର୍ଥ ଥିଲା ତୃଣ ଭଳି ଅମର ରହିବା ହେଉଛି ବଡ଼ କଥା। ଗ୍ରୀଷ୍ମର ଖରା ତାକୁ ନିଶ୍ଚିହ୍ନ କରିଦେବ, କିନ୍ତୁ ସେ ମରିବ ନାହିଁ। ପୁଣି ବର୍ଷା ଆସିଲେ ସେ ଜିଇ ଉଠିବ। ତା’ ଉପରେ ଚାଲି ତାର ସତ୍ତାକୁ ଭୂମି ଉପରେ ଲୋପ କରି ଦିଆଗଲେ ବି ସେ ମାଟି ତଳେ ତାର ସତ୍ତା ବଜାୟ ରଖିବ। ତା’ ଅର୍ଥ ତୁମେ ହାର ହାରିଯାଇ ପାର, କିନ୍ତୁ ମରିଯିବ ନାହିଁ ବା ହାର ମାନିବ ନାହିଁ।

ବୃଦ୍ଧ ମନ୍ତ୍ରୀ ଦୁଇ ତତ୍ତ୍ବ ବିଷୟରେ ଜାଣି ସାରିବା ପରେ ରାଜାଙ୍କୁ କହିଲେ- ବୃକ୍ଷ ତତ୍ତ୍ବକୁ ବିଶ୍ବାସ କରୁଥିବା ଯୁବକ ଜଣେ ସୈନିକ। ତୃଣତତ୍ତ୍ବରେ ବିଶ୍ବାସ କରୁଥିବା ଯୁବକ ଜଣେ କୂଟନୈତିକ। ଦୁଇଟି ଯାକ ତତ୍ତ୍ବର ସମ୍ମିଶ୍ରଣ ହିଁ ସର୍ବୋତ୍ତମ। ବୃକ୍ଷ ତତ୍ତ୍ବରେ ବିଶ୍ବାସ କରୁଥିବା ଯୁବକ ସମର କଳାରେ ପାରଙ୍ଗମ। ତେଣୁ ତାକୁ ସେନାପତିର ଦାୟିତ୍ବ ଦିଆଯାଇପାେରେ। ତୃଣତତ୍ତ୍ବବାଦୀ ଜଣେ ମନ୍ତ୍ରୀ ହୋଇପାରନ୍ତି।

ସମ୍ବନ୍ଧିତ ଖବର