ବୁଦ୍ଧଙ୍କୁ ଗାଳି

କଥାଟିଏ - ଯାଯାବର

ଥରେ ଗୌତମ ବୁଦ୍ଧ ତାଙ୍କ ପ୍ରିୟ ଶିଷ୍ୟ ଆନନ୍ଦଙ୍କ ସହିତ କୌଣସି ଏକ ସ୍ଥାନକୁ ଯାଉଥିବା ବେଳେ ତାଙ୍କୁ ବିରୋଧ କରୁଥିବା ଜଣେ ବ୍ୟକ୍ତି ବୁଦ୍ଧଙ୍କ ବାଟ ଓଗାଳିଲା ଏବଂ ବହୁତ ଗାଳିମନ୍ଦ କଲା। ଏହା ଗୌତମ ବୁଦ୍ଧଙ୍କ ଠାରେ କୌଣସି ପରିବର୍ତ୍ତନ ଆଣିଲା ନାହିଁ। କିନ୍ତୁ ଏଭଳି କଟୁ ଭାଷାର ଅଯଥାର୍ଥ ଗାଳି ଆନନ୍ଦଙ୍କ ମନକୁ ଚହଲାଇ ଦେଲା। କିନ୍ତୁ ବୁଦ୍ଧଙ୍କ ମୁହଁକୁ ଚାହିଁ ସେ ନିରବ ରହିଲେ। ଲୋକଟି ଗାଳି ଦେଇ ଏବଂ ଅଭିଶାପ ବର୍ଷଣ କରି କରି ଚାଲିଗଲା।

ସେ ଗଲା ପରେ ଆନନ୍ଦ ବୁଦ୍ଧଙ୍କୁ ପଚାରିଲେ-

ଆପଣ ଏହା ସହିଲେ କିପରି?

ବୁଦ୍ଧ ହସି ହସି ଉତ୍ତର ଦେଲେ- ସହିବାର ପ୍ରଶ୍ନ ଆସିଲା କେଉଁଠୁ ଆନନ୍ଦ? ସେ ବ୍ୟକ୍ତି ମୋତେ ଯାହା ଦେବା ଲାଗି ତାଙ୍କ ପାଖରେ ସଞ୍ଚି ରଖିଥିଲେ, ମୋତେ ତାହା ଦେଲେ। କିନ୍ତୁ ତାକୁ ଗ୍ରହଣ କରିବି ନା ନାହିଁ, ସେ କଥା ପସନ୍ଦ କରିବାର ଅଧିକାର ମୋର ଅଛି। ତେଣୁ ସେ ଯାହା ଦେଲେ, ମୁଁ କିନ୍ତୁ ତାକୁ ଆଦୌ ଗ୍ରହଣ ହିଁ କଲି ନାହିଁ। ‌େତଣୁ ତାହା ସେମିତି ସେହିଠାରେ ପଡ଼ି ରହିଲା। ତାକୁ ଯେତେବେଳେ ଗ୍ରହଣ ହିଁ କରିନାହିଁ, ତାକୁ ସହିବାର ପ୍ରଶ୍ନ ଉଠୁ ନାହିଁ।

ଏହା କହିସାରି ୟୁଜିକେ କହିଲେ- ତୁମେ ଯାହା ଗ୍ରହଣ କରିବ, ତାହା ତୁମର ହୋଇଯିବ ଏବଂ ତୁମେ ତାକୁ ନେଇ କ’ଣ କରିବ ସେ ଦାୟିତ୍ବ ବି ତୁମର ହୋଇଯିବ। ଫୁଲଟିଏ ପାଇଲେ ତାକୁ ଫୁଲଦାନିରେ ସଜାଇବ। ଗାଳି ପାଇ‌ଲେ କେମିତି ତାକୁ ଶୁଝିବ ତା’ରି ପ୍ରତିଶୋଧରେ ଜଳିବ। କିନ୍ତୁ ଖରାପ ଚିଜକୁ ଆଦୌ ଗ୍ରହଣ ନ କଲେ କିଛି ଅସୁବିଧା ନାହିଁ।

ସମ୍ବନ୍ଧିତ ଖବର