ଜଣେ ବ୍ୟବସାୟୀଙ୍କ ଘରକୁ ତାଙ୍କ ମିତ୍ର ବୁଲିବାକୁ ଗଲେ। ବ୍ୟବସାୟୀଙ୍କ ଘରେ ସେ ଯେଉଁ କାରବାର ଦେଖିଲେ, ସେଥିରେ ତଟସ୍ଥ ହୋଇଗଲେ। ତାଙ୍କର ଟଙ୍କା, ସୁନା ସବୁ କିଛି ଖୋଲା ମେଲାରେ ପଡ଼ିଥିଲା। ଘରେ ଦଳେ ଭୃତ୍ୟ କାମ କରୁଥିଲେ। କିନ୍ତୁ ସେମାନଙ୍କ ଦ୍ବାରା କାଳେ କିଛି ଚୋରିହାରି ହେବ ବୋଲି ବ୍ୟବସାୟୀଙ୍କ ମନରେ ଆଦୌ ଭୟ ନ ଥିଲା।
କଥା ଛଳରେ ମିତ୍ର କହିଲେ- ଏମିତି କେମିତି କରୁଛ ବନ୍ଧୁ? ଟଙ୍କା ସୁନାକୁ ଏମିତି କିଏ ପକାଏ? ଆଲମାରି ବା ସିନ୍ଦୁକରେ ପୂରାଇ ତାଲା ଦିଅ। କେତେବେଳେ କୋଉ କଥା?
ବ୍ୟବସାୟୀ କହିଲେ- ତାଲା ଦେବି? ତା’ ମାନେ ମୋ ପରିଚାରକମାନଙ୍କୁ ଅବିଶ୍ବାସ କରିବି?
ମିତ୍ର ନିରୁତ୍ତର ରହିଲେ।
ଏପଟେ ଜଣେ ଭୃତ୍ୟର ବନ୍ଧୁ ଜାଣିବାକୁ ପାଇଲା େଯ ତାର ବନ୍ଧୁ ଯେଉଁ ବ୍ୟବସାୟୀଙ୍କ ଘରେ କାମ କରେ, ସେଠାରେ ସବୁ କିଛି ଖୋଲାରେ ପଡ଼ିଥାଏ। ଆଲମାରିରେ ତାଲା ଦିଆ ଯାଏନା।
ସେ କହିଲା- ତୁମେ ବୋଧହୁଏ ଜଣେ ଗଧ। ଏତେ ବଡ଼ ବ୍ୟବସାୟୀ, ଏତେ ସଂପତ୍ତି! ବଡ଼ ଜିନିଷ ନ ହେଲେ ନାହିଁ ଛୋଟମୋଟ ଜିନିଷ ମାରି ଆଣିଥିଲେ ତୁମେ କେଉଁଠି ପହଞ୍ଚନ୍ତଣି।
ଏହା ଶୁଣି ଭୃତ୍ୟ କହିଲା- ଧିକ ତୁମ ଭଳି ବନ୍ଧୁକୁ। ଯେଉଁ ଲୋକେ ଆମକୁ ଏତେ ବିଶ୍ବାସ କରିଛି, ତା ଅଜାଣତରେ ବାଲି ଗରଡ଼ାଟିଏ ବି େଚାରି କରିବାକୁ ମନ ହେବ? ସେଭଳି ଦେବତୁଲ୍ୟ ଲୋକର ବିଶ୍ବାସ ଭାଙ୍ଗିବି?