ଚିତ୍ରକରଙ୍କ କଥା

କଥାଟିଏ - ଯାଯାବର

ଗୋଟିଏ ସହରରେ ଥିଲେ ଜଣେ ଅତି ଚମତ୍କାର ଚିତ୍ରକର। ତାଙ୍କ ଦ୍ବାରା ଅଙ୍କା ଯାଉଥିବା ଚିତ୍ର କଥା କହେ ବୋଲି ଲୋକେ କହୁଥିଲେ। ସେଇ ସହରରେ ମଧୢ ଥିଲେ ଜଣେ ଚିତ୍ର ସମୀକ୍ଷକ। ଥରେ ସମୀକ୍ଷକ ମହାଶୟ ତାଙ୍କର ଗୋଟିଏ ଲେଖାରେ ଚିତ୍ରକରଙ୍କୁ ଭୀଷଣ ସମାଲୋଚନା କରି ଲେଖା ଲେଖିଲେ। ସାଧାରଣ ଲୋକେ ସିନା ତାଙ୍କ ଚିତ୍ରର ପ୍ରଶ˚ସା କରୁଥିଲେ, କିନ୍ତୁ ସମୀକ୍ଷକଙ୍କ ଆଖିରେ ସେସବୁର ଦୋଷତ୍ରୁଟି ସବୁ ଧରାପଡ଼ି ପଦାକୁ ଆସିଲା। ସେଇ ଦିନ ଠାରୁ ସମୀକ୍ଷକ ହୋଇଗଲେ ଚିତ୍ରକରଙ୍କ ପହିଲା ନମ୍ବର ଶତ୍ରୁ। ଚିତ୍ରକର କହିଲେ- ତାଙ୍କର ମୋ ଉପରେ କୌଣସି ଅଜଣା କାରଣରୁ ଆକ୍ରୋଶ ରହିଛି ବୋଧହୁଏ। ସେଥିଲାଗି ସେ ଏମିତି କରୁଛନ୍ତି।

ଏହା ଏହି କ୍ରମରେ ଚିତକ୍ରର ଏବ˚ ସମୀକ୍ଷକ ଜଣେ ଅପରର ନିନ୍ଦା କରି ଚାଲିଲେ। ତେବେ ଏଇ ଭିତରେ ଚିତ୍ରକରଙ୍କ ଚିତ୍ରକଳା ଆଉ ଆଗ ଭଳି ସରସ ଲାଗୁ ନ ଥିଲା। ସେ ନିଜେ ବି କିଛି ଭଲ କରିବାକୁ ଅନୁପ୍ରେରିତ ହେଉ ନ ଥିଲେ। ଏହା ତାଙ୍କ ପତ୍ନୀଙ୍କୁ ବିଚଳିତ କଲା।

ସେ ଦିନେ ତାଙ୍କ ସ୍ବାମୀଙ୍କୁ କହିଲେ- ତୁମର କିଭଳି ଅବନତି ହେଲାଣି ଦେଖୁଛ? ତାର କାରଣ ସେହି ସମୀକ୍ଷକ ନୁହନ୍ତି। ତାର କାରଣ ତୁମେ ନିଜେ। ସେ ତୁମ ଚିତ୍ରର ସମାଲୋଚନା କଲେ। କିନ୍ତୁ ତୁମକୁ ଲାଗିଲା ସେ ତୁମର ସମାଲୋଚନା କରୁଛନ୍ତି। ତେଣୁ ତୁମେ ତାଙ୍କୁ ସମାଲୋଚନା କରିବାରେ ଲାଗିଗଲ। କିନ୍ତୁ ତୁମେ ଯଦି ତାଙ୍କ ସମାଲୋଚନା ଆଧାରରେ ନିଜ ଚିତ୍ରର ଖୁଣକୁ ବୁଝି ତହିଁରେ ଉନ୍ନତି ଆଣିବାର ଚେଷ୍ଟା କରିଥାଆନ୍ତ, ତେବେ ତୁମ ସାମର୍ଥ୍ୟରେ ଉନ୍ନତି ଆସିଥାଆନ୍ତା। ଏବେ ବି ସମୟ ଅଛି। ସମାଲୋଚନାରେ ଭାଙ୍ଗି ନ ପଡ଼ି ତାକୁ ନିଜ ଉନ୍ନତିରେ ଲଗାଅ।

ସମ୍ବନ୍ଧିତ ଖବର