ମଙ୍ଗୋଲିଆର ଲୋକକଥାଟିଏ।
ଗୋଟିଏ ବଳବାନ ଓ ପ୍ରବଳ ମାରଣା ଷଣ୍ଢଟିଏ ଥିଲା। ତାର ଉତ୍ପାତରେ ସମସ୍ତେ ଥରହର ହେଉଥାନ୍ତି। ସେ ଷଣ୍ଢ ଯାହାକୁ ଦେଖିଲା ତାକୁ ମାରି ଗୋଡ଼ାଉଥାଏ। ଥରେ ଲୋକମାନେ ଜଣେ ବଳୁଆ ଯୋଦ୍ଧାକୁ ଆଣିଲେ ଯେ କି ତାକୁ ମଣ କରିପାରିବ। କିନ୍ତୁ ଷଣ୍ଢ ତାଙ୍କୁ ନିଜ ଶିଙ୍ଗରେ ଉଠାଇ କଚାଡ଼ି ଦେଲା। କଥା ସେଇଠି ସରିଗଲା।
ଏଇ ସମୟରେ ସେଇ ବାଟେ ଯାଉଥିଲା ଭଅଁରଟିଏ। ସେ କହିଲା, ମୁଁ କିଛି ସାହାଯ୍ୟ କରି ପାରେ କି? ସମସ୍ତେ ହସିଲେ। ଯେମିତି ଛୋଟମାନେ କିଛି ବଡ଼ କରିବାକୁ ଚାହିଁଲେ ସମସ୍ତେ ହସନ୍ତି। ଭଅଁର କହିଲା, ହସ ନାହିଁ। ଦେଖ କ’ଣ କରୁଛି! ଏହା କହି ସେ ଉଡ଼ିଯାଇ ଷଣ୍ଢର ଦୁଇ ଶିଙ୍ଗ ମଝିରେ ବସି ବଡ଼ ଜୋରରେ ଗୁଣୁଗୁଣୁ ହୋଇ ଗୀତ ଗାଇବାକୁ ଲାଗିଲା। ଷଣ୍ଢ ଏ ବିରକ୍ତିକର ଶବ୍ଦରେ ଅତିଷ୍ଠ ହୋଇଗଲା। ହେଲେ ତାର କିଛି କରିବାର ଜୁ ନ ଥିଲା। ସେ ଖାଲି ବିରକ୍ତ ହୋଇ ଏଣେ ତେଣେ ଦୌଡ଼ିଲା ଏବ˚ ମାଟି ତାଡ଼ି ପକାଇଲା, କିନ୍ତୁ ଭଅଁରର କିଛି କ୍ଷତି କରି ପାରିଲା ନାହିଁ। ଶେଷରେ ସେ କହିଲା- ଭାଇ ମୁଁ ତୋ କଥା ମାନିବି। ତୁ ମୋତେ ଛାଡ଼ି ଦେ। ଭଅଁର କହିଲା- ତୁ ପ୍ରତିଜ୍ଞା କର ଯେ ଶାନ୍ତ ଶିଷ୍ଟ ହୋଇ ରହିବୁ। ତୋ ବଳକୁ ଠିକ ବାଟରେ ଲଗାଇବୁ।
ଷଣ୍ଢ କହିଲା- ଯାହା କହିବୁ ତାହା କରିବି। ମୋତେ ଛାଡ଼।
ଷଣ୍ଢ ସେଇ ଦିନୁ ଶାନ୍ତ ହେଲା।
ଏବେ ଜାଣନ୍ତୁ ଭଅଁର ହେଉଛି ଆମ ବିବେକ ଭଳି। ଷଣ୍ଢ ହେଉଛି ଆମ ମନ। ଆମ ମନ ଦୁଷ୍ଟ ହେଲେ ବିବେକ ଗୁଣୁଗୁଣୁ ହୋଇ ଗାଇଥାଏ। ଟିକିଏ କାନେଇଲେ ବିବେକର ଗୀତକୁ ଶୁଣିହୁଏ। ଯେଉଁ ମନ ତାହା ଶୁଣେ ସେ ଶାନ୍ତ ପଡ଼ିଯାଏ।