ଦିବ୍ୟ ପକ୍ଷୀ ଓ ଅମାତ୍ୟ

କଥାଟିଏ - ଯାଯାବର

ଥରେ ରାଜା ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ଦେଖିଲେ ଏକ ଦିବ୍ୟ ପକ୍ଷୀ। ତାର ସୌନ୍ଦର୍ଯ୍ୟର ପଟାନ୍ତର ନ ଥିଲା। ତାକୁ ଧରିବାକୁ ରାଜା ପାଖ ଲୋକଙ୍କୁ ଆଦେଶ ଦେଲେ। ସେମାନେ ପ୍ରସ୍ତୁତି କରୁ କରୁ ପକ୍ଷୀଟି ସେଠାରୁ ଉଡ଼ିଗଲା। କିନ୍ତୁ ରାଜାଙ୍କ ମନ ତାରି ପାଖରେ ଲାଗି ରହିଲା। ରାଜା ବିରସ ମନରେ ଘରକୁ ଫେରିଲେ। ତାକୁ ଝୁରି ଝୁରି ରାଜାଙ୍କ ଦେହ ଖରାପ ହୋଇଗଲା।

ରାଜାଙ୍କ ଗୁରୁ ବି ଆସି ବୁଝାଇଲେ ଯେ ସେ ପକ୍ଷୀଟି ଗୋଟିଏ ଦିବ୍ୟ ପକ୍ଷୀ। ତାକୁ ପଞ୍ଜୁରିରେ ବନ୍ଦ କରି ରଖିବା ଭଲ ନୁହେଁ। କିନ୍ତୁ ରାଜା ବୁଝିଲେ ନାହିଁ। ଶେଷରେ ଗୁରୁ ରାଜାଙ୍କ ଜଣେ ପ୍ରିୟ ଅମାତ୍ୟଙ୍କୁ କହିଲେ- ଆଉ କିଛି ବାଟ ନାହିଁ। ପକ୍ଷୀକୁ ଧରିବାର ବ୍ୟବସ୍ଥା କର। ତେବେ, ତାକୁ ଧରିବା ଲାଗି ଗୋଟିଏ ବାଟ ଅଛି। ସେ ରହୁଥିବା ସ୍ଥାନରେ ସେ ଭଲ ପାଉଥିବା ଫଳ ତାକୁ ଆହାର ରୂପେ ଦେଇ ପ୍ରଥମେ ତା ମନରେ ବିଶ୍ବାସ ଜନ୍ମାଇବାକୁ ହେବ। ତୁମ ଉପରେ ତାର ସ˚ପୂର୍ଣ୍ଣ ବିଶ୍ବାସ ଆସିଲା ପରେ ଯାଇ ସେ ତୁମ ପାଖକୁ ଆସିବ। ସେତିକି ବେଳେ ତୁମେ ତାକୁ ଧରିବ।

ସୁତରା˚, ଅମାତ୍ୟ ସେୟା କରିବାକୁ ଲାଗିଲେ। ଅନେକ ଦିନ ପରେ ପକ୍ଷୀଟି ତାଙ୍କ ପାଖକୁ ଆସିଲା। ପକ୍ଷୀର ମନରେ ତାଙ୍କ ପ୍ରତି ବିଶ୍ବାସ ବଢ଼ିବାରେ ଲାଗିଲା। ଶେଷରେ ଦିନେ ଏମିତି ସମୟ ଆସିଲା ଯେ ପକ୍ଷୀଟି ଅମାତ୍ୟଙ୍କ ହାତ ଉପରେ ବସି ଖାଦ୍ୟ ଖାଇବାକୁ ଲାଗିଲା। ଏହା ହିଁ ଥିଲା ପକ୍ଷୀକୁ ଧରିବାର ପ୍ରକୃଷ୍ଟ ବେଳା।

କିନ୍ତୁ ଅମାତ୍ୟଙ୍କ ମନରେ ଭାବାନ୍ତର ଜାତ ହେଲା। ସେ ସେଭଳି କଲେ ନାହିଁ। ସେ ପକ୍ଷୀଟିକୁ ନେଇ ଆଉ ଏକ ଜଙ୍ଗଲକୁ ଚାଲିଗଲେ ଏବ˚ ନିଜେ ମଧୢ ରାଜ୍ୟ ତ୍ୟାଗ କଲେ। ରାଜାଙ୍କ ବିଶ୍ବାସକୁ ସେ ହରାଇଲେ ସତ, କିନ୍ତୁ ପକ୍ଷୀଟି ସହିତ ବିଶ୍ବାସଘାତକତା କରିପାରିଲେ ନାହିଁ।

ସମ୍ବନ୍ଧିତ ଖବର