ଜଣେ ବ୍ୟକ୍ତି କେମିତି ସା˚ସାରିକ ବନ୍ଧନ ମୁକ୍ତ ହେବେ, ସେଇ ଚିନ୍ତାରେ ଥାଇ ବୁଲୁଥିବା ବେଳେ ଏକ ବିଚିତ୍ର ଦୃଶ୍ୟ ଦେଖିଲେ। ଦୃଶ୍ୟଟି ଥିଲା ଏହିପରି। ହାତୀଟିଏ ଧରି ଗାଁ ବା ସହର ବୁଲି ବୁଲି ଭିକ୍ଷା କରୁଥିବା ଜଣେ ମାହୁନ୍ତ ଗାଁ ବାହାରେ ହାତୀର ପଛ ଗୋଡ଼କୁ ଏକ ଦଉଡ଼ି ଦ୍ବାରା ଗୋଟିଏ ଖିଲ ଭଳି ଦିଶୁଥିବା ଦୁର୍ବଳ କାଠ ଖୁଣ୍ଟରେ ବାନ୍ଧି ତା ପାଖରେ ତଳେ ଶୋଇ ବିଶ୍ରାମ ନେଉଥିଲା।
ସେ ବ୍ୟକ୍ତି ଭାବିଲେ ହାତୀ ଭଳି ଏକ ଅମାପ ବଳଶାଳୀ ଜନ୍ତୁକୁ ଗୋଟିଏ ଦଉଡ଼ିରେ ବାନ୍ଧି ରଖାଯିବା ବିପଜ୍ଜନକ। କାରଣ ହାତୀ ଚାହିଁଲେ ନିମିଷକେ ସେ ଖିଲକୁ ଉପାଡ଼ି ଦେଇ ପାରିବ।
ସେ ବ୍ୟକ୍ତି ମାହୁନ୍ତକୁ ସନ୍ତର୍ପଣରେ ନିଦରୁ ଉଠାଇ କହିଲେ- ଭାଇ, ତୁମେ ଏ କି ବିପଜ୍ଜନକ କାର୍ଯ୍ୟ କରୁଛ? ହାତୀଟି ଟିକିଏ ବଳ ପ୍ରୟୋଗ କଲେ ଖିଲଟି ଉପାଡ଼ି ବାହାରି ଆସି ମହା ପ୍ରଳୟ କରିଦେବ!
ମାହୁନ୍ତ କହିଲା- ସେମିତି ଆଦୌ ହେବ ନାହିଁ। ହାତୀ ଯେତେ ରାଗିଲେ ବି ସେମିତି ହେବ ନାହିଁ। କାରଣ ହାତୀଟି ପିଲା ଥିଲା ବେଳେ ଆମେ ତାର ପଛ ଗୋଡ଼ରେ ଲୁହା ଶିକୁଳି ଲଗାଇ ଶକ୍ତ ଲୌହ ସ୍ତମ୍ବରେ ବାନ୍ଧି ଦେଉଥିଲୁ ଯାହାକୁ ଛିଣ୍ତାଇବା ଲାଗି ଅନେକ ଚେଷ୍ଟା କରି ସେ ବିଫଳ ହୋଇ ସାରିଛି। ତେଣୁ ସେ ବନ୍ଧନର ବଶ୍ୟତା ସ୍ବୀକାର କରିନେଇଛି। ଏବେ ତେଣୁ ଦଉଡ଼ିଟି ଯେତେ ଦୁର୍ବଳ ହେଲେ ବି ସେ ସେଇ ବଶ୍ୟତା ସାମନାରେ ନିର୍ବଳ ହୋଇ ପଡ଼ୁଛି।
ଏ କଥାଟିରେ ସେ ବ୍ୟକ୍ତିଙ୍କ ହଠାତ୍ ଚୈତନ୍ୟ ଉଦୟ ହେଲା। ସେ ଭାବିଲେ ସତେ ତ! ପିଲା ଦିନରୁ ଅନେକ ସ˚ସ୍କାର ଆମକୁ ସ˚ସାର ସହିତ ଏମିତି ବାନ୍ଧି ରଖିଥିବାରୁ ଆମେ ଭାବୁଛୁ ତାହା ଅତୁଟ। କିନ୍ତୁ ଭିତିରେଇ ବୁଝିଲେ ବନ୍ଧନ ଛିଣ୍ତାଇବା କଷ୍ଟସାଧୢ ହେବ ନାହିଁ।