ଗ୍ରୀସ ଦେଶର ଗପଟିଏ। ଜଣେ ବାଟୋଇ ବହୁ ଦୂର ପଥ ଚାଲି ଚାଲି ଯାଉଥିଲେ। ମଧୢାହ୍ନ ସମୟରେ ବହୁତ ଖରା ହେବାରୁ ସେ ଗୋଟିଏ ଗଛ ମୂଳରେ ବସି କ୍ଳାନ୍ତି ମେଣ୍ଟାଉଥାଆନ୍ତି। ଏଇ ସମୟରେ ସେ ଦେଖିଲେ ଯେ ଜଣେ ବୃଦ୍ଧ ସେଇ ଖରାରେ କିଛି କାମ କରୁଛନ୍ତି। କୌତୂହଳବଶତଃ ସେ ସେଠାକୁ ଯାଇ ଦେଖନ୍ତି ତ ବୃଦ୍ଧ ଜଣକ ଝାଳନାଳ ହୋଇ କିଛି ଆଲମଣ୍ଡ ଗଛର ଚାରା ପୋତୁଛନ୍ତି। ସେ ବିସ୍ମିତ ହେଲେ।
ସେ ବୃଦ୍ଧଙ୍କୁ ପଚାରିଲେ- ମହାଶୟ, ଆପଣଙ୍କ ବୟସ ପାଖାପାଖି ସତୁରି ବର୍ଷ ହେବ। ଅଥଚ ଏ ଖରାରେ ଆପଣ ଗଛର ଚାରା ପୋତୁଛନ୍ତି। ପୁଣି ଆଲମଣ୍ଡ ଗଛର ଚାରା। ଆପଣ ଜାଣନ୍ତି ତ ଏ ଗଛ କେତେ ଧୀର ଭାବେ ବଢ଼େ। ଏଇ ଗଛରୁ ବାଦାମ ପାଇବାକୁ ହେଲେ କେତେ ବର୍ଷ ଲାଗିଯିବ।
ବୃଦ୍ଧ କହିଲେ- ଆପଣଙ୍କୁ ଆଲମଣ୍ଡ ବାଦାମ ଭଲ ଲାଗେ?
ଯାତ୍ରୀ କହିଲେ- ବହୁତ ଭଲ ଲାଗେ।
ଏହାର ସ୍ବାଦ କେବଳ ଭଲ ନୁହେଁ, ଏହା ପୁଷ୍ଟିକର ମଧୢ। ତେବେ ତୁମ ପ୍ରଶ୍ନଟା କ’ଣ ମୁଁ ବୁଝିଛି। ତାର ଉତ୍ତର ଶୁଣ। ମୁଁ ମୋ ଜୀବନକୁ ଦୁଇଟି ନିୟମ ଆଧାରରେ ବଞ୍ଚି ଆସିଛି। ତାହା ହେଲା- ମୁଁ ଏମିତି କାମ କରିବି ଯାହା ମୋତେ କେବେ ବି ମରିବାକୁ ଦେବ ନାହିଁ। ପୁଣି ତାକୁ ଏମିତି ଭାବେ କରିବି ଲାଗିବ ସତେ ଯେମିତି ଆଜି ହେଉଛି ମୋର ଶେଷ ଦିନ, ମୁଁ କାଲିକୁ ରହିବି ନାହିଁ।
ଆଲମଣ୍ତ ଗଛ ଲଗାଇବାର କାରଣ ହେଲା ଏହା ଯୁଗ ଯୁଗ ଧରି ଫଳ ଦେବ ଏବ˚ ଏହି ବୁଢ଼ାର ହାତ ଲଗା ଗଛର ଫଳ ଖାଇ ଖୁସି ହେବା ବେଳେ ମୁଁ ସେହି ଆନନ୍ଦ ଭିତରେ ବଞ୍ଚି ରହିଥିବି। ତେବେ ଯଦି ଗଛ ଲଗାଇବା କଥା ତେବେ ବିଳମ୍ବ କାହିଁକି କରିବି? କାରଣ କାଲି ବଞ୍ଚିଥିବି କି ନାହିଁ କିଏ ଜାଣେ?