ପିଲାଙ୍କୁ ଗଢ଼ିବା

କଥାଟିଏ - ଯାଯାବର

ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତିଙ୍କ ପୁଅଟିଏ ଥିଲା। ସେ ତାକୁ ସ˚ସ୍କାରୀ ହେବା ଲାଗି ଉପଦେଶ ଦେଉଥିଲେ। ସେ ବ୍ୟକ୍ତି ସ୍ବୟ˚ ଥିଲେ ରୁକ୍ଷ ସ୍ବଭାବର। ବିନୟ ଓ ବିନମ୍ରତା ଆଦି ଗୁଣ ତାଙ୍କ ଠାରେ ନ ଥିଲା। କିନ୍ତୁ ସେ ବାରମ୍ବାର ପୁଅକୁ କହି ଚାଲିଥିଲେ- ବିନୟୀ ହୁଅ।

ଗପର ଏତିକି ମାତ୍ର କହି ଗୁରୁ ଶିଷ୍ୟମାନଙ୍କୁ ପଚାରିଲେ- ଏବେ କୁହ ପିଲାଟି କିଭଳି ହୋଇଥିବ। ଜଣେ ଶିଷ୍ୟ କହିଲା – ସେ କଦାପି ବିନୟୀ ହୋଇ ନ ଥିବ। କାରଣ ତାର ବାପା ଯାହା କହୁଛନ୍ତି ତାକୁ ଯଦି ନିଜେ ଦେଖି କାର୍ଯ୍ୟରେ ପରିଣତ କରିଥିବ। ସଚରାଚର ପିଲାମାନେ ତାହା ହିଁ କରନ୍ତି।

ଗୁରୁ କହିଲେ- ନା। ସେଇ ବ୍ୟକ୍ତିଙ୍କ ପୁଅଟି ସ˚ପୂର୍ଣ୍ଣ ଭାବେ ବିନୟୀ, ଭଦ୍ର ଓ ନମ୍ର ହେଲା। କାରଣ, ସେ ଲକ୍ଷ୍ୟ କରିପାରିଥିଲା ଯେ ତା ବାପାଙ୍କ କଦର୍ଯ୍ୟ ବ୍ୟବହାର ଅନେକ ଲୋକଙ୍କୁ ବ୍ୟଥିତ କରୁଛି। ତେଣୁ ସେ ବାପାଙ୍କ ବିପରୀତ ଆଚରଣ ପ୍ରଦର୍ଶନ କରିବାକୁ ସ୍ଥିର କଲା ଓ ବିନୟୀ ହେଲା।

ଏ କଥା ଶୁଣି ଆଉ ଜଣେ ଶିଷ୍ୟ କହି ପକାଇଲା- ଗୁରୁଦେବ, ମୁଁ ଠିକ ଏହି କଥା କହିବି ବୋଲି ଭାବୁଥିଲି।

ଗୁରୁ କହିଲେ- ତୁମେ ଯଦି ମୋତେ ତାହା କହିଥାଆନ୍ତ, ତେବେ ମୁଁ କହିଥାଆନ୍ତି ଯେ ସେ କଦର୍ଯ୍ୟ ବ୍ୟବହାର ପ୍ରଦର୍ଶନ କରିବା ଶିଖିଗଲା। କାରଣ ବାପା ସେମିତି କରୁଥିବାର ସେ ଦେଖୁଥିଲା।

ଏହା ପରେ ଗୁରୁ କହିଲେ- ପୁଅଟି ବାପାଙ୍କ ଉପଦେଶ ଦ୍ବାରା ପ୍ରଭାବିତ ହେବନାହିଁ, ବାପାଙ୍କ ଆଚରଣ ତାକୁ ସ୍ପର୍ଶ କରିବ। କିନ୍ତୁ ସେ ଯେଉଁ ସ˚ସ୍କାର ନେଇ ଜନ୍ମ ହୋଇଛି ତାହା ସ୍ଥିର କରିବ ଯେ ସେ ବାପାଙ୍କ ଆଚରଣର ବିପରୀତଟି କରିବ ନା ବାପାଙ୍କୁ ଅନୁସରଣ କରିବ। ତେଣୁ ବାପା-ମା’ମାନେ ଯେ ପିଲାଙ୍କୁ ଯେମିତି ମନ ଚାହିଁବ ସେମିତି ଗଢ଼ି ପାରିବେ, ସେମିତି ଭାବିବା ଭୁଲ।

ସମ୍ବନ୍ଧିତ ଖବର